ETV Bharat / state

ଦଉଡି ବୁଣା ଦେଲା ନୂତନ କର୍ମ ନିଯୁକ୍ତି

ତାଲିମ ଦେଲା ନୂଆ ଜୀବନ । ଝୋଟ ଅଭାବ ବି ଦାଦନ ମୁହାଁ କରେଇ ପାରିଲା ନାହିଁ । ଝୋଟ ଦଉଡି ତିଆରି କରିବାର ତାଲିମ ଗ୍ରାମବାସୀଙ୍କ ହୃଦୟରେ ଥିଲା । ଫଳରେ ଦଉଡି ତିଆରି ମେସିନ ଗାଁଦାଣ୍ଡରେ ଠିଆ ହୋଇ ପ୍ଲାଷ୍ଟିକ ଦଉଡି ତିଆରି କରିବା ପାଇଁ ହେଲା ପ୍ରସ୍ତୁତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : May 19, 2019, 9:38 PM IST

କୋରାପୁଟ: କାହା ପାଖରେ ଅଳ୍ପ କିଛି ଚାଷ ଜମି ଅଛି ତ ଆଉ କାହା ପାଖାରେ ତାହାବି ନାହିଁ । ବର୍ଷାଦିନ ଛାଡିଦେଲେ ଅନ୍ୟଦିନ ମାନଙ୍କରେ ଚାଷ କରିବା ଏକପ୍ରକାର ଅସମ୍ଭବ ହୋଇ ପଡିଥାଏ । ତେଣୁ ପେଟ ପୋଷିବା ପାଇଁ ଗ୍ରାମବାସୀମାନେ ରାଜ୍ୟ ବାହରକୁ ଦାଦନ ଖଟିବାକୁ ଯାଇଥାନ୍ତି । କିନ୍ତୁ କିଛି ବର୍ଷ ପୂର୍ବେ ସରକାରଙ୍କ ସହଯୋଗରେ ଗ୍ରାମବାସୀଙ୍କୁ ଝୋଟ ଦଉଡି ତିଆରି କରିବାର ତାଲିମ ଦିଆଯାଇଥିଲା । ଏଥିସହ ଦଉଡି ଟାଣିବାର ମେସିନ ମଧ୍ୟ ଜିଲ୍ଳା ପ୍ରଶାସନ ଯୋଗାଇ ଦେଇଥିଲା । ଯାହା ସେଠାକାର ବାସିନ୍ଦାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏହି ଘଟଣାଟି ବୋରିଗୁମା ବ୍ଲକ ଅନ୍ତର୍ଗତ ଛତର୍ଲା ଗାଁର 50ଟି ପରିବାରର ଜୀବନ କାହାଣୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୂଚନାଥାଉକି, ଧୀରେ ଧୀରେ ଝୋଟ ମିଳିଲା ନାହିଁ ଫଳରେ ଝୋଟ ଦଉଡି ତିଆରି କରିବା ସମସ୍ୟା ଉପୁଜିଲା । କିନ୍ତୁ ଝୋଟ ଅଭାବ ଗ୍ରାମବାସୀଙ୍କୁ ଦାଦନା ମୁହାଁ କରେଇ ପାରିଲା ନାହିଁ । ଗାଁ ଲୋକଙ୍କ ପ୍ରଚେଷ୍ଟାରେ ଝୋଟ ବଦଳରେ ପ୍ଲାଷ୍ଟିକ ଦଉଡି ତିଆରି କରିବା ଆରମ୍ଭ କଲେ ।

ଗ୍ରାମବାସୀମାନେ ଜୟପୁର ଯାଇ ପ୍ଲାଷ୍ଟିକ ବ୍ୟାଗ କିଣି ଆଣି ସେଥିରୁ ସୂତା ବାହାରକରି ଦଉଡି ତିଆରି କରିବା ଆରମ୍ଭ ହେଲା । ଗୋଟିଏ ପ୍ଲାଷ୍ଟିକ ବସ୍ତାକୁ ୨ ଟଙ୍କାରେ କିଣି ସମସ୍ତ ପରିବାର ଏକ ଘଣ୍ଟା ଧରି ୩ ରୁ ୪ଟି ବ୍ୟାଗରୁ ଟାଣିଥିବା ସୂତାରେ ଗୋଟାଏ ଶକ୍ତ ଦଉଡି ତିଆରି କଲେ ଗ୍ରାମବାସୀ । ଦିନକୁ ଗୋଟାଏ ପରିବାର ପ୍ରାୟ 10ଟି ଦଉଡି ତିଆରି କରନ୍ତି ଓ ପ୍ରତିଟି ଦଉଡି ୨୦ ଟଙ୍କାରେ ବିକ୍ରି ହୁଏ । କେବଳ ବୋରିଗୁମା ବା କୋଟପାଡ ବଜାରରେ ସୀମିତ ନହୋଇ କୋରପୁଟ ଜିଲ୍ଲା ବ୍ୟାପି ବିଭିନ୍ନ ବଜାରରେ ପ୍ଲାଷ୍ଟିକ ଦଉଡି ବିକ୍ରି କରିଥାନ୍ତି । ଫଳରେ ଏବେ ଏହି ପ୍ଲାଷ୍ଟିକ ଦୌଡି ତିଆରି କରି ପରିବାର ପୋଷଣ କରୁଛନ୍ତି ଏହି ଗାଁର ବାସିନ୍ଦା ।

ତେବେ ବ୍ୟାଗରୁ ଦଉଡି ଟାଣିବା ପାଇଁ ସରକାର ପକ୍ଷରୁ ମେସିନ ଯୋଗାଇଦେବା ସହ ପ୍ରତ୍ୟେକ ପରିବାରକୁ ସହଜ କିସ୍ତିରେ ବ୍ୟାଙ୍କ ଋଣ ଯୋଗାଇ ଦେଲେ ଗ୍ରାମବାସୀ ଆହୁରି ଅଧିକ ଦଉଡି ତିଆରି କରି ପାରିଥାନ୍ତେ ବୋଲି ଛତର୍ଲା ବାସିନ୍ଦାମାନେ କବିଛନ୍ତି ।

କୋରାପୁଟରୁ ସି.ଏଚ୍‌ ଶାନ୍ତାକାର, ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.