ETV Bharat / state

ଚୈତ୍ର ପର୍ବ ସମାପ୍ତି ସହ ବିହନ ବୁଣା ଉତ୍ସବ ପାଳିତ

ଚୈତ୍ର ପର୍ବର ଶେଷରେ ବିହନ ଧରା ଉତ୍ସବ ପାଳନ କରାଯାଇଛି। ବୁଧବାର ଠାରୁ କୋରାପୁଟ ଜିଲ୍ଲାରେ ଏହି ଆଦିବାସୀ ଚାଷୀ ପାହାଡ଼ ଡଙ୍ଗରରେ ମାଣ୍ଡିଆ ବିହନ ବୁଣି ନିଜ ପରମ୍ପରାକୁ ବଜାୟ ରଖିଛନ୍ତି।

ଫଟୋ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ
author img

By

Published : Apr 18, 2019, 7:10 AM IST

କୋରାପୁଟ: ଆଦିବାସୀ ସମ୍ପ୍ରଦାୟର ଭିନ୍ନ ପରମ୍ପରା। ଚୈତ୍ର ପର୍ବର ସମାପ୍ତିର ଶେଷରେ ବିହନ ଧରା ଉତ୍ସବ ପାଳନ କରାଯାଇଛି। ବୁଧବାର ଠାରୁ କୋରାପୁଟ ଜିଲ୍ଲାରେ ଏହି ଆଦିବାସୀ ଚାଷୀ ପାହାଡ଼ ଡଙ୍ଗରରେ ବିଶେଷ କରି ମାଣ୍ଡିଆ ବିହନ ବୁଣି ନିଜ ପରମ୍ପରାକୁ ବଜାୟ ରଖିଛନ୍ତି ।

ଜିଲ୍ଲାର କୋରାପୁଟ,ପଟ୍ଟାଙ୍ଗି , ଲମତାପୁଟ ପ୍ରଭୃତି ଅଞ୍ଚଳରେ ଅନେକ ଆଦିବାସୀ ପରିବାର ଚୈତ୍ର ପର୍ବ ଆରମ୍ଭ କରିବା ହେଉ ବା ବେଣ୍ଟକୁ ଯିବା କାର୍ଯ୍ୟର ଶୁଭାରମ୍ଭ କରିଥିବା ବେଳେ ଦଶମନ୍ତପୁର ବ୍ଲକ ସହ କୋରାପୁଟ , ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର ସଂଧିସ୍ଥଳରେ ଥିବା କୁଲାଟି ଗ୍ରାମରେ ଏହି ଚୈତ୍ର ପର୍ବର ଶେଷଦିନ ପାଳିତ ହେବା ସହ ବିହନ ଧରା ଉତ୍ସବ ପାଳନ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ

ତେବେ ବୁଣିବା ପୂର୍ବରୁ ଗାଁ ଦିଶାରୀ ଗ୍ରାମଦେବୀଙ୍କୁ ନିଶାଣୀ ମୁଣ୍ଡା ଠାରେ ପୂଜାର୍ଚ୍ଚନା କରି ଗାଁର ମହିଳା ଆଣିଥିବା ଧାନକୁ ସ୍ପର୍ଶ କରି ପୁଣିଥରେ ତାଙ୍କରି ହାତରେ ଢାଳି ଦିଅନ୍ତି । ଦିଶାରୀଙ୍କ ହାତର ସ୍ପର୍ଶ ପାଇଥିବା ଏହି ବିହନକୁ ଘରେ ସାଇତି ରଖିଥିବା ବିହନ ସହ ମିଶା ଯାଇ ଡଙ୍ଗର ପାହାଡରେ ବୁଣିବା ଆରମ୍ଭ କରିଥାନ୍ତି ଗ୍ରାମବାସୀ । ଦିଶାରୀ ସ୍ପର୍ଶ କରିଥିବା ବିହନ ବୁଣିଲେ ଚାଷବାସ ଭଲ ହୁଏ ବୋଲି ଲୋକଙ୍କ ମନରେ ବିଶ୍ବାସ ରହିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

ଭଦ୍ରକରେ ନିର୍ବାଚନୀ ତାତି, ଚାଲିଛି ଡୋର ଟୁ ଡୋର କ୍ୟାମ୍ପେନିଂ 

ଭଦ୍ରକ: ପାରଦ 40 ଡିଗ୍ରୀ ଉପରେ। ଏହା ମଧ୍ୟରେ ଭଦ୍ରକ ଲୋକସଭା ଆସନରୁ ଲଢୁଥିବା ପ୍ରାର୍ଥିନୀଙ୍କ ନିର୍ବାଚନୀ ପ୍ରଚାର ଜୋର ଧରିଛି । ପ୍ରଥମଥର ପାଇଁ ବିଜେଡି ପକ୍ଷରୁ ଭଦ୍ରକ ଲୋକସଭା ଆସନ ପାଇଁ ଜଣେ ମହିଳା ମଞ୍ଜୁଲତା ମଣ୍ଡଳ ପ୍ରାର୍ଥିନୀ ହୋଇଛନ୍ତି। 

ସେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ତିହିଡ଼ି ବ୍ଲକ ଚେୟାରମ୍ୟାନ ବିଦ୍ୟୁତଲତା ନାୟକଙ୍କ ସମେତ ବିଭିନ୍ନ କର୍ମୀଙ୍କୁ ଧରି ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି। ଏହି କ୍ରମରେ ତିହିଡ଼ି ବ୍ଲକ ଅନ୍ତର୍ଗତ 13ଟି ପଞ୍ଚାୟତର କର୍ମୀଙ୍କୁ ନେଇ କୁବେରା କାଳି ପଡିଆରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। 

ଚଳିତଥର ନିର୍ବାଚନରେ ଦଳର ପ୍ରଦର୍ଶନ କିପରି ହେବ, ସେ ନେଇ ଆମ ଟିମ ମଞ୍ଜୁଲତାଙ୍କ ସହ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ସିଧାସଳଖ ଆଲୋଚନା କରିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.