ETV Bharat / state

ପରଲୋକରେ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ଆଇ ରାମବ୍ରହ୍ମମ - Central university of odisha

ପରଲୋକରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା କୁଳପତି ଆଇ ରାମବ୍ରହ୍ମମ
କୋରାପୁଟ: ପରଲୋକରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟର କୁଳପତି ଆଇ ରାମବ୍ରହ୍ମମ । ସେ ବିଶ୍ବ ବିଦ୍ୟାଳୟର ତୃତୀୟ କୁଳପତି ଭାବେ ନିଯୁକ୍ତ ଥିଲେ । ତାଙ୍କ ବିୟୋଗରେ ସିୟୁଓର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
author img

By

Published : Jul 28, 2021, 5:50 PM IST

Updated : Jul 28, 2021, 8:06 PM IST

17:42 July 28

ପରଲୋକରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା କୁଳପତି ଆଇ ରାମବ୍ରହ୍ମମ

ପରଲୋକରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା କୁଳପତି ଆଇ ରାମବ୍ରହ୍ମମ
ପରଲୋକରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା କୁଳପତି ଆଇ ରାମବ୍ରହ୍ମମ

କୋରାପୁଟ: ପରଲୋକରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟର କୁଳପତି ଆଇ ରାମବ୍ରହ୍ମମ । ସେ ବିଶ୍ବବିଦ୍ୟାଳୟର ତୃତୀୟ କୁଳପତି ଭାବେ ନିଯୁକ୍ତ ଥିଲେ  । ତାଙ୍କ ବିୟୋଗରେ ସିୟୁଓର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି  ।   

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ଦେହାନ୍ତ । ଆଜି ସନ୍ଧ୍ୟାରେ କୋରାପୁଟ ଜିଲ୍ଲାର ସୁନାବେଡାରେ ଥିବା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର କୁଳପତି ଆଇ॰ ରାମବ୍ରହ୍ମମଙ୍କ 67 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ କୋଭିଡରୁ ସୁସ୍ଥହେବା ପରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ  । ଏନେଇ ବିଶ୍ୱବିଦ୍ୟାଳୟ ତରଫରୁ ଏକ ପ୍ରେସ ବିବୃତିରେ ସୂଚନା ପ୍ରଦାନ କରାଯାଇଛି । ଆଜି ସେ ମୃତ୍ୟୁବରଣ କରିବା ସମୟରେ ତାଙ୍କ ପାଖରେ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ରାମବ୍ରହ୍ମମ ଉପସ୍ଥିତ ଥିଲେ ।

ପ୍ରଫେସର ରାମବ୍ରହ୍ମମ 2019 ମସିହାର ଡିସେମ୍ବରରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ  ଓଡିଶା କୋରାପୁଟରେ କୁଳପତି ଭାବେ ଯୋଗ ଦେଇଥିଲେ  ।  ଅତି ଅଳ୍ପ ସମୟରେ ବହୁଦିନରୁ ଶିଥିଳ ହୋଇପଡିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ହାତକୁ ନେଇ ସୁନାମ ଅର୍ଜନ କରିଥିଲେ । କୋଭିଡ ସମୟରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପରୀକ୍ଷା ଦେବାର ସୁଯୋଗ ଦେଇ ସେମାନଙ୍କ ଘରକୁ ଯାଇ ସେମାନଙ୍କ ମନୋବଳ ବଢାଇବା ସେ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସମସ୍ତଙ୍କୁ ସାଥିରେ ନେଇ କାର୍ଯ୍ୟ କରିବା ଓ ବିଶେଷ କରି ବିଶ୍ବବିଦ୍ୟାଳୟକୁ କୋରାପୁଟର ଗିରିକନ୍ଦରରେ ଅନେକ ବାଧାବିଘ୍ନ ଦେଇ ଅଧ୍ୟୟନ କରୁଥିବା ଆଦିବାସୀ ଓ ଅଣ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବୋତ୍କୃଷ୍ଟ ଅନୁଷ୍ଠାନ କରି ଗଢିତୋଳିବା ପାଇଁ ତାଙ୍କର ପ୍ରୟାସ ଅତୁଳନୀୟ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।

ଆଜି ତାଙ୍କ ବିୟୋଗର ଖବର ଶୁଣିବା ମାତ୍ରେ ତାଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ବିଶ୍ବବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପାଲିତଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି ।  

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jul 28, 2021, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.