ETV Bharat / state

କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏହି ନୂଆ 7ଟି ବିଷୟ ଆରମ୍ଭ - 7ଟି ବିଷୟରେ ଆରମ୍ଭ ହେବ ପିଜି

7 ଟି ନୂଆ ବିଷୟରେ inter-disciplinary programmes ଆରମ୍ଭ କରିବ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ । ଆସନ୍ତା ଶିକ୍ଷା ବର୍ଷରୁ (2021) ଏହି ପାଠ୍ୟକ୍ରମ ଆରମ୍ଭ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏହି 7ଟି ବିଷୟରେ ଆରମ୍ଭ ହେବ ପିଜି

author img

By

Published : May 28, 2020, 2:07 AM IST

କୋରାପୁଟ: 7 ଟି ନୂଆ ବିଷୟରେ inter-disciplinary programmes ଆରମ୍ଭ କରିବ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ । ଆସନ୍ତା ଶିକ୍ଷା ବର୍ଷରୁ (2021) ଏହି ପାଠ୍ୟକ୍ରମ ଆରମ୍ଭ ହେବ । ଏ ନେଇ ବୁଧବାର ବସିଥିବା 18 ତମ ବୈଠକରେ ଘୋଷଣା କରିଛନ୍ତି ଭିସି ପ୍ରଫେସର ରାମବ୍ରହ୍ମମ ।

କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏହି 7ଟି ବିଷୟରେ ଆରମ୍ଭ ହେବ ପିଜି
କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏହି 7ଟି ବିଷୟରେ ଆରମ୍ଭ ହେବ ପିଜି

କୋରୋନା ଭାଇରସ କଟକଣା ମଧ୍ୟରେ ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ଅନଲାଇନ ମୋଡରେ ମତାମତ ନେଇ ଏ ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଏଥିପାଇଁ ଚୟନ ହୋଇଥିବା ବିଷୟ ଗୁଡିକ ମଧ୍ୟରେ ଜୀବ ବିଜ୍ଞାନ, ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ, ସୋସିଆଲ ୱାର୍କ, ମନୋବିଜ୍ଞାନ, ରାଜନୀତି ବିଜ୍ଞାନ, ଲୋକ ପ୍ରଶାସନ, ପବ୍ଲିକ ହେଲ୍ଥ ରହିଛି ।

ପ୍ରଥମ ଥର ପାଇଁ ଏହି ଉଚ୍ଚ ସ୍ତରୀୟ ବୈଠକ 18 ଜଣିଆ ସଦସ୍ୟଙ୍କୁ ନେଇ ସୁନାବେଡା କ୍ୟାମ୍ପସରରେ ଅନୁଷ୍ଠିତ ହୋଇଛି ।

ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ରାମବ୍ରହ୍ମମ ସଦସ୍ୟମାନଙ୍କୁ ସ୍ବାଗତ କରିଥିଲେ। ଏହି ବୈଠକରେ ଇଂ. ଦେବସିସ୍ ଦେବ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, HAL ବେଣୁଧରା ସାହୁ, ଆଞ୍ଚଳିକ ନିର୍ଦ୍ଦେଶକ, RCMA; DRDO ଏବଂ ସଞ୍ଜୟ ଚାୱଲା, ADG, AQA ଆଦି ଯୋଗ ଦେଇଥିଲେ ।

ବୈଠକରେ ପ୍ରମୁଖ ପ୍ରସଙ୍ଗଗୁଡିକ ଉପରେ ଆଲୋକପାତ କରିବା ପୂର୍ବରୁ କୂଳପତି ପ୍ରଥମେ ବିଶ୍ବବିଦ୍ୟାଳର ଅଗ୍ରଗତି ଓ ଉପଲବ୍ଧିକୁ ପ୍ରଶଂସା କରିଥିଲେ । ସେ ପୂର୍ବତନ କୁଳପତିଙ୍କ ଅବଦାନକୁ ପ୍ରଂଶସା କରିଥିଲେ ।

ଏଥିସହ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକର ସାଧାରଣ ପ୍ରବେଶ ପରୀକ୍ଷା (CUCET 2020) ର ମହତ୍ବକୁ ପ୍ରଶଂସା କରିଛନ୍ତି । ସମଗ୍ର ଦେଶର ବିଭିନ୍ନ ଗୋଷ୍ଠୀର ଛାତ୍ରଛାତ୍ରୀମାନଙ୍କର ଆକୃଷ୍ଟ କରିବା ପାଇଁ ପରୀକ୍ଷାର ନିୟନ୍ତ୍ରକ ଘୋଷଣା କରିଛନ୍ତି ଯେ 2020-21 ଶିକ୍ଷାବର୍ଷ ପାଇଁ ପ୍ରାୟ 12,000 ଆବେଦନ ଗ୍ରହଣ କରାଯାଇଛି । ତେବେ ଅନଲାଇନ ଆଡମିଶନ ପାଇଁ ଶେଷ ତାରିଖ ଅର୍ଥାତ ଜୁନ 6 ପୂର୍ବରୁ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା ରହିଛି ।

NALCO ଏବଂ HAL ପରି ଫ୍ରଣ୍ଟଲାଇନ PSU ସହିତ ଏକାଡେମିକ୍ସରେ ସହଯୋଗୀ ବ୍ୟବସ୍ଥା ଚୂଡାନ୍ତ ହୋଇଥିଲା । ଏବଂ DRDO ଏବଂ ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରି ଅନୁସନ୍ଧାନ ସଂଗଠନଗୁଡିକ ସହ ବୁଝାମଣା ହୋଇଛି ।

ଭିସି କମିଟି ସଦସ୍ୟମାନଙ୍କୁ ସୂଚନା ଦେଇଛନ୍ତି ଯେ ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ଯଥେଷ୍ଟ ଅର୍ଥ ପାଇବାର ସମ୍ଭାବନା ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.