ETV Bharat / state

ବାଜିଲା ସୁପ୍ରିମକୋର୍ଟଙ୍କ ଛାଟ, ନିଯୁକ୍ତି ନଦେଇ ପାରିଲେ ମୁଖ୍ୟ ଶାସନ ସଚିବ ରଖିବେ ଉତ୍ତର - ସ୍ବତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଅ

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସୁପ୍ରିମକୋର୍ଟଙ୍କ ଚିଠି । ୬ ସପ୍ତାହରେ ରାଜ୍ୟରେ ଦେବେ ଆଶାୟୀ ସ୍ବତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି । ନିଯୁକ୍ତି ନଦେଇ ପାରିଲେ କୈଫତ ମାଗିବେ କୋର୍ଟ । ଅଧିକ ପଢ଼ନ୍ତୁ

ନିଯୁକ୍ତି ନଦେଇ ପାରିଲେ ମୁଖ୍ୟ ଶାସନ ସଚିବ ରଖିବେ ଉତ୍ତର

author img

By ETV Bharat Odisha Team

Published : Aug 26, 2023, 9:23 PM IST

ନିଯୁକ୍ତି ନଦେଇ ପାରିଲେ ମୁଖ୍ୟ ଶାସନ ସଚିବ ରଖିବେ ଉତ୍ତର

ଭୁବନେଶ୍ବର: ଓଡ଼ିଶା ସରକାରଙ୍କୁ ବାଜିଲା ସୁପ୍ରିମକୋର୍ଟଙ୍କ ଛାଟ । ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ସୁପ୍ରିମକୋର୍ଟଙ୍କ ଚିଠି । ମୁଖ୍ୟ ଶାସନ ସଚିବ ରଖିବେ ଉତ୍ତର । ଓଡ଼ିଶାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ପୋଷ୍ଟିଂ କରିବାକୁ ଚିଠିରେ ଲେଖିଛନ୍ତି ସର୍ବୋଚ୍ଚ କୋର୍ଟ । ପୂର୍ବରୁ ସୁପ୍ରିମକୋର୍ଟ ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ ଭ୍ରୁକ୍ଷେପ କରିନଥିଲେ ସରକାର । ତଥ୍ୟ କହୁଛି ରାଜ୍ୟରେ ୧ ଲକ୍ଷ ୪୬ ହଜାର ୬୩୬ ଜଣ ସ୍ବତନ୍ତ୍ର ଆବଶ୍ୟକତା ରଖୁଥିବା ଛାତ୍ରଛାତ୍ରୀ ଅଛନ୍ତି । କିନ୍ତୁ ସେହି ଅନୁସାରେ ସ୍କୁଲ ଗୁଡିକରେ ଶିକ୍ଷକ ନାହାନ୍ତି ।

ଇନ୍‌କ୍ଲ୍ୟୁଜିଭ ପାଠପଢ଼ା ସମୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ କାହିଁକି କେବଳ ସ୍ବତନ୍ତ୍ର ସ୍କୁଲରେ ପଢିବେ ବୋଲି ସୁପ୍ରିମ୍‌ କୋର୍ଟ ଚିଠିରେ ପଚାରିଛନ୍ତି । ସେମାନେ ଜେନେରାଲ ସ୍କୁଲରେ ପାଠ ପଢିବାକୁ ଚାହୁଁଥିଲେ ମଧ୍ୟ ସେଠାରେ ସ୍ବତନ୍ତ୍ର ଶିକ୍ଷକ ନାହାନ୍ତି । ଅନ୍ୟ ଶିକ୍ଷକମାନେ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମ ନେଇ ନାହାନ୍ତି । ତେଣୁ ପିଲାମାନେ ମଧ୍ୟ ହଇରାଣ ହେଉଛନ୍ତି । ନିୟମ ଅନୁସାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ୧୦ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ରହିବା କଥା । କିନ୍ତୁ ସେହି ଅନୁସାରେ ଶିକ୍ଷକ ନିଯୁକ୍ତି ନାହିଁ । ୨୧ ଜୁଲାଇ ୨୦୧୭ରେ ଉଚ୍ଚତମ ନ୍ୟାୟାଳୟଙ୍କ ଶୁଣାଣି ଥିଲା, ପ୍ରାଇମେରୀ ସ୍କୁଲ ଭଳି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରତି ୧୫ ଛାତ୍ରଛାତ୍ରୀରେ ଜଣେ ଶିକ୍ଷକ ନିଯୁକ୍ତି ପାଇବେ । କିନ୍ତୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି । ପୁଣିଥରେ ଗତ ୨୨ ତାରିଖରେ ସୁପ୍ରିମକୋର୍ଟ ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଚିଠି ଲେଖିଛନ୍ତି । ଯାହାର ଦାୟିତ୍ବ ମୁଖ୍ୟ ଶାସନ ସଚିବଙ୍କ ଉପରେ ରହିବ ।

ଏହା ମଧ୍ୟ ପଢ଼ନ୍ତୁ...ଶିକ୍ଷକଙ୍କ ପଦୋନ୍ନତିକୁ ନେଇ ଟାଳଟୁଳ ନୀତି, ଧାରଣାରେ ଆଶାୟୀ ଶିକ୍ଷକ

ସୁପ୍ରିମକୋର୍ଟ ଗାଇଡ୍‌ଲାଇନ ଏହା ବି ଦର୍ଶାଉଛି, ଆବଶ୍ୟକସ୍ଥଳେ ରାଜ୍ୟର ସ୍କୁଲ ଗୁଡିକରେ ଜଣେ ଦିବ୍ୟାଙ୍ଗ ଛାତ୍ର କିମ୍ବା ଛାତ୍ରୀଙ୍କ ପାଇଁ ଜଣେ ମଧ୍ୟ ଶିକ୍ଷକ ନିଯୁକ୍ତି ହୋଇପାରିବେ । ତେଣୁ ଏଭଳିସ୍ଥଳେ ସରକାର କାହିଁକି ଶିକ୍ଷିତ ସ୍ବତନ୍ତ୍ର ପାଠ୍ୟକ୍ରମ ଶେଷ କରି ଘରେ ବସିଥିବା ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉନାହାନ୍ତି, ସେନେଇ ପ୍ରଶ୍ନ ଉଠିଛି । ୨୦୧୬ ମସିହାରୁ ପାଖାପାଖି ଏ ପର୍ଯ୍ୟନ୍ତ ୬୦୦୦ ସଂଖ୍ୟାର ଏହି ସ୍ବତନ୍ତ୍ର କୋର୍ସ କରି ପାଠ ପଢିଥିବା ଛାତ୍ରଛାତ୍ରୀଙ୍କୁ ଏଯାଏଁ ଚାକିରି ମିଳିନାହିଁ । ଚାକିରି ପାଇଁ ପୋଷ୍ଟିଂ ମଧ୍ୟ ବାହାରି ନାହିଁ । ସେପଟେ ୨ ବର୍ଷକୁ ୭୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ଏହି ସ୍ବତନ୍ତ୍ର ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଏବେ ଭୟ କଲେଣି ପାଠ ପଢିବାକୁ । ଚାକିରି ଖଣ୍ଡେ ମିଳିବ କି ନାହିଁ ତାକୁ ନେଇ ସେମାନେ ଏବେ ସନ୍ଦେହରେ ଅଛନ୍ତି । ସେପଟେ ଏନେଇ ଆଶାୟୀ ଶିକ୍ଷକ କହିଛନ୍ତି, "ପୋଷ୍ଟିଂ ବହରୁନଥିବାରୁ ରାଜ୍ୟରେ ଶିକ୍ଷିତ ବେକାରୀ ବୃଦ୍ଧି ପାଉଛନ୍ତି ।" ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାନୁଷ୍ଠାନ କଣ ରହିବ, ତାହା ଉପରେ ସ୍ବତନ୍ତ୍ର ତାଲିମପ୍ରାପ୍ତ ଆଶାୟୀ ଶିକ୍ଷକଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.