ETV Bharat / state

ଭୁବନେଶ୍ବରରେ G20 ସମ୍ମିଳନୀ, ୫୧ ଦେଶର ପ୍ରତିନିଧିଙ୍କ ପାଇଁ କଡ଼ା ସୁରକ୍ଷା

author img

By

Published : Apr 22, 2023, 10:06 PM IST

ଆସନ୍ତାକାଲି ଠାରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି G20 ସମ୍ମିଳନୀ । ସମୁଦାୟ ୫୧ ଦେଶର ପ୍ରତିନିଧି ଏଥିରେ ଭାଗ ନେବାକୁ ଥିବା ବେଳେ ଏହି ସମ୍ମିଳନୀର ସୁରକ୍ଷା ଦାୟିତ୍ବ କମିଶନରେଟ ପୋଲିସ ହାତରେ । ସେନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବରରେ G20 ସମ୍ମିଳନୀ
ଭୁବନେଶ୍ବରରେ G20 ସମ୍ମିଳନୀ
ଭୁବନେଶ୍ବରରେ G20 ସମ୍ମିଳନୀ

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ୫୧ ଦେଶର ପ୍ରତିନିଧି । ଏପ୍ରିଲ ୨୩ରୁ ଆରମ୍ଭ ହେଉଛି G20 ସମ୍ମିଳନୀ । ଭାରତ ଏହି ସମ୍ମିଳନୀ ଆୟୋଜନ କରୁଥିବା ବେଳେ ଦେଶର‌ ବିଭିନ୍ନ ସହର ଭଳି ଭୁବନେଶ୍ବରରେ ମଧ୍ୟ ହେବ ଏହାର ଏକ ସମ୍ମିଳନୀ । ଏହି ସମ୍ମିଳନୀର ସୁରକ୍ଷା ଦାୟିତ୍ବ କମିଶନରେଟ ପୋଲିସ ହାତରେ । ସୁରକ୍ଷା ବ୍ୟବସ୍ଥା ଟିକିଏ ଢିଲା ହେଲେ ବଦନାମ ହେବ ଦେଶ ଓ ରାଜ୍ୟ । ସେନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ ।

ଏନେଇ ଭୁବନେଶ୍ବର ବିମାନ ବନ୍ଦରରେ ବିଦେଶୀ ପ୍ରତିନିଧି ପହଞ୍ଚିବାଠୁ ଆରମ୍ଭ କରି ତାରକା ହୋଟେଲରେ‌ ରହଣୀ ଓ ସ୍ବତନ୍ତ୍ର ତାରକା ହୋଟେଲରେ ସମ୍ମିଳନୀର ବୈଠକ ଆୟୋଜନ‌ ସହ ବିଦେଶୀ ପ୍ରତିନିଧିଙ୍କ ଭ୍ରମଣ ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ସୁରକ୍ଷା ବ୍ୟବସ୍ଥାର ଆୟୋଜନ । ସମସ୍ତ ଦିଗକୁ ନେଇ କଡ଼ା ସୁରକ୍ଷା ବଳୟରେ ବିଦେଶୀ ପ୍ରତିନିଧିଙ୍କୁ ସୁରକ୍ଷା ପାଇଁ ବ୍ୟବସ୍ଥା ହୋଇଛି । ଭୁବନେଶ୍ବର ଡିସିପିଙ୍କ ସୂଚନା ମୁତାବକ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାଙ୍କ ପରାମର୍ଶ କ୍ରମେ ବିଭିନ୍ନ ଦେଶର ବିଦେଶୀ ପ୍ରତିନିଧିଙ୍କ ପାଇଁ ଆବଶ୍ୟକୀୟ ସୁରକ୍ଷା ପ୍ରୋଟୋକଲ ଅନୁସାରେ ସୁରକ୍ଷା ଯୋଗାଇ ଦିଆଯିବ । ଯେଉଁ ଦେଶର ପ୍ରତିନିଧିଙ୍କ ପାଇଁ କଡ଼ା ସୁରକ୍ଷା ଆବଶ୍ୟକ, ସେନେଇ ସିନିୟର୍ ଅଫିସରଙ୍କ ଦ୍ବାରା ହୋଇଛି ସୁରକ୍ଷା ଆୟୋଜନ । ସମସ୍ତ ପ୍ରତିନିଧି ଏକାଠି ହେବାକୁ ଥିବା ସମ୍ମିଳନୀ କକ୍ଷ ବା ବୈଠକ ସ୍ଥଳୀରେ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ବୈଠକକୁ ଅନୁମତି ନଥିବା ବ୍ୟକ୍ତିଙ୍କୁ ବାରଣ ରହିଛି । ହୋଟେଲ ଭିତରକୁ ଯିବା ଆସିବା ଓ ଜିନିଷ ପତ୍ର ଆଦି ପ୍ରବେଶ ପ୍ରସ୍ଥାନ ପାଇଁ ପୋଲିସ କଡ଼ା ଚେକିଂ ରହିବ । ଏଥିସହ ଏୟାରପୋର୍ଟରୁ ହୋଟେଲ ପର୍ଯ୍ୟନ୍ତ କଡ଼ା ସୁରକ୍ଷାରେ ସ୍ବତନ୍ତ୍ର କାରକେଡ ଜରିଆରେ ପ୍ରତିନିଧି ମାନଙ୍କୁ ଅଣାଯିବ । ଏନେଇ ଜନସାଧାରଣଙ୍କ ପାଇଁ ସୁବିଧା ହିସାବରେ ଟ୍ରାଫିକ କିଛି ସମୟ ପାଇଁ ପ୍ରଭାବିତ ହେବ । ଏହା ସହିତ ହୋଟଲରେ ପହଞ୍ଚିବା ପରେ ୩ଟି ହୋଟେଲ ସେ ଫେୟାର, ଟ୍ରାଇଡେଣ୍ଟ ଓ ୱେଲକମରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

ହୋଟେଲ ବାହାରେ‌ ପୋଲିସ ସିକ୍ୟୁରିଟି କଲର୍‌ ଅନୁସାରେ ମାର୍କିଂ କରି ପୋଲିସ ମୁତୟନ କରାଯିବ । ଅର୍ଥାତ୍ ୫୧ ଦେଶର ପ୍ରତିନିଧିଙ୍କ ପାଇଁ ହାଇ-ସିକ୍ୟୁରିଟି ଅର୍ଥାତ ରେଡ୍‌ କାଟାଗୋରି ବ୍ୟବସ୍ଥା, ସେହିଭଳି UNESCO, WHO, UNDP ଭଳି ୧୫ଟି ସଂସ୍ଥା ପାଇଁ ଗ୍ରୀନ କାଟାଗୋରୀ ସୁରକ୍ଷା ବଳୟ, ଏବଂ ଅନ୍ୟ ପ୍ରତିନିଧିଙ୍କ ପାଇଁ ବ୍ରାଉନ କାଟାଗୋରୀ ଭାବେ ସୁରକ୍ଷା ଯୋଗାଇ ଦିଆଯିବ । ଭିଭିଆଇପି ତଥା ବିଦେଶୀ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର ସିକ୍ୟୁରିଟି ଅଫିସର ଦିଆଯିବ । ଅର୍ଥାତ୍ କିଛି ବଛା ବଛା ଅଫିସରଙ୍କୁ ଏନେଇ ଦାୟିତ୍ବ ଦିଆଯାଇଛି । ୨ ଜଣ ଡିସିପି ରାଙ୍କର ଅଫିସର, ୫ ଜଣ ଅତିରିକ୍ତ ଡିସିପି ରାଙ୍କର ଅଫିସର, ୧୧ ଜଣ ଏସିପି, ୨୫ ଇନ୍ସପେକ୍ଟର, ୧୨୫ ଜଣ ଏସଆଇଙ୍କ ସମେତ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ପୁରା ସୁରକ୍ଷା ଦେବା ପାଇଁ । କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବା ପାଇ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ସହ ୨ ୟୁନିଟ ସ୍ପେଶାଲ ଟାକ୍ଟିକାଲ ୟୁନିଟ ବା କାଉଣ୍ଟର ଟେରୋରିଷ୍ଟ ସ୍କ୍ବାଡ ଟିମ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ମୁତୟନ ରହିବେ । ଏକ କ୍ଲୋଜ ମନିଟରିଙ୍ଗ ରୁମରୁ ଏସବୁ ଉପରେ ନିରୀକ୍ଷଣ କରାଯିବ । ଟ୍ରାଫିକ ଠାରୁ ଆରମ୍ଭ କରି ହୋଟେଲ ସିକ୍ୟୁରିଟି ସବୁ କିଛି ମନିଟର କରାଯିବ କଣ୍ଟ୍ରୋଲ ରୁମରୁ । ଏଥିପାଇଁ ସହରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ୬ଟି ନାକା ଲଗାଇ ପୋଲିସ ଚେକିଂ ମଧ୍ୟ କରିବ । ଏଥିସହ କେନ୍ଦ୍ରୀୟ G20 ଟିମର ସୁରକ୍ଷା ବ୍ୟବସ୍ଥା ନିର୍ଦ୍ଦେଶ ଅନୁସାରେ କିଛି ସ୍ବତନ୍ତ୍ର ଦେଶ ପାଇଁ କଡ଼ା ସୁରକ୍ଷା ଆବଶ୍ୟକ ଥିଲେ ସେନେଇ ମଧ୍ୟ ବିଶେଷ ନଜର ରଖାଯିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.