ETV Bharat / state

ପିଲାଙ୍କ କାନ୍ଧରେ ବସ୍ତାନି ବୋଝ, ବ୍ୟାଗ୍ ଓଜନ ଯାଞ୍ଚ ଭେଳିକି - ପିଲାଙ୍କ ବ୍ୟାଗ୍‌ ଓଜନ ନେଇ ସରକାରଙ୍କ ନିର୍ଦ୍ଦେଶନାମା

ସ୍କୁଲରେ ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ ଓଜନ ନେଇ 2019 ମସିହାରେ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମାନୁ ନଥିବା ଅଭିଯୋଗ ହୋଇଛି । ଫଳରେ ଅଯଥାରେ ଛାତ୍ରଛାତ୍ରୀ କାନ୍ଧରେ ଅଧିକ ଓଜନର ବସ୍ତାନି ବୋଝ ବୋହି ବିଦ୍ୟାଳୟ ଯାଉଛନ୍ତି । ଅଧିକ ପଢ଼ନ୍ତୁ

ବିଦ୍ୟାଳୟ ଗୁଡ଼ିକରେ ହେଉନାହିଁ ବ୍ୟାଗ୍ ଓଜନ ଯାଞ୍ଚ

author img

By

Published : Jan 30, 2023, 10:14 PM IST

ବିଦ୍ୟାଳୟ ଗୁଡ଼ିକରେ ହେଉନାହିଁ ବ୍ୟାଗ୍ ଓଜନ ଯାଞ୍ଚ

ଭୁବନେଶ୍ବର: ବିଦ୍ୟାଳୟ ଗୁଡ଼ିକରେ ହେଉନାହିଁ ବ୍ୟାଗ୍ ଓଜନ ଯାଞ୍ଚ । କେଉଁ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଗ୍ ଓଜନ କେତେ ରହିବ, ତାହା ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ଏହାର ଯାଞ୍ଚ ପାଇଁ ଜିଲ୍ଲାସ୍ତରରେ ସ୍ବତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ଗଠନ କରାଯାଇଛି । ତେବେ ବର୍ତ୍ତମାନ ଏହି ନିୟମ ମାନୁନାହାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଖିଲାପି ବିଦ୍ୟାଳୟ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି ।

ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ଦେଢ଼ କେଜିରୁ 5 କେଜି ମଧ୍ୟରେ ରହିବ । ଏହାଠାରୁ ଅଧିକ ହେଲେ ସମ୍ପୃକ୍ତ ବିଦ୍ୟାଳୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 2019 ମସିହାରେ ରାଜ୍ୟ ସରକାର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । କେଉଁ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଗ୍ ଓଜନ କେତେ ରହିବ, ତାହା ଧାର୍ଯ୍ୟ କରାଯାଇଛି । ଏହାର ଯାଞ୍ଚ ପାଇଁ ଜିଲ୍ଲାସ୍ତରରେ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ ମଧ୍ୟ କରାଯାଇଛି । ସ୍କ୍ବାଡ୍ ପକ୍ଷରୁ ସେ ସମୟରେ କେତେକ ଖିଲାପି ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ହେଲେ ଦିନ କେଇଟା ପରେ ନିୟମକୁ ପାସୋରି ଯାଇଛନ୍ତି ସମସ୍ତେ । ନା ବିଦ୍ୟାଳୟ କର୍ତ୍ତୃପକ୍ଷ ସରକାରଙ୍କ ମାର୍ଗଦର୍ଶିକାର ପାଳନ କରୁଛନ୍ତି, ନା ସରକାରଙ୍କ ତରଫରୁ ଖିଲାପି ବିଦ୍ୟାଳୟ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଫଳରେ ଅଯଥାରେ ପିଲା କାନ୍ଧରେ ବସ୍ତାନି ବୋଝ ବୋହି ବିଦ୍ୟାଳୟ ଯାଉଛନ୍ତି ।

କରୋନା ମହାମାରୀ ସମୟରେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା । ପିଲା ଅନଲାଇନରେ ପାଠ ପଢ଼ିଲେ । ମହାମାରୀ କୋପ କମିବା ପରେ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି । ଛୋଟଛୋଟ ପିଲା ବିଦ୍ୟାଳୟକୁ ଆସୁଛନ୍ତି । ହେଲେ ସେମାନଙ୍କ ବସ୍ତାନି ବୋଝକୁ ନେଇ ଚିନ୍ତାରେ ଅଭିଭାବକ । ଅନାବଶ୍ୟକ ଭାବେ ପିଲା ଅଧିକ ଓଜନର ବ୍ୟାଗ୍ ନେଇ ବିଦ୍ୟାଳୟ ଯାଉଛନ୍ତି । ବି‌‌ଶେଷକରି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ଅଧିକ ଓଜନର ବ୍ୟାଗ୍ ବୋହୁଛନ୍ତି । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ 2ରୁ 3 କେଜି ମଧ୍ୟରେ ରହିବା ନେଇ ନିୟମ ରହିଥିବାବେଳେ 10ରୁ 12 କେଜି ପର୍ଯ୍ୟନ୍ତ ଓଜନର ବ୍ୟାଗ୍ ପିଲା ବିଦ୍ୟାଳୟ ନେଇ ଯାଉଥିବା ଦେଖିବାକୁ ମିଳିଛି । ପ୍ରାୟ ସବୁ ଶ୍ରେଣୀ ପିଲାଙ୍କ ବ୍ୟାଗ୍ ନିର୍ଦ୍ଧାରିତ ଓଜନଠାରୁ ଅଧିକ ରହୁଛି । ଅଭିଭାବକମାନେ ଉପାୟଶୂନ୍ୟ ହୋଇ ପିଲାଙ୍କ ବ୍ୟାଗ ନିଜେ ବୋହି ନେଉଥିବା ଲକ୍ଷ୍ୟ କରାଯାଉଛି ।

ପ୍ରକାଶ ଥାଉକି, 2019 ଅଗଷ୍ଟ 1 ତାରିଖରେ ପିଲାଙ୍କ ବସ୍ତାନି ଓଜନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଏହି ନିୟମ ଅନୁସାରେ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ 1.5 କେଜିରୁ ଅଧିକ ହେବ ନାହିଁ । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ 2ରୁ 3 କେଜି ମଧ୍ୟରେ ରହିବ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦିଆଯିବ ନାହିଁ । ବିଦ୍ୟାଳୟରେ ପାନୀୟ ଜଳ ସୁବିଧା କରାଯିବ । ଫଳରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଘରୁ ପାଣି ବୋତଲ ଆଣିବାକୁ ପଡ଼ିବନି । ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ 4କେଜି, ଅଷ୍ଟମ ଓ ନବମ ପିଲାଙ୍କ ବ୍ୟାଗର ଓଜନ ସାଢ଼େ 4 କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ 5 କେଜିରୁ ଅଧିକ ହେବ ନାହିଁ ବୋଲି କୁହାଯାଇଥିଲା ।

ଏଥିସହ ଷ୍ଟେଟ୍‌ କାଉନ୍‌ସିଲ୍‌ ଅଫ୍‌ ଏଜୁକେସନାଲ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (SCERT) କିମ୍ବା BSE ଏବଂ ନ୍ୟାସ୍‌ନାଲ୍‌ କାଉନସିଲ୍‌ ଅଫ୍‌ ଏଜୁକେସନାଲ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ଦ୍ୱାରା ଯେଉଁ ଶ୍ରେଣୀ ପାଇଁ ଯେତିକି ପାଠ୍ୟପୁସ୍ତକ ଧାର୍ଯ୍ୟ କରାଯାଇଥିବ, ପିଲାମାନେ ସେତିକି ବହି ଆଣିବେ। କର୍ତ୍ତୃପକ୍ଷ ଏହାଠାରୁ ଅଧିକ ବହି ତଥା ଅନ୍ୟ ବହି ଆଣିବାକୁ ପିଲାଙ୍କୁ କହିପାରିବେ ନାହିଁ । ଅଭିଭାବକମାନେ ରୋଟିନ୍‌ ଅନୁସାରେ ବହି ଦେବେ । ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଦିନ ପିଲାର ବ୍ୟାଗ୍‌ ଓଜନ ତଦାରଖ କରିବେ ବୋଲି କୁହାଯାଇଥିଲା । ନିୟମ ଉଲ୍ଲଙ୍ଘନ କରୁଥିବା ବିଦ୍ୟାଳୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ଚେତାଇ ଦେଇଥିଲା । ଏହାର ଯାଞ୍ଚ ଲାଗି ଜିଲ୍ଲାସ୍ତରରେ ସ୍କ୍ବାଡ୍ ଗଠନ ହୋଇଥିଲା । ଏହି ସ୍କ୍ବାଡ୍ ବିଭିନ୍ନ ସମୟରେ ସରକାରୀ ଓ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ଅଚାନକ ଗସ୍ତ କରି ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ବ୍ୟାଗ ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଥିଲା । ସିବିଏସଇ ଏବଂ ଆଇସିଏସଇ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏହି ସ୍କ୍ବାଡ ଚଢ଼ାଉ କରି ଫାଇନ ଆଦାୟ କରିଥିଲା । ହେଲେ ଦିନ କେଇଟା ପରେ ଏହି ନିୟମକୁ ସମସ୍ତେ ଭୁଲିଗଲେ । ଏବେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଭଳି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.