ETV Bharat / state

ଜଳିଗଲା ଭେଣ୍ଡିଙ୍ଗ ଜୋନ୍, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ

ନିଆଁର ଲେଲିହାନ ଶିଖାରେ ୪ଟି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ କରିବାରୁ ଦୀର୍ଘ ଦେଢ଼ ଘଣ୍ଟା ଧରି ନିଆଁ ହୁତୁ ହୁତୁ ହୋଇ ଜଳିଥିଲା

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 13, 2019, 6:36 PM IST

Updated : Feb 13, 2019, 6:51 PM IST

ଭୁବନେଶ୍ୱର: ସ୍ଥାନୀୟ ସିଆରପି ଛକ ସ୍ଥିତ ଭେଣ୍ଡିଙ୍ଗ୍ ଜୋନରେ ବୁଧବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ଲେଲିହାନ ଶିଖାରେ ୪ଟି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ କରିବାରୁ ଦୀର୍ଘ ଦେଢ଼ ଘଣ୍ଟା ଧରି ନିଆଁ ହୁତୁ ହୁତୁ ହୋଇ ଜଳିଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
undefined

ପ୍ରଫୁଲ୍ଲ ମହାନ୍ତିଙ୍କ ଫଳ ଦୋକାନରେ ନିଆଁ ଲାଗିବା ପରେ ଆଖିପିଛୁଳାକେ ଅନ୍ୟ ୩ଟି ଦୋକାନକୁ ନିଆଁ ବ୍ୟାପିଥିଲା । ତେବେ ଦୋକାନ ଘର ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ କେବୁଲ୍ ଯାଇଥିବାରୁ ଉପସ୍ଥିତ ଲୋକେ ନିଆଁ ଲିଭାଇବା ପାଇଁ ସାହସ ଜୁଟାଇ ପାରିନଥିଲେ । ଅନ୍ୟପଟେ ପଛରେ ଥିବା ଏକ ଘରୋଇ ସ୍କୁଲ ପଟୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀ ହେଲେ- ପ୍ରତାପ ବେହେରା (ଫଳ ଦୋକାନୀ), ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ଫଳ ଦୋକାନ), ମିଥୁନ ବେହେରା (ଫଳ ଦୋକାନ) ଏବଂ ସନ୍ତୋଷ ପ୍ରଧାନ (ପାନ ଦୋକାନ) । ସୂଚନା ମୁତାବକ, ପ୍ରଫୁଲ୍ଲ ମହାନ୍ତିଙ୍କ ଦୋକାନରେ ନିଜ ପୁଅର +୨ ବହି ଖାତା ସହ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଛି । ପରେ ୨ଟି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

Intro:Body:

4 ଲକ୍ଷ ଗରିବଙ୍କୁ ମିଳିବ ଫ୍ଲାଟ

ଅମରାବତୀ: ଗରିବଙ୍କୁ ମିଳିବ ଫ୍ଲାଟ । 4ଲକ୍ଷ ଘର ନିର୍ମାଣ କଲେ ଆନ୍ଧ୍ର ପ୍ରଦେଶ ସରକାର । 4,800 ନୂତନ ଘର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଏନଟିଆର ହାଉସିଂ ଯୋଜନାରେ 356 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଆର୍ଥିକ ପଛୁଆବର୍ଗଙ୍କ ପାଇଁ ଘର ।

ତେବେ ଏହି ଯୋଜନା ଅନୁସାରେ ସହରାଞ୍ଚଳରେ 3.5 ଲକ୍ଷରେ ମିଳିବ ଘର । ସେପଟେ ଗ୍ରାମାଞ୍ଚଳରେ ଫ୍ଲାଟ ପାଇଁ ଦେବାକୁ ପଡିବ 2 ଲକ୍ଷ ଟଙ୍କା । ଦିନକରେ 4ଲକ୍ଷ ଘର ଉଦଘାଟନ କରି ନାଇଡୁ ସରକାର ଇତିହାସ ସୃଷ୍ଟି କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । 

ଗତ 2017ରେ ଏକ ଲକ୍ଷ ଓ 2018ରେ ତିନି ଲକ୍ଷ ଘର ଉଦଘାଟନ କରିଥିଲେ ନାଇଡୁ ସରକାର । ଦେଶରେ ଆଉ କୌଣସି ରାଜ୍ୟ ଏପରି ଉପଲବ୍ଧିତା ହାସଲ କରି ନଥିବା କହିଛନ୍ତି ନାଇଡୁ । ଗତ ସାଢେ 4 ବର୍ଷ ମଧ୍ୟରେ ସରକାର 11ଲକ୍ଷ ଘର ନିର୍ମାଣ କରିଛନ୍ତି ।    

Conclusion:
Last Updated : Feb 13, 2019, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.