ETV Bharat / state

ଫେବୃଆରୀରେ ଓଡିଶା ଆସିବେ ପ୍ରିୟଙ୍କା, ମହିଳାଙ୍କ ପାଇଁ ରହିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ - ପିସିସି ସଭାପତି ଶରତ ପଟ୍ଟନାୟକ

ଫେବୃଆରୀରେ ଓଡିଶା ଆସିବେ AICC ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଖୋର୍ଦ୍ଧା ବରୁଣେଇରେ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବିଶାଳ ସମାବେଶ ପାଇଁ AICCକୁ ପ୍ରସ୍ତାବ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଓ ଜଟଣୀ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବା ନେଇ ସୂଚନା ଦେଉଛନ୍ତି ପିସିସି ସଭାପତି

author img

By

Published : Dec 21, 2022, 9:13 AM IST

ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବା ନେଇ ସୂଚନା ଦେଉଛନ୍ତି ପିସିସି ସଭାପତି

ଭୁବନେଶ୍ବର: ଫେବୃଆରୀରେ ଓଡିଶା ଆସିବେ AICC ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଖୋର୍ଦ୍ଧା ବରୁଣେଇରେ କଂଗ୍ରେସର ଏକ ବିଶାଳ ସମାବେଶରେ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟକ୍ରମ ହେବା ପାଇଁ ପ୍ରଭାରୀ ଚେଲ୍ଲାକୁମାର ଏବଂ AICCକୁ ପ୍ରସ୍ତାବ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ଓଡିଶା ଗସ୍ତ ସମୟ ସୂଚୀ ଚୂଡାନ୍ତ ହୋଇନଥିଲେ ମଧ୍ୟ ସେ ଫେବୃଆରୀ ମାସରେ ଓଡିଶା ଆସିବେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ତେବେ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେବାକୁ ଥିବା ହାଥ ସେ ହାଥ ଯୋଡ଼ୋ କାର୍ଯ୍ୟକ୍ରମ ଉଦଘାଟନ ହେବା ପରେ ପ୍ରିୟଙ୍କା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସର ଛାମୁଆ ସଂଗଠନ ଗୁଡିକୁ ଅଧିକ କ୍ରିୟାଶୀଳ କରାଯିବ । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସମାବେଶ ହେବ । ମହିଳା ମାନଙ୍କ ସୁରକ୍ଷା ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ କରିବ ।"

ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ଓଡିଶା ଗସ୍ତ ସମୟ ସୂଚୀ ଚୂଡାନ୍ତ ହୋଇନଥିଲେ ମଧ୍ୟ ସେ ଫେବୃଆରୀ ମାସରେ ଓଡିଶା ଆସିବେ ବୋଲି କହିଛନ୍ତି ପିସିସି ସଭାପତି । ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବାର କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.