ଖୋର୍ଦ୍ଧା: ଜିଲ୍ଲାର ବାଣପୁର ବ୍ଲକ ମାଳ ଅଧ୍ୟୁସିତ ଦାମିଆ ବରବରା ପଞ୍ଚାୟତ ଭାଟପଡ଼ା ସ୍କୁଲରେ କାର୍ଯ୍ୟ ଦିବସରେ ପଡିଛି ତାଲା । ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲୁଥିବା ବେଳେ ସ୍କୁଲରେ ତାଲା ପଡିଛି ଏବଂ ଶିକ୍ଷକ ଆସିନଥିବା ନେଇ ଅଭିଯୋଗ ଦେଖାଦେଇଛି।
ଏହି ସ୍କୁଲରେ ସ୍ଥାନୀୟ ଅଞ୍ଚଳର ପାଞ୍ଚ ସାତ ଖଣ୍ଡ ଗ୍ରାମର ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ନିର୍ଭର କରିଥାନ୍ତି । ସ୍କୁଲରେ ତାଲା ପଡିଥିବା ଦେଖି ପିଲାମାନେ ଫେରି ଯାଇଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବଗତ କରି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ଘଟଣା ସମ୍ପର୍କରେ ଅବଗତ ପାଇଁ ଆମେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ ସେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। କାର୍ଯ୍ୟଦିବସରେ ସ୍କୁଲ ବନ୍ଦ କରି କୋମଳମତି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ