ଖୋର୍ଦ୍ଧା: ଜିଲ୍ଲାର ବୋଲଗଡ ଥାନା ଅନ୍ତର୍ଗତ ବୋଲଗଡ ଷ୍ଟେସନ ନିକଟରେ ଟ୍ରେନ ଲାଇନରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ପରିଚୟ ଅଧିକାରୀ ପ୍ରଧାନ(60) । ତାଙ୍କ ଘର କପାସିଆ ବୋଲି ଜଣାପଡିଛି । ଏହି ଘଟଣାଟି ଆଜି(ଶନିବାର) 10.40ରେ ଘଟିଥିଲା । ସେ ନୟାଗଡରୁ ଖୋର୍ଦ୍ଧା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଘଟଣାସ୍ଥଳରେ ବୋଲଗଡ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ