ETV Bharat / state

ବିଲୁପ୍ତ ପଥରେ ବାଇଚଢେଇ ଓ ତା’ବସା - weaver bird decrease

ଧିରେ ଧିରେ ଲୋପ ପାଇବାକୁ ବସିଲେଣି ବାଇ ଚଢେଇ ପକ୍ଷୀ । ଶୁଭୁନି ଆଉ ତାଙ୍କ କିଚିରି ମିଚିରି ଶବ୍ଦ । ହେଲେ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ବାଇଚଢେଇ ବସା...ଦେଖନ୍ତୁ ଏହି ରିପୋର୍ଟ

ଡିଜାଇନ ଫଟୋ
author img

By

Published : Sep 28, 2019, 7:52 PM IST

ଖୋର୍ଦ୍ଧା: ବାଇଚଢେଇ । ବାସ୍ ନାଁ ଶୁଣି ଦେଲେ ହିଁ ମନରେ ଭରି ଯାଏ ଅସୁମାରୀ ଆନନ୍ଦ । ବାଇ ଚଢେଇକୁ ନେଇ ରହିଛି ଅନେକ କାହାଣୀ । ଗପ, ଗୀତ, କାହାଣୀ ସବୁଠି ସ୍ଥାନ ପାଇଛି ପ୍ରକୃତିର ଏହି କୁନି ଚଢେଇ । ହେଲେ ପ୍ରକୃତିର ଶୋଭା ମଣ୍ଡନ କରୁଥିବା ବାଇଚଢେଇ ଏବେ ଧିରେ ଧିରେ ଲୋପ ପାଇବାକୁ ବସିଲେଣି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବାଇଚଢେଇ କାହିଁ କେଉଁ କାଳରୁ ଆମ ସଂସ୍କୃତି ତଥା ଲୋକସାହିତ୍ୟ ସହିତ ଜଡିତ । ଦିନଥିଲା ବାଇ ଚଢେଇଙ୍କ କିଚିରି ମିଚିରି ଶଦ୍ଦରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ । ହେଲେ ସମୟର ଗତିଚକ୍ରରେ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି ଏହି ଚଢେଇ । ଶୁଭୁନି ଆଉ ସେମାନଙ୍କ କିଚିରି ମିଚିରି ଶଦ୍ଦ । ହେଲେ ଖୋର୍ଦ୍ଧା ଜିଲା ବୋଲଗଡ ବ୍ଳକର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏହି ବିଲୁପ୍ତ ପକ୍ଷୀ ବାଇଚଢେଇ ଏବଂ ସେମାନଙ୍କ ଆକର୍ଷଣୀୟ ମନଲୋଭା ବସା ।

ବାଇଚଢେଇ ବସା ହିଁ ତାହାର ପରିଚୟ ସୃଷ୍ଟି କରେ । ସାଧାରଣତଃ ବର୍ଷା ଦିନେ ବାଇଚଢେଇ ବଡ ବଡ ଗଛରେ ବସାବାନ୍ଧିବାକୁ ଭଲ ପାଏ । ଝଡି ବର୍ଷା ବି କିଛି ବି କ୍ଷତି କରିପାରିନେ ତାର ବସାକୁ । ଆଉ ପୂର୍ବରୁ ଲୋକେ ବାଇ ଚଢେଇ ରାବରୁ ହିଁ ପ୍ରାକୃତିକ ବିପର୍ଯ୍ୟୟର ପ୍ରାକ୍‌ ସୂଚନା ପାଇ ପାରୁଥିଲେ । ତେଣୁ ଲୋକେ ସତର୍କ ରହୁଥିଲେ ବୋଲି ଲୋକମତ ରହିଛି । ସେହିପରି ରୋଗ ପୋକକୁ ମଧ୍ୟ ଦମନ କରିଥାଏ ଏହି କୁନି ଚଢେଇ । ତେଣୁ ଏହାକୁ କୃଷକର ବନ୍ଧୁ ବୋଲି ମଧ୍ୟ କୁହାଯାଏ ।

ହେଲେ ଏହି ବିଚିତ୍ର ବିନ୍ଧାଣୀ ଏବେ ବିଲୁପ୍ତ ପ୍ରାୟ । ଏମାନଙ୍କ ସୁରକ୍ଷା ପାଇଁ କୌଣସି ସ୍ତରରେ ଉଦ୍ୟମ କରାଯାଉନାହିଁ । ଯାହା ଆଗାମୀ ପିଢୀ ଓ ପରିବେଶ ପାଇଁ ବେଶ୍ କ୍ଷତିକାରକ । ବାଇଚଢେଇଙ୍କ ବଂଶବିସ୍ତାର ଓ ସେମାନଙ୍କ ସୁରକ୍ଷା ପାଇଁ ବେଳ ହୁଁ ସାବଧାନ ନ ହେଲେ ଆଗକୁ କେବଳ କାହାଣୀ ହୋଇ ରହିଯିବେ ଏହି ପ୍ରକୃତି ବନ୍ଧୁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବିଲୁପ୍ତର ପଦ ଦେଶରେ ବାଇଚଢେଇ ଓ ତା ବସା

ଖୋର୍ଦ୍ଧା : ବାଇଚଢେଇ କାହିଁ କେଉଁ କାଳରୁ ଆମ ସଂସ୍କୃତି ତଥା ଲୋକସାହିତ୍ୟ ସହିତ ଜଡିତ । ଦିନଥିଲା ବାଇ ଚଢେଇଙ୍କର କିଚିରି ମିଚିରି ଶଦ୍ଦରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ ।ହେଲେ ସମୟର ଗତିଚକ୍ରରେ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି ଏହି ଚଢେଇ । ତେଣୁ ଶୁଭୁନି ଆଉ ସେମାନଙ୍କ କିଚିରି ମିଚିରି ଶଦ୍ଦ । ତଥାପି ଖୋର୍ଦ୍ଧା ଜିଲା ବୋଲଗଡ ବ୍ଳକର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏହି ବିଲୁପ୍ତ ପକ୍ଷୀ ବାଇଚଢେଇ ଏବଂ ସେମାନଙ୍କ ଆକର୍ଷଣୀୟ ମନୋଲୋଭା ବସା । Body:ହେଲେ ପ୍ରକୃତିର ଶୋଭା ମଣ୍ଡନ କରୁଥିବା ଏହି ଛୋଟପକ୍ଷୀ ଏବେ ଆଉ ବେଶୀ ମାତ୍ରାରେ ଦେଖିବାକୁ ମିଳୁନାହିଁ । ଗା ମୁଣ୍ଡ ତାଳଗଛ ନା ପୋଖରୀ କୂଳର ଶିରିଷ ଗଛରେ ବସା ବାନ୍ଧୁନି ବାଇଚଢେଇ ।କି ଆଉ ଶୁଭୁନି ସେମାନଙ୍କ ମନ ମୁତାଣିଆ କିଚିରି ମିଚିରି ସ୍ୱରର ଗୀତ । ବାଇଚଢେଇ ବସା ହିଁ ତାହାର ପରିଚୟ ସୃଷ୍ଟି କରେ । ପୁରୁଷ ବାୟା ଚଢ଼େଇ ର ବସା ବାନ୍ଧିବାର ଦକ୍ଷତା କୌଶଳ ଓ ସ୍ଥିରତା ଥିବାବେଳେ ଏଥିରେ ମାଈ ବାୟା ଚଢେଇ ମାଟି ଓ ଗୋବର ଲେପ ଦେଇ ସୁନ୍ଦର କରିଥାଏ ବୋଲି କୁହାଯାଏ । ବର୍ଷା ଦିନେ ବାଇଚଢେଇ ବଡ ବଡ ଗଛରେ ବସାବାନ୍ଧିବାକୁ ଭାରୀ ଭଲ ପାଏ ।ଝଡି ବର୍ଷା କିଛି ବି କ୍ଷତି କରିପାରିନି ତାହାର ବସାକୁ ।ଏହି ପକ୍ଷୀ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ସେମାନଙ୍କ ଅସ୍ୱାଭାବିକ ରାବ ଜରିଆରେ ଦେଇଥାନ୍ତି ।ଫଳରେ ଲୋକମାନେ ବିପର୍ଯ୍ୟୟର ପୂର୍ବରୁ ସୂଚନା ପାଇବା ସହ ସତର୍କ ରହୁଥିଲେ ।ସେହିଫଳି କୃଷକ ରଶତ୍ରୁ ଫସଲରେ ଲାଗିଥିବା ରୋଗ ପୋକମାନକୁ ଦମନ କରିଥିବାରୁ କୃଷକ ବନ୍ଧୁଭାବେ ଅଭିହିତ କରାଯାଏ । ଏହି ବିଚିତ୍ର ବିନ୍ଧାଣୀ ଏବେ ବିଲୁପ୍ତ ପ୍ରାୟ।ଏମାନଙ୍କ ସୁରକ୍ଷା ପାଇଁ କୌଣସି ସ୍ତରରେ ଉଦ୍ୟମ କରାଯାଇପାରୁନି ଫଳରେ ଯାହା ଆଗାମୀ ପିଢୀ ଓ ପରିବେଶ ପାଇଁ କ୍ଷତିକାରକ ନିଶ୍ଚିତ । Conclusion:ବାଇଚଢେଇଙ୍କ ବଂଶବିସ୍ତାର ଓ ସେମାନଙ୍କ ସୁରକ୍ଷା ପାଇଁ ସମୟ ଆସିଛି।ନଚେତ୍ ଏମିତି ସମୟ ଆସିବ ଯେତେବେଳେ ବାଇଚଢେଇ ଗପ ଓ ଚିତ୍ର ସହ ଇତିହାସ ପାଲିଟିଯିବ ।

ବାଇଟ - ଭଗବାନ ପଣ୍ଡା,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.