ETV Bharat / state

ଆସୁଛି ଅପରେସନ ଅପହରଣ

author img

By

Published : Feb 16, 2023, 2:01 PM IST

Updated : Feb 16, 2023, 2:22 PM IST

ଆସୁଛି ଅପରେସନ ଅପହରଣ । ବୁଧବାର ଏହାର ଶୀର୍ଷକ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

Operation apaharan
Operation apaharan
ଆସୁଛି ଅପରେସନ ଅପହରଣ

ଭୁବନେଶ୍ବର: ଆସିବାକୁ ଯାଉଛି ନୂଆ ଓଡିଆ ଚଳଚ୍ଚିତ୍ର ଅପରେସନ ଅପହରଣ । ବୁଧବାର ଏହାର ଟାଇଟେଲ ଘୋଷଣା କରାଯାଇଛି । ଏସ ଥ୍ରୀ ମୁଭିଜ କ୍ରିଏସନ, ଶୁଭଶ୍ରୀ ଫିଲ୍ମସ ଇନିସିଏଟିଭ ଏବଂ ଓଁ ମାଆ କାଳୀ ଫିଲ୍ମସର ମିଳିତ ସହଯୋଗ ସହିତ ସମରେଶ ରାଉତରାୟଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର "Operation ଅପହରଣ" ।

ଏହାର ଶୀର୍ଷକ ବୁଧବାର ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ଘୋଷଣା ହୋଇଯାଇଛି l ଚଳଚ୍ଚିତ୍ରର କାହାଣୀ ଅମ୍ରିତା ସେନଗୁପ୍ତା ଲେଖିଥିବା ବେଳେ ଅମିତ ତାଳୁକଦାର, ଅମ୍ରିତା ସେନଗୁପ୍ତା, ଦିପଞ୍ଜନ ମୁଖାର୍ଜୀ ଏବଂ ଆଶୁତୋଷ ସାହୁ ଚିତ୍ରନାଟ୍ୟ ରଚନା କରିଛନ୍ତି l ଏହାସହ ସଂଳାପ ରଚନା କରିଛନ୍ତି ଅମିତ ତାଳୁକଦାର l ଠିକ ସେହିପରି ଡିଓପି - ସୌରଭ ବାନାର୍ଜୀ ଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କୁନ୍ତଲ ଦେ l ଚଳଚ୍ଚିତ୍ର "Operation ଅପହରଣ" ଟାଇଟେଲ ଘୋଷଣା ଉତ୍ସବରେ ପ୍ରଯୋଜକ ସମରେଶ ରାଉତରାୟ, ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ପ୍ରେମଲତା ରାଉତରାୟ ଏବଂ ମିନାକ୍ଷୀ ମିଶ୍ରଙ୍କ ସମେତ ନିର୍ଦ୍ଦେଶକ ଅମିତ ତାଲୁକଦାର, ଅଭିନେତା ଆକାଶ ଦାସ ନାୟକ, ପୃଥ୍ୱୀରାଜ, ଅଭିନେତ୍ରୀ ତମନ୍ନା ଭ୍ୟାସ, ଉଷସୀ ମିଶ୍ର, ସୋଫିଆ ଆଲାମ, ପ୍ରିୟଙ୍କା ପାଣିଗ୍ରାହୀ, ଆଲିଆ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l

ଏହା ମଧ୍ୟ ପଢନ୍ତୁ: State Film Awards: କାଳିଆ କରୁଛି ଲୀଳା ଶ୍ରେଷ୍ଠ ଫିଲ୍ମ, ଦେବାଶିଷ-ଲିପ୍ସା ଶେଷ୍ଠ ଅଭିନେତା, ଅଭିନେତ୍ରୀ

ଚଳଚ୍ଚିତ୍ର "Operation ଅପହରଣ" ଏକ ଭିନ୍ନ ଧରଣର ସସପେନ୍ସ ସହିତ ଭିନ୍ନଧରଣର କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର l ଯାହା ସବୁବର୍ଗର ଦର୍ଶକମାନଙ୍କ ମନକୁ ଛୁଇଁବ ବୋଲି ଅଭିନେତା କହିଛନ୍ତି । ବହୁତଦିନ ପରେ ଦର୍ଶକ ଆକାଶ ଏବଂ ତମନ୍ନାଙ୍କ ଯୋଡି ଦେଖିବାକୁ ପାଇବେ l

ଚଳଚ୍ଚିତ୍ର "Operation ଅପହରଣ" ସହରଠୁ ଗାଁ ପର୍ଯ୍ୟନ୍ତ ଚଳଚ୍ଚିତ୍ର ଦେଖୁଥିବା ଦର୍ଶକମାନଙ୍କ ମନକୁ ଛୁଇଁବା ଭଳି କାହାଣୀ ନେଇ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି l ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ସହିତ ଗୀତ ଓ ସଙ୍ଗୀତ ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇଛି l ଚଳଚ୍ଚିତ୍ରଟି ଖୁବ ଶୀଘ୍ର ସୁଟିଂ ଫ୍ଲୋରକୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 16, 2023, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.