ଖୋର୍ଦ୍ଧା: ବେଆଇନ୍ କଫ୍ ସିରଫ ଓ ଗଞ୍ଜେଇ ବ୍ୟବସାୟ କରୁଥିବାବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ଖୋର୍ଦ୍ଧା ପୁବୁସାହି ଗ୍ରାମରେ ବେଆଇନ ଭାବରେ କଫ ସିରଫ୍ ବିକ୍ରି ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏହାପରେ ଚଢ଼ାଉବେଳେ ୨ କେଜି ଗଞ୍ଜେଇ ସହ ୩୦୦ ବୋତଲ କଫ୍ ସିରଫ ଜବତ କରିଛି ଅବକାରୀ ବିଭାଗ ।
ଏହି ସମୟରେ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ସେହି ଗ୍ରାମର ଗଣେଶ କୁମାର ପାତ୍ର ବୋଲି ଜଣାପଡ଼ିଛି । ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ନିଶା କାରବାର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ଏହି କ୍ରମରେ ପୁବୁସାହି ଗ୍ରାମ ଉପରେ ନଜର ରଖିଥିଲା ଅବକାରୀ ବିଭାଗ । ଗଣେଶ ନିଶା କାରବାର କରୁଥିବା ଖବରପାଇ ଅବକାରୀ ବିଭାଗର ଏକ ଟିମ୍ ସକାଳେ ଉକ୍ତ ଗ୍ରାମରେ ଚଢ଼ାଉ କରିଥିଲା । ଚଢ଼ାଉବେଳେ ଗଞ୍ଜେଇ ସହ କଫ୍ ସିରଫ ଜବତ ହୋଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ