ETV Bharat / state

ବାଇକରେ ଆସି ଦେଢ ଲକ୍ଷ ଟଙ୍କା ହାତରୁ ଛଡାଇ ନେଲେ ଦୁର୍ବୃତ୍ତ

ବାଇକରେ ଆସି ୧ ଲକ୍ଷ ୫୦ ହଜାର ଟଙ୍କା ହାତରୁ ଛଡ଼ାଇ ନେଇଗଲେ ଦୁର୍ବୃତ୍ତ। ବୋଲଗଡ଼ ଥାନା ଡାବରଧୁଆ ପାଟଣା ଗ୍ରାମରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ...

ବାଇକରେ ଆସି ଦେଢ ଲକ୍ଷ ଟଙ୍କା ହାତରୁ ଛଡାଇ ନେଲେ ଦୁର୍ବୃତ୍ତ
ବାଇକରେ ଆସି ଦେଢ ଲକ୍ଷ ଟଙ୍କା ହାତରୁ ଛଡାଇ ନେଲେ ଦୁର୍ବୃତ୍ତ
author img

By

Published : Feb 6, 2021, 8:31 AM IST

ଖୋର୍ଦ୍ଧା: ବାଇକରେ ଆସି ୧ଲକ୍ଷ ୫୦ ହଜାର ହାତରୁ ଛଡ଼ାଇ ନେଇଗଲେ ଦୁର୍ବୃତ୍ତ। ବୋଲଗଡ଼ ଥାନା ଡାବରଧୁଆ ପାଟଣା ଗ୍ରାମରେ ଘଟିଛି ଏଭଳି ଘଚଣା । ସୂଚନାମୁତାବକ, ସେହି ଗ୍ରାମର ରାଜକିଶୋର ସାହୁ ବ୍ୟାଙ୍କରୁ ୧ଲକ୍ଷ ୫୦ହଜାର ଟଙ୍କା ଉଠାଇ ତାଙ୍କ ଘର ସମ୍ମୁଖରେ ପହଁଚିଥିବା ବେଳେ ତାଙ୍କୁ ବାଇକରେ ପିଛା କରି ଆସିଥିବା ଦୁଇଜଣ ଦୁର୍ବୃତ୍ତ ହାତରୁ ଟଙ୍କା ଭର୍ତି ଥିବା ବ୍ୟାଗଟିକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ ।

ତେବେ ରାଜକିଶୋର ତାଙ୍କ ଭାଣେଜୀ ବାହାଘର ପାଇଁ ରାଜସୁନାଖଳା ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣିଥିବା ବେଳେ ହେଲମେଟ ପିନ୍ଧି ବାଇକରେ ପିଛା କରୁଥିବା ଦୁଇ ଦୁର୍ବୃତ୍ତ ଆସି ରାଜକିଶୋରଙ୍କ ହାତରୁ ତାଙ୍କ ଟଙ୍କାବ୍ୟାଗ ଟିକୁ ଝାମ୍ପି ନେଇ ପଳାଇ ଯାଇଥିବା ସେ ବୋଲଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାର ସନ୍ଧାନ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ଏଯାବତ କୌଣସି ସନ୍ଧାନ ମିଳିନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.