ETV Bharat / state

କୁଏତରେ ଚାକିରି ଦେବା ନାଁରେ ଠକେଇ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଯୁବକ

ବିଦେଶୀରେ ଚାକିରି ଦେବା ନାଁରେ ଠକେଇ । ଠକାମୀର ଶିକାର ହୋଇଥିବା ଯୁବକ ମାନେ ଗୁରୁବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଆସି ଗୁହାରି କରିଛନ୍ତି ।

କୁଏତରେ ଚାକିରି ଦେବା ନାଁରେ ଠକେଇ
author img

By

Published : Oct 31, 2019, 7:18 PM IST

ଖୋର୍ଦ୍ଧା: ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ । ହଜାର ହଜାର ଟଙ୍କା ଲୁଟି ନେଲେ ଦଲାଲ । ଚାରି ଆଡୁ ନିରାଶ ହେବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିଲେ ଠକାମୀର ଶିକାର ହୋଇଥିବା ଯୁବକ ।

କୁଏତରେ ଚାକିରି ଦେବା ନାଁରେ ଠକେଇ

ସୂଚନା ଅନୁସାରେ, ବାଣପୁର ଅଞ୍ଚଳର ରାଜୀବ ଲୋଚନ ନାମକ ଏକ ବ୍ୟକ୍ତି କୁଏତରେ ଚାକିରି କରାଇଦେବାକୁ କହି କେନ୍ଦ୍ରାପଡାର 14 ଜଣଙ୍କୁ ପ୍ରଲୋଭିତ କରିଥିଲେ । ଏପରିକି ସେଠାରେ ମାସିକ ଦରମା 14ରୁ 15 ହଜାର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଚାକିରି ପାଇବା ଆଶାରେ ଯୁବକ ମାନେ ପାସପୋର୍ଟ, ଭିସା ଓ 15 ହଜାର ଟଙ୍କା ଲେଖାଏଁ ଦେଇଥିଲେ । ପରେ ସେମାନଙ୍କୁ ସହ କିଛି ଯୋଗଯୋଗ କରିନଥିଲା ଦଲାଲ । ଶେଷରେ ବାଧ୍ୟ ହୋଇ ସେମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଟଙ୍କା ସହ ଜରୁରୀ କାଗଜପତ୍ର ଫେରାଇ ଦେବାକୁ ଅନୁରୋଧ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବିଦେଶରେ ଚାକିରୀ କରେଇଦେବା ନାଁରେ ଠକେଇ

Body:ଖୋର୍ଦ୍ଧା : କୁଏତ ଗଲେ ଦରମା ମାସକୁ 40 ରୁ 50 ହଜାର । ଏଭଳି କହି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଂଚଳର ରାଜୀବ ଲୋଚନ ଲେଙ୍କା ନାମକ ଜଣେ ବ୍ୟକ୍ତି କେନ୍ଦ୍ରାପଡା ପଟାମୁଣ୍ଡାଇ ଅଂଚଳର 14 ଜଣ ଯୁବକଙ୍କ ଠାରୁ ପାସପୋର୍ଟ ଓ ଭିସା ପାଇଁ 15ହଜାର ଟଙ୍କା ନେଇ ଠକିଥିବା ବିଷୟରେ ଆଜି ଯୁବକ ମାନେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ପୂର୍ବରୁ ସେମାନେ ଖୋର୍ଦ୍ଧା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ କହିଛନ୍ତି । କେନ୍ଦ୍ରାପଡାରୁ ଖୋର୍ଦ୍ଧା ବାରମ୍ବାର ଦୌଡ଼ି ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଇଥିବା ବେଳେ ଦଲାଲ ପାଖରେ ଥିବା ପାସପୋର୍ଟ ଓ ଦେଇଥିବା ଟଙ୍କା କିପରି ଫେରିପାଇବେ ତାକୁନେଇ ଚିନ୍ତାରେ ଯୁବକ ମାନେ ।

Conclusion:ବାଇଟ1- ରମେଶ ଚନ୍ଦ୍ର ପ୍ରଧାନ
2- ସଂଗ୍ରାମ ନାୟକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.