ETV Bharat / state

ଓଡିଶା କ୍ୟାଡର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର

author img

By

Published : Jun 27, 2023, 5:36 PM IST

ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ କରି କହିଛନ୍ତି ଯେ ଓଡିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀ ଅଲଇଣ୍ଡିଆ ସର୍ଭିସ ରୁଲ୍ସର ଉଲ୍ଲଘଂନକୁ ଭାରତ ସରକାର ଗୁରୁତ୍ବର ସହ ନେଇଛନ୍ତି । ଉପଯୁକ୍ତ ତଥ୍ୟ ପ୍ରମାଣ ଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ କାର୍ମିକ ମନ୍ତ୍ରଣାଳୟ ଚିଠି ଲେଖିଛି । ଅଧିକ ପଢନ୍ତୁ

ଓଡିଶା କ୍ୟାଡର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ: DoPT

ଭୁବନେଶ୍ବର: ଓଡିଶାର ନିର୍ଦ୍ଧିଷ୍ଟ ସଚିବ ସ୍ତରର ସରକାରୀ କର୍ମଚାରୀଙ୍କୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ(ଡିଓପିଟି)। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଭିଯୋଗ ଆଧାରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଚିଠି ଲେଖିଛି କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ।

ଓଡିଶା କ୍ୟାଡର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ: DoPTଓଡିଶା କ୍ୟାଡର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ: DoPT

ଗତ ଜୁନ 24 ତାରିଖରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଡିଓପିଟି ନିକଟରେ ତଥ୍ୟ ପ୍ରମାଣ ସହ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଗତକାଲି ଚିଠି ଲେଖି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ କହିଛି ଯେ ଓଡିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ଭୁବନେଶ୍ବର ସାଂସଦ ଓ ମନମୋହନ ସାମଲ ଲିଖିତ ଭାବେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଛନ୍ତି । ତେଣୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ କିନ୍ତୁ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ ।

ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ କରି କହିଛନ୍ତି ଯେ ଓଡିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀ ଅଲଇଣ୍ଡିଆ ସର୍ଭିସ ରୁଲ୍ସର ଉଲ୍ଲଘଂନକୁ ଭାରତ ସରକାର ଗୁରୁତ୍ବର ସହ ନେଇଛନ୍ତି । ଉପଯୁକ୍ତ ତଥ୍ୟ ପ୍ରମାଣ ଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ କାର୍ମିକ ମନ୍ତ୍ରଣାଳୟ ଚିଠି ଲେଖିଛି । ରାଜ୍ୟ ସରକାର କ୍ୟାଡର କଣ୍ଟ୍ରୋଲ ଅଥରୀଟି ହୋଇଥିବାରୁ ରାଜ୍ୟ ସରକାରଙ୍କୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ । ଆଶା ଆଇନ ଅନୁମତି ଦେବ ମୁଖ୍ୟ ଶାସନ ସଚିବ କାର୍ଯ୍ୟାନୁଷ୍ଠାନ ନେବେ । ଏହାକୁ ଓଡିଶା ଦେଖୁଛି ।

ତେବେ ଚିଠିରେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ନାଁ ଉଲ୍ଲେଖ ନଥିଲେ ମଧ୍ୟ ଏହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । କାରଣ ଗତ କିଛି ଦିନ ହେଲା ଲଗାତାର ଭାବେ ଭିକେ ପାଣ୍ଡିଆନ ସାରା ରାଜ୍ୟ ବୁଲି ବୁଲି ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହିତ, ସରକାରୀ ଘୋଷଣା କରୁଛନ୍ତି । ଲୋକଙ୍କ ଠାରୁ ସିଧା ସଳଖ ଭାବେ ଦରଖାସ୍ତ ଗ୍ରହଣ କରୁଛନ୍ତି । ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଛନ୍ତି । ସରକାରୀ ଅର୍ଥରେ ହେଲିକାପ୍ଟର ବ୍ୟବହାର କରୁଛନ୍ତି । ଜିଲ୍ଲା ଜିଲ୍ଲା ଯାଇ ସରକାରୀ କାର୍ଯ୍ୟକ୍ରମର ତଦାରଖ ସହ ସମୀକ୍ଷା କରୁଛନ୍ତି ।

ଭିକେ ପାଣ୍ଡିଆନଙ୍କ ଏଭଳି କାର୍ଯ୍ୟକ୍ରମକୁ ନେଇ ବିରୋଧୀ ଏବେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି । ଉଭୟ ବିଜେପି ଓ କଂଗ୍ରେସର ସମସ୍ତ ତୁଙ୍ଗ ନେତା ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରି ଆସୁଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବ ଉନ୍ନୟନ କମିଶନର ଥାଉ ଥାଉ କାହିଁକି ଜଣେ ସଚିବ ସ୍ତରର ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଏତେ ଅଗ୍ରାଧିକାର କେଉଁ ଉଦ୍ଦେଶ୍ୟରେ ଦେଇଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ଏପରିକି ପୁର ପ୍ରସଙ୍ଗକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରେସମିଟ କରି ଏକାଧିକ ଅଭିଯୋଗ ଆଣିବା ସହିତ ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲସର ୫ ଓ ୧୨ କୁ ଖୋଲା ଉଲ୍ଲଘଂନ କରାଯାଉଛି ବୋଲି ଅଭିଯୋଗ କରିଥିଲେ । ଅପରାଜିତାଙ୍କ ପ୍ରେସମିଟ ପରେ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ତୁଙ୍ଗନେତା ମାନେ ରାଜ୍ୟ ସରକାରଙ୍କୁ ଆକ୍ରମଣ ଜାରି ରଖିଛନ୍ତି । ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଘେରିବାରେ ଲାଗିଛି ।

ପ୍ରସଙ୍ଗ ଏବେ ରାଜନୈତିକ ଲଢେଇ ଆଡକୁ ଯାଉଥିବା ବେଳେ ଏହି ସମୟରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଏହି ଚିଠି ଏବେ ବେଶ ଗୁରୁତ୍ବ ବହନ କରୁଛି । ତେବେ ମୁଖ୍ୟ ଶାସନ ସଚିବ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.