ଭୁବନେଶ୍ବର: ବିଜେପିରକୁ କଂଗ୍ରେସର ସମାଲୋଚନା । ବିଜେପିର ଘରଘର ଚାଲ କାର୍ଯ୍ୟକ୍ରମକୁ କଂଗ୍ରେସ କାଉଣ୍ଟର କରିଛି । ସାଧାରଣ ନିର୍ବାଚନ ଯେତିକି ପାଖଉଛି ପ୍ରମୁଖ ରାଜନୈତିକ ଦଳମାନଙ୍କ ସେତିକି ପ୍ରସ୍ତୁତି ଜୋରଦାର ହେଉଛି । ଶାସକ ବିଜେଡି ତୃଣମୂଲ ସ୍ତରରୁ ସଂଗଠନକୁ ସୁଦୃଢ କରିବାରେ ଲାଗିଛି । ବିଜେପି ମଧ୍ୟ ବୁଥ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ରଣନୀତି ଆରମ୍ଭ କରିଛି । ବିଜେପିକୁ ଲୋକଙ୍କ ନିକଟତର କରିବାକୁ ଚେଷ୍ଟା ବଳବତ୍ତର ରହିଛି । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ବିଜେପି ଘରକୁ ଘର ଯିବା କାର୍ଯ୍ୟକ୍ରମ ଆରମ୍ଭ କରିଛି । ନୂଆ ସଭାପତିଙ୍କ ଦୀର୍ଘଦିନର ଅନୁଭୂତିକୁ ଦଳ ବ୍ୟବହାର କରି ବିଜେପିକୁ କ୍ଷମତାକୁ ଆଣିବାକୁ ଆକ୍ସନ ପ୍ଲାନ କରିଛି । ଏହାକୁ ସମାଲୋଚନା କରିଛନ୍ତି କଂଗ୍ରେସ । ପ୍ରତି ଘରକୁ ଘର ଯିବ ବୋଲି ବିଜେପି କାର୍ଯ୍ୟକ୍ରମ କରିଛି । କଂଗ୍ରେସ ଏହାକୁ ସମାଲୋଚନା କରି ଆମେ ଗାଁ କୁ ଗାଁ ଯିବୁ ବୋଲି କହିଛି ।
ବିଜେପି ଘରକୁ ଘର କାର୍ଯ୍ୟକ୍ରମକୁ ନେଇ ବିଧାୟକ ସୁର ରାଉତରାୟ କହିଛନ୍ତି, ''ସେ ଘରକୁ ଘର ଗଲେ ଆମେ ଲୋକଙ୍କ ପାଖକୁ ଯିବୁ । ତୃଣମୂଳ ସ୍ତରରେ ଆମେ ଭୋଟରଙ୍କ ପାଖକୁ ଯିବ ଆରମ୍ଭ କରି ସାରିଲୁଣି । କଂଗ୍ରେସ ତୁଙ୍ଗ ନେତାଙ୍କ ନିର୍ଦ୍ଦେଶକ୍ରମେ ଆମେ ଗ୍ରାଉଣ୍ଡରୁ କାମ କରିବା ଆରମ୍ଭ କରି ଦେଇଛୁ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଅଭୂତପୂର୍ବ ସଫଳତା ହାସଲ କରିଛି । ଆଗକୁ ସାରା ଦେଶରେ କଂଗ୍ରେସ ଭଲ ପଦର୍ଶନ କରିବ । ଦିଲ୍ଲୀରେ ରାହୁଲ ଓ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ ।''
ସେହିପରି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ''ବିଜେପି ଘରକୁ ଘର କାର୍ଯ୍ୟକ୍ରମ କଲେ କଂଗ୍ରେସ ଦଳ ମଧ୍ୟ ହାତ ସେ ହାତ ମିଳାଅ ଯୋଜନା କରିଛି । ଗାଁରୁ ଗାଁ ଯାଇ ଲୋକଙ୍କୁ କଂଗ୍ରେସର ତ୍ୟାଗ ସମ୍ପର୍କରେ ଅବଗତ କରାଯିବା କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ବିଜେପି ଏବେ ଯେଉଁ ଘରକୁ ଘର ଯିବା କାର୍ଯ୍ୟକ୍ରମ କରୁଛି କଂଗ୍ରେସ ତାହା କେତେ ଆଗରୁ କରି ସାରିଛି ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବିଜେଡି, ବିଜେପି କଂଗ୍ରେସ ଏବଂ ଅନ୍ୟ ଦଳ । କିଏ କେତେ ଲୋକଙ୍କ ନିକଟତର ହେଉଛି ତାହା ନିର୍ବାଚନ ଫାକଫଳ ଘୋଷଣା ପରେ ଜଣାପଡିବ ।
ଇଟିଭି ଭାରତ, ଭୁବନେଶ୍ବର