ଖୋର୍ଦ୍ଧା: କୋରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ ସରକାର । ତେବେ ଏହି ଲକଡାଉନ କାରଣରୁ ଫସିରହିଛନ୍ତି ଛତିଶଗଡ ରାଜ୍ୟର 40 ଶ୍ରମିକ । ଆନ୍ଧ୍ରପ୍ରଦେଶରୁ କାମ ସାରି ମାର୍ଚ୍ଚ 20 ତାରିଖରେ ଟ୍ରେନ ଦ୍ୱାରା ଛତିଶଗଡ଼ ଅଭିମୁଖେ ଯିବା ସମୟରେ କରୋନା ପାଇଁ କର୍ଫ୍ୟୁ ଜାରି ହେବାରୁ ଏମାନେ ବାଲୁଗାଁ ନିକଟତସ୍ଥ ଗଙ୍ଗାଧରପୁର ରେଲୱେ ଷ୍ଟେସନ ନିକଟରେ ଅଟକି ଯାଇଥିଲେ ।
ଗାଡ଼ି ମଟର ସବୁ ବନ୍ଦ ଥିବାରୁ ରାସ୍ତାରେ ଚାଲି ଚାଲି ଯିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁଲେଇ ପଞ୍ଚାୟତର ସରପଞ୍ଚ ପ୍ରସନ କୁମାର ପ୍ରଧାନଙ୍କ ସହ ଯୋଗାଯୋଗ ହୋଇଥିଲା । ଶ୍ରୀ ପ୍ରଧାନ ସେମାନଙ୍କୁ ଖାଦ୍ୟ ଯୋଗାଇବା ସହ ନିଜ ଗ୍ରାମ ହରିଚନ୍ଦନପୁର ନିକଟରେ ଥିବା ବାତ୍ୟା ଆଶ୍ରୟ ଗୃହରେ ରଖି ଥିଲେ । ମାତ୍ର ଗ୍ରାମବାସୀ ମାନେ ବିରୋଧ କରିବାରୁ ଏହି ଶ୍ରମିକ ମାନେ ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ । ଦୀର୍ଘ 20 ଦିନ ହେବ ଅତି ଦୁଃଖ କଷ୍ଟରେ ଦିନ ବିତାଉ ଥିବା ବେଳେ ନିଜ ଗ୍ରାମକୁ କେମିତି ଯିବେ ସେନେଇ ସରକାରଙ୍କୁ ନିବେଦନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ