ETV Bharat / state

ଦଳ ପାଇଁ ବଳ ଗୋଟାଇବା ଆରମ୍ଭ କଲା ବେଗୁନିଆ ବିଜେଡି - Begunia BJD MLA Rajendra Kumar Sahu is working hard

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ଦଳକୁ ମଜବୁତ୍‌ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବେଗୁନିଆ ବିଜେଡି ବିଧାୟକ ରାଜେନ୍ଦ୍ର କୁମାର ସାହୁ । ଅଧିକ ପଢନ୍ତୁ...

ଦଳ ପାଇଁ ବଳ ଗୋଟାଇବା ଆରମ୍ଭ କଲା ବେଗୁନିଆ ବିଜେଡି

author img

By

Published : Dec 5, 2020, 5:39 PM IST

Updated : Dec 5, 2020, 6:10 PM IST

ଖୋର୍ଦ୍ଧା: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ତୃଣମୂଳ ସ୍ତରରେ ହେଉଥିବା ଏହି ନିର୍ବାଚନ ପାଇଁ ଏବେଠାରୁ ବିଜୁ ଜନତା ଦଳ ପାଇଁ ବଳ ଗୋଟାଇବା ଆରମ୍ଭ କଲେଣି ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ । ବିଭିନ୍ନ ପଞ୍ଚାୟତ ଗସ୍ତ କରି ପଞ୍ଚାୟତ ସ୍ତରୀୟ ନେତା ଓ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ବିଧାୟକ ।

ଦଳ ପାଇଁ ବଳ ଗୋଟାଇବା ଆରମ୍ଭ କଲା ବେଗୁନିଆ ବିଜେଡି

ସେହିଭଳି ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀର ବଡ଼ବେରଣା, କଣ୍ଟାବାଡ଼ ଓ ସୀମର ପଞ୍ଚାୟତରେ ବୈଠକ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ଅଭିମୁଖ୍ୟକୁ କିଭଳି ସାକାର କରାଯିବ ସେନେଇ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ପଦଯାତ୍ରା କରିଛନ୍ତି । ଏହି ଆଲୋଚନାରେ ଗ୍ରାମପଞ୍ଚାୟତର ଉନ୍ନତି ସହ ସାଙ୍ଗଠନିକ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ବିଧାୟକ । ସେହିପରି ବିଧାୟକ ଆଜି ଲୋକମାନଙ୍କୁ କମ୍ପୋଷ୍ଟର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 5, 2020, 6:10 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.