ETV Bharat / state

ପିଲାଙ୍କ କାନ୍ଧରେ ବସ୍ତାନି ବୋଝ, ନା କରାଯାଉଛି ଯାଞ୍ଚ ନା ହେଉଛି ଆକ୍ସନ ! - ଶିକ୍ଷା ଖବର

ପିଲାଙ୍କ କାନ୍ଧରେ ବସ୍ତାନିର ବୋଝ । ବିଦ୍ୟାଳୟମାନଙ୍କରେ ହେଉନାହିଁ ବ୍ୟାଗ ଓଜନ ଯାଞ୍ଚ । ଫଳରେ ଅଯଥାରେ ପିଲା କାନ୍ଧରେ ବସ୍ତାନି ବୋଝ ବୋହି ବିଦ୍ୟାଳୟ ଯାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 27, 2023, 10:24 PM IST

ପିଲାଙ୍କ କାନ୍ଧରେ ବସ୍ତାନି ବୋଝ

ଭୁବନେଶ୍ବର: ପିଲାଙ୍କ କାନ୍ଧରେ ବସ୍ତାନିର ବୋଝ । ବିଦ୍ୟାଳୟ ମାନଙ୍କରେ ହେଉନାହିଁ ବ୍ୟାଗ ଓଜନ ଯାଞ୍ଚ। ଏହି ନିୟମ ମାନୁନାହାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଖିଲାପି ବିଦ୍ୟାଳୟ ବିରୋଧରେ ହେଉନି କାର୍ଯ୍ୟାନୁଷ୍ଠାନ । ୨୦୧୯ ମସିହାରେ ରାଜ୍ୟ ସରକାର ଏନେଇ ନିର୍ଦେଶନାମା ଜାରି କରିଛନ୍ତି । କେଉଁ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଗ ଓଜନ କେତେ ରହିବ, ତାହା ଧାର୍ଯ୍ୟ କରାଯାଇଛି । ନା ବିଦ୍ୟାଳୟ କର୍ତ୍ତୃପକ୍ଷ ସରକାରଙ୍କ ମାର୍ଗଦର୍ଶିକାର ପାଳନ କରୁଛନ୍ତି ନା ସରକାରଙ୍କ ପକ୍ଷରୁ ଖିଲାପି ବିଦ୍ୟାଳୟ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଫଳରେ ଅଯଥାରେ ପିଲା କାନ୍ଧରେ ବସ୍ତାନି ବୋଝ ବୋହି ବିଦ୍ୟାଳୟ ଯାଉଛନ୍ତି।

କୋରୋନା ମହାମାରୀ ସମୟରେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା । ପିଲା ଅନଲାଇନରେ ପାଠ ପଢ଼ିଲେ। ମହାମାରୀ କୋପ କମିବା ପରେ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି । ଛୋଟଛୋଟ ପିଲା ବିଦ୍ୟାଳୟକୁ ଆସୁଛନ୍ତି । ହେଲେ ସେମାନଙ୍କ ବସ୍ତାନି ବୋଝକୁ ନେଇ ଚିନ୍ତାରେ ଅଭିଭାବକ। ଅନାବଶ୍ୟକ ଭାବେ ପିଲା ଅଧିକ ଓଜନର ବ୍ୟାଗ ନେଇ ବିଦ୍ୟାଳୟ ଯାଉଛନ୍ତି । ବି‌ଶେଷ କରି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ଅଧିକ ଓଜନର ବ୍ୟାଗ ବୋହୁଛନ୍ତି । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୨ ରୁ ୩କିଲୋ ମଧ୍ୟରେ ରହିବା ନେଇ ନିୟମ ରହିଥିବାବେଳେ ୧୦ରୁ ୧୨ କେଜି ପର୍ଯ୍ୟନ୍ତ ଓଜନର ବ୍ୟାଗ ପିଲା ବିଦ୍ୟାଳୟ ନେଇ ଯାଉଥିବା ଦେଖିବାକୁ ମିଳିଛି।

ପ୍ରାୟ ସବୁ ଶ୍ରେଣୀ ପିଲାଙ୍କ ବ୍ୟାଗ ନିର୍ଦ୍ଧାରିତ ଓଜନଠାରୁ ଅଧିକ ରହୁଛି । ଅଭିଭାବକମାନେ ଉପାୟଶୂନ୍ୟ ହୋଇ ପିଲାଙ୍କ ବ୍ୟାଗ ନିଜେ ବୋହି ନେଉଥିବା ଲକ୍ଷ୍ୟ କରାଯାଉଛି । ଏନେଇ ଅଭିଭାବକ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, "ପ୍ରତ୍ୟେକ ମାସରେ ଯାଞ୍ଚ ହେବା ସହ ସେମାନଙ୍କ ଉପରେ ମୋଟା ଅଙ୍କର ଫାଇନ କରିବା ସହ ସେମାନଙ୍କ ଉପରେ ଆକ୍ସନ ହେବା ଆବଶ୍ୟକ।" ସେହିପରି ଶିକ୍ଷାବିତ ଜଲିଲ ଖାନ କହିଛନ୍ତି, " ପ୍ରତି ମାସରେ ସ୍କୁଲରେ ପିଲାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ। ଯାହା ଫଳରେ କି ପିଲାଙ୍କର ସ୍ବାସ୍ଥ୍ୟ ବିଷୟରେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକମାନେ ଜାଣିପାରିବେ। ଏହା ସହ ଏକ କମିଟି କରି ପିଲାଙ୍କର ବହିର ଓଜନ କିଭଳି କମିବ ସେନେଇ ଆଲୋଚନା ହେବା ଆବଶ୍ୟକ।"

ଏହା ବି ପଢନ୍ତୁ- ଫୋକସରେ ଗୁଣାତ୍ମକ ଶିକ୍ଷା, ପାଠ ପଢାଇବା ପାଇଁ ୩୦୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ରଶିକ୍ଷଣ

ଏପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, " ପିଲାମାନେ ଓଜନିଆ ବ୍ୟାଗ ନେବା ଦ୍ଵାରା ପିଲାଙ୍କର ଅନେକ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ । ବର୍ତ୍ତମାନ ପରିସ୍ଥିତିରେ ପିଲାମାନେ ଅଧିକରୁ ଅଧିକ ଓଜନର ବ୍ୟାଗ ନେଉଛନ୍ତି । ଯାହାକି ଆଗାମୀ ଦିନ ପାଇଁ ପିଲାମାନଙ୍କର ମାଂସପେଶୀ ଜନିତ ସମସ୍ୟା ହେବାର ସମ୍ଭାବନା ରହିଛି । ଦିନକୁ ଦିନ ବ୍ୟାଗର ଓଜନ ବଢିବା ଦ୍ଵାରା ପିଲାଙ୍କୁ ସ୍ପଣ୍ଡିଲାଇଜ ହେବାର ମଧ୍ୟ ଆଶଙ୍କା ରହିଛି । ପରବର୍ତ୍ତୀ ସମୟରେ ଯେଉଁ ରୋଗ ୫୦ରୁ ୬୦ ବର୍ଷ ମଧ୍ୟରେ ହେବା କଥା ସେହି ରୋଗ ପିଲାଙ୍କୁ ଖୁବଶୀଘ୍ର ପ୍ରଭାବିତ କରିବ।"

ସୂଚନା ଥାଉ କି ୨୦୧୯ ଅଗଷ୍ଟ ୧ ତାରିଖରେ ପିଲାଙ୍କ ବସ୍ତାନି ଓଜନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଥିଲା । ଏହି ନିୟମ ଅନୁସାରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ଦେଢ କେଜିରୁ ଅଧିକ ହେବ ନାହିଁ। ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୨ରୁ ୩ କିଲୋ ମଧ୍ୟରେ ରହିବ। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦିଆଯିବ ନାହିଁ । ବିଦ୍ୟାଳୟରେ ପାନୀୟ ଜଳ ସୁବିଧା କରାଯିବ। ଫଳରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଘରୁ ପାଣି ବୋତଲ ଆଣିବାକୁ ପଡ଼ିବନି। ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୪କେଜି, ଅଷ୍ଟମ ଓ ନବମ ପିଲାଙ୍କ ବ୍ୟାଗର ଓଜନ ୪.୫ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୫କେଜିରୁ ଅଧିକ ହେବ ନାହିଁ ବୋଲି କୁହାଯାଇଥିଲା ।

ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଦିନ ପିଲାର ବ୍ୟାଗ୍ ଓଜନ ତଦାରଖ କରିବେ ବୋଲି କୁହାଯାଇଥିଲା । ନିୟମ ଉଲ୍ଲଙ୍ଘନ କରୁଥିବା ବିଦ୍ୟାଳୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ଚେତାଇ ଦେଇଥିଲା । ଏହାର ଯାଞ୍ଚ ଲାଗି ଜିଲ୍ଲାସ୍ତରରେ ସ୍କ୍ବାଡ ଗଠନ ହୋଇଥିଲା । ଏହି ସ୍କ୍ବାଡ ବିଭିନ୍ନ ସମୟରେ ସରକାରୀ ଓ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ଅଚାନକ ଗସ୍ତ କରି ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ବ୍ୟାଗ ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଥିଲା । ସିବିଏସଇ ଏବଂ ଆଇସିଏସଇ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏହି ସ୍କ୍ବାଡ ଚଢ଼ଉ କରି ଫାଇନ ମଧ୍ୟ ଆଦାୟ କରିଥିଲା । ହେଲେ ଦିନ କେଇଟା ମଧ୍ୟରେ ଏହି ନିୟମକୁ ସମସ୍ତେ ଭୁଲିଗଲେ। ବର୍ତ୍ତମାନ ସମୟରେ ଯଥା ପୂର୍ବଂ ତଥା ପରଂ ଭଳି ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.