ଖୋର୍ଦ୍ଧା: ଦୀର୍ଘ ନଅ ମାସ ପରେ କୋଭିଡ କଟକଣା ମଧ୍ୟରେ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ମନ୍ଦିର । କୋଭିଡ ପାଇଁ ଜିଲାର ସମସ୍ତ ମନ୍ଦିରରେ ତାଲା ପଡିଥିବା ବେଳେ ଭକ୍ତ ମାନେ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ । କିନ୍ତୁ ଜିଲା ପ୍ରଶାସନର ନିଷ୍ପତ୍ତି ପରେ ଆସନ୍ତା ତିନି ତାରିଖରୁ ଜିଲାରେ ସମସ୍ତ ମନ୍ଦିର ଖୋଲିବାକୁ ଥିବାବେଳେ ଏହାକୁ ନେଇ ଖୋର୍ଦ୍ଧାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହଟକେଶ୍ବରଙ୍କ ସେବାୟତ ଖୁସିବ୍ୟକ୍ତ କରିଛନ୍ତି ।
ସେହିପରି ମନ୍ଦିର ଖୋଲିଲେ କୋରୋନା କଟକଣାକୁ ଉଭୟ ଭକ୍ତ ଓ ସେବାୟତ ମାନି ସେବା ଯୋଗାଇବେ ବୋଲି ହଟକେଶ୍ୱରଙ୍କ ବରିଷ୍ଠ ସେବାୟତ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ