ETV Bharat / state

ଦୁର୍ବୃତ୍ତଙ୍କ ଆକ୍ରମଣରେ ବଦଳିଗଲା ବିନୟଙ୍କ ଜୀବନ, ଅଟକି ଗଲା ହାତ ଥମିଗଲା ନିହାଣ

ପିଲାଦିନୁ ଦିବ୍ୟାଙ୍ଗ ଥିଲେ କିନ୍ତୁ ହାର ମାନିନଥିଲେ । ସଂଘର୍ଷକୁ ସାଥି କରି ସଫଳତାର ବାଟ ଖୋଜି ସାରିଥଲେ । ଆଉ ସଫଳତା ପାଇଁ ଗାଁରୁ ବ୍ଲକ ଆଉ ଜିଲ୍ଲା ସବୁଠି ପାଉଥିଲେ ଭୁରି ଭୁରି ପ୍ରଶଂସା । ପଥର ଦେହରେ କବିତା ଲେଖୁଥିଲା ତାଙ୍କ ନିହାଣ । ହେଲେ ସମୟର ବିଡମ୍ବନା ସେହି ହାତ ଏବେ ଦୁଇମୁଠା ଖାଇବା ପାଇଁ ହାତ ପାତିଛି । ଅଧିକ ପଢନ୍ତୁ

ଦୁର୍ବୃତ୍ତଙ୍କ ଆକ୍ରମଣରେ ବଦଳିଗଲା ବିନୟଙ୍କ ଜୀବନ

author img

By

Published : Apr 13, 2022, 3:31 PM IST

ଖୋର୍ଦ୍ଧା: ପିଲାଦିନୁ ଦିବ୍ୟାଙ୍ଗ ଥିଲେ କିନ୍ତୁ ହାର ମାନିନଥିଲେ । ସଂଘର୍ଷକୁ ସାଥି କରି ସଫଳତାର ବାଟ ଖୋଜି ସାରିଥଲେ । କିଛି କରିବାରେ ସଫଳ ହୋଇଥିଲେ । ଆଉ ସଫଳତା ପାଇଁ ଗାଁରୁ ବ୍ଲକ ଆଉ ଜିଲ୍ଲା ସବୁଠି ପାଉଥିଲେ ଭୁରି ଭୁରି ପ୍ରଶଂସା । ପଥର ଦେହରେ କବିତା ଲେଖୁଥିଲା ତାଙ୍କ ନିହାଣ । ତାଙ୍କ ହାତ ସ୍ପର୍ଶରେ ନିର୍ଜୀବ ପଥର ପାଉଥିଲା ଜୀବନ୍ୟାସ ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ବଦଳିଗଲା ବିନୟଙ୍କ ଜୀବନ, ଅଟକି ଗଲା ହାତ ଥମିଗଲା ନିହାଣ

ପଥର ଖଣ୍ଡରେ ଗଢୁଥିଲେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି । ହେଲେ ସମୟର ବିଡମ୍ବନା ତାଙ୍କ ପାଇଁ ଆଣିିଦେଲା ଦୁଃଖର କଳା ପାହାଡ । ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ଡାହାଣ ହାତ ଅଚଳ ହୋଇଗଲା । ନା ଧରିପାରିଲେ ନିହାଣ ନା ଗଢି ପାରିଲେ ମୂର୍ତ୍ତି । ସବୁ କିଛି ଯେମିତି ଅଟକି ଗଲା ତାଙ୍କ ପାଇଁ । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ମାଣିବନ୍ଧ ଗାଁର ବିନୟ ମହାନ୍ତିଙ୍କ କଥା । ଯିଏ କି ବର୍ତ୍ତମାନ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।

ଖୋର୍ଦ୍ଧା ମାଣିବନ୍ଧର ବିନୟଙ୍କୁ ସମୟ ଦିନେ ସାଲ୍ୟୁଟ କରୁଥିଲା । ଆଉ ପରିବାରକୁ ନେଇ ଖୁସିରେ ଗଡୁଥିଲା ତାଙ୍କ ସଂସାର ରଥ । ସତେ ଯେମିତି କାହା ନଜର ପଡିଗଲା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଶ୍ରବଣ ବାଧିତ ବିନୟ । ଜୀବନ ତ ବଞ୍ଚିଗଲା ହେଲେ ହାତ ବି ଅଚଳ ହୋଇଗଲା । ଯେଉଁ ହାତ ଦିନେ ପଥରକୁ ଜୀବନ ଦେଉଥିଲା ସେଇ ହାତ ଆଉ କାହାର ହାତ ଲୋଡୁଛି । ପରିସ୍ଥିତି ଏପରି ହେଲା ପରିବାର ଚଳାଇବାକୁ ଟଙ୍କାଟିଏ ମିଳିଲାନି ଶେଷରେ ଭିକ୍ଷାବୃତ୍ତି ପାଇଁ ବାଧ୍ୟ ହେଲେ ବିନୟ । ପରିସ୍ଥିତି ତାଡନା ଏତେ ଉତ୍କଟ ହେଲା ଯେ ପତ୍ନୀ ଓ ପିଲା ତାଙ୍କୁ ଛାଡି ଚାଲିଗଲେ ।

ବିନୟଙ୍କ କଳାକୃତି ଏତେ ନିଖୁଣ ଥିଲା ଯେ ଲାଗୁଥିଲା ସତେ ଯେମିତି ପଥର କଥା କହୁଛି । ପ୍ରଶଂସା, ପୁରସ୍କାର ଆଉ ମାନପତ୍ରରେ ସେ ପୋତି ହେଇ ଯାଉଥିଲେ । ସମୟକୁ କିଏ ବା ଜିତିଛି । ଦୁର୍ଦ୍ଦିନ ଏମିତି ଆସିଲା ଯେ ପ୍ରାଣ ହାରି ଦେବାକୁ ଚାହିଁଛନ୍ତି ବିନୟ ।

ମୁଣ୍ଡ ଗୁଞ୍ଚିବାକୁ ନା ମିଳୁଛ ଘର ନା ଆର୍ଥିକ ସହାୟତା ବାବଦକୁ କଳାକାର ଭତ୍ତା । ବାରମ୍ବାର ଗୁହାରି ପରେ ବି ସହୟତାରୁ ବଞ୍ଚିତ ବିନୟ । କେମିତି ବଞ୍ଚିବେ ବିନୟ । ତାଙ୍କୁ କିଏ ହେବ ସାହା ଭରସା ଏକଥା ଭାବି ବଞ୍ଚିବାକୁ ଚାହୁଁ ନାହାନ୍ତି ବିନୟ । ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି । ଆଖି ଆଗରେ ଅତୀତ ଛବି ଚାଲି ଆସିଲେ ଚମକି ପଡୁଛନ୍ତି ବିନୟ ।

ସମୟ ତାଙ୍କୁ କେଉଁଠୁ ଆଣି କେଉଁଠି ରଖିଲା । ଦିନେ ବହୁ ଶିଳ୍ପୀଙ୍କ ପାଇଁ ପ୍ରେରଣାର ବତୀଘର ସାଜିଥିବା ବିନୟଙ୍କ ଜୀବନ ଜଳଛବି ବଦଳି ଯାଇଛି । ସରକାର ବିନୟଙ୍କୁ ସାହା ହେଲେ ବିନୟଙ୍କ ଯନ୍ତ୍ରଣାମୟ ଜୀବନ ହାଲକା ହୋଇ ପାରନ୍ତା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.