ଖୋର୍ଦ୍ଧା: ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ସପ୍ତମ ସମାବର୍ତ୍ତନ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ସମ୍ମାନୀତ ଅତିଥି ଭାବରେ ଦକ୍ଷତା ବିକାଶ ବିଭାଗ ସଚିବ ଡଃ କେ.ପି କ୍ରିଷ୍ଣନ୍ ପ୍ରମୁଖ ଯୋଗ ଦେଇଥିଲେ।
ଚଳିତ ବର୍ଷ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୨ଜଣ ପିଏଚଡି ଉପାଧି, ୪୫ ଜଣ ଏମଫିଲ, ୧୭ଜଣ ଏମଟେକ, ୪୯ ଜଣ ଏମବିଏ, ୪୨୩ଜଣ ଏମଏସସି, ୨୫୨ଜଣ ବିଏସସି, ୫୦୨ଜଣ ବିଟେକ, ୩୨ଜଣ ବିବିଏ, ୨୭୩ଜଣ ବିଏସସି ଡିଗ୍ରୀ ଛାତ୍ରଛାତ୍ରୀ ହାସଲ କରିଥିଲେ।
ସେହିପରି ୨୦୫ଜଣ ଡିପ୍ଲୋମା ୫୫ଡି ଫାର୍ମା ପାସ କରିଛନ୍ତି । ଏହି ସମାବର୍ତ୍ତନ ଉତ୍ସବରେ ୯ଜଣ ଛାତ୍ରଛାତ୍ରୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେମାନଙ୍କୁ ରାଜ୍ୟପାଳ ସମ୍ମାନିତ କରିଛନ୍ତି । ଏହି ସମାବର୍ତ୍ତନ ଉତ୍ସବରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହିତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ