ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାର ପଦକ୍ଷପ । ବେଲପାହାଡ଼ ଏବଂ ବ୍ରଜରାଜ ନଗର ଷ୍ଟେସନରେ ପରୀକ୍ଷାମୂଳକ ଭାବେ ରହିବ ଟ୍ରେନ୍ । ବ୍ରଜରାଜ ନଗରରେ ତିନିଟି ଓ ବେଲପାହାଡ଼ରେ ଦୁଇଟି ଟ୍ରେନ ଷ୍ଟେସନରେ ରହିବ । ଯାତ୍ରୀମାନଙ୍କ ସୁବିଧା ପାଇଁ ବେଲପାହାଡ଼ ଏବଂ ବ୍ରଜରାଜ ନଗରରେ ପରୀକ୍ଷାମୂଳକ ଭାବରେ ଛଅ ମାସ ପାଇଁ ଟ୍ରେନ ଏହି ଦୁଇଟି ଷ୍ଟେସନରେ ରହିବାର ଯୋଜନା କରାଯାଇଛି । ଏନେଇ ଟ୍ରେନ ଗୁଡିକର ରହଣି ବ୍ୟବସ୍ଥା କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ବ୍ରଜରାଜନଗରରେ ରହବାକୁ ଥିବା ଟ୍ରେନ: ବ୍ରଜରାଜନଗର ରହିବାକୁ ଥିବା ଟ୍ରନ୍ ପୁରୀ ଯୋଗ ନଗରୀ, ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 24 ମାର୍ଚ୍ଚରେ ଟ୍ରେନ ବ୍ରଜରାଜନଗର ଷ୍ଟେସନରେ ରହିବ । ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ସକାଳ 10ଟା 58 ମି. ଘଣ୍ଟାରେ ପହଞ୍ଚି ପୂର୍ବାହ୍ନ 11 ଘଟିକାରେ ଋଷିକେଶ ଅଭିମୁଖେ ଯାତ୍ରା କରିବ । ପୁଣି ଋଷିକେଶରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜନଗରରେ ମଧ୍ୟାହ୍ନ 12. 23 ମି.ରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ଯାତ୍ରା କରିବ । ସେହିପରି ପୁରୀ ଏକ୍ସପ୍ରେସ ପୁରୀ ଠାରୁ 28 ମାର୍ଚ୍ଚ ଏବଂ ମୁମ୍ବାଇ ଠାରୁ 30 ମାର୍ଚ୍ଚ ଦିନ ଛାଡୁଥିବା ଏହି ଟ୍ରେନ ବ୍ରଜରାଜ ନଗର ଷ୍ଟେସନରେ ରହିବ । ଯୋଧପୁର ଏକ୍ସପ୍ରେସ ଯୋଧପୁରରୁ 25 ମାର୍ଚ୍ଚ ଏବଂ ପୁରୀରୁ 29 ମାର୍ଚ୍ଚ ଠାରୁ ଛାଡୁଥିବା ଟ୍ରେନ ବ୍ରଜରାଜନଗର ଷ୍ଟେସନରେ ରହିବ । ଯୋଧପୁରରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ରାତ୍ରି 12ଘ.24ମିରେ ପହଞ୍ଚି ରାତ୍ରି 12ଘ.26ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ।
ବେଲପାହାଡ଼ରେ ରହଣି କରିବାକୁ ଥିବା ଟ୍ରେନ: ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 24 ମାର୍ଚ୍ଚରେ ବେଲପାହାଡ଼ ଠାରେ ଷ୍ଟେସନରେ ରହିବ । ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ପୂର୍ବାହ୍ନ 11.09 ମି.ରେ ପହଞ୍ଚି ପୂର୍ବାହ୍ନ 11. 11 ମିରେ ଋଷିକେଶ ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ ଋଷିକେଶରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ମଧ୍ୟାହ୍ନ 12ରେ ପହଞ୍ଚି ପୁରୀ ଅଭିମୁଖେ ଯାତ୍ରା କରିବ ।
ସେହିପରି ଭୁବନେଶ୍ୱର ଏକ୍ସପ୍ରେସ ମୁମ୍ବାଇ ଠାରୁ 25 ମାର୍ଚ୍ଚରୁ ଏବଂ ଭୁବନେଶ୍ୱରରୁ 27 ମାର୍ଚ୍ଚରୁ ଛାଡୁଥିବା ଟ୍ରେନ ବେଲପାହାଡ଼ରେ ଷ୍ଟେସନରେ ରହିବ । ମୁମ୍ବାଇ ଏଲଟିଟିରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ରାତ୍ରି 10ରେ ପହଞ୍ଚି ରାତ୍ରି 10.57ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ, ଭୁବନେଶ୍ୱରରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ଅପରାହ୍ନ 02ଘ.20ମି.ରେ ପହଞ୍ଚି ଅପରାହ୍ନ 02.22ମିରେ ମୁମ୍ବାଇ ଏଲଟିଟି ଅଭିମୁଖେ ଯାତ୍ରା କରିବ ।
ଇଟିଭି ଭାରତ, ଭୁବନେଶ୍ବର