ETV Bharat / state

କୋରୋନା ପଞ୍ଝାରେ ଓଡିଶା: ରେଡ ଜୋନରେ 28 ଜିଲ୍ଲା

ଓଡିଶା ସମେତ ପୁରା ବିଶ୍ବରେ କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପୁରା ବିଶ୍ବରେ 2 କୋଟି 56 ଲକ୍ଷ 62 ହଜାର 163 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ 8 ଲକ୍ଷ 55 ହଜାର 352 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଓଡିଶାରେ 1,06,561 ଜଣ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ 503 ମୃତ୍ୟୁବରଣ କରିଛନ୍ତି । 28,719 ଜଣ ସକ୍ରିୟ ମାମଲା ଥିବାବେଳେ 77,286 ଜଣ ସୁସ୍ଥ ହୋଇସାରିଲେଣି ।

author img

By

Published : Sep 1, 2020, 7:20 PM IST

ହାଇଦ୍ରାବାଦ: କୋରୋନାର ମୃତ୍ୟୁ ଜାଲରେ ସମସ୍ତେ ଧୀରେ ଧୀରେ ଫଶିବାକୁ ଲାଗିଲେଣି। ରାକ୍ଷସ ସାଜି ସମସ୍ତଙ୍କୁ ଗ୍ରାସ କରୁଛି ମହାମାରୀ । ତା କବଳରୁ କେହି ବର୍ତ୍ତି ପାରୁନାହାଁନ୍ତି । ଦିନକୁ ଦିନ ତାର ପ୍ରକୋପ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । କୌଣସି ଦେଶ କିମ୍ବା ରାଜ୍ୟ, କୌଣସି ନେତା କିମ୍ବା ସେଲିବ୍ରିଟି ଏଥିରୁ ରକ୍ଷା ପାଇ ପାରୁନାହାଁନ୍ତି । ସମସ୍ତଙ୍କୁ ନିଜ ମାରାତ୍ମକ ପଞ୍ଝାରେ ଜାବୁଡି ଧରୁଛି । ନା ଅର୍ଥ, ନା ପାୱାର କିଛି ବି କାମ କରିପାରୁନାହିଁ। କୋରୋନା ଆଗରେ ମୁଣ୍ଡ ନୁଆଁଇବାକୁ ସମସ୍ତେ ବାଧ୍ୟ ହେଉଛନ୍ତି । ଯେମିତି ଅଖ-ଚକ ସବୁ ଅଚଳ ହୋଇଯାଇଛି ।

ଓଡିଶା ସମେତ ପୁରା ବିଶ୍ବରେ କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପୁରା ବିଶ୍ବରେ 2 କୋଟି 56 ଲକ୍ଷ 62 ହଜାର 163 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ 8 ଲକ୍ଷ 55 ହଜାର 352 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଓଡିଶାରେ 1,06,561 ଜଣ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ 503 ମୃତ୍ୟୁବରଣ କରିଛନ୍ତି । 28,719 ଜଣ ସକ୍ରିୟ ମାମଲା ଥିବାବେଳେ 77,286 ଜଣ ସୁସ୍ଥ ହୋଇସାରିଲେଣି ।

କୋରୋନା ପଞ୍ଝାରେ ଓଡିଶା: ରେଡ ଜୋନରେ 28 ଜିଲ୍ଲା
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ କୋରୋନା ସୁସ୍ଥ ରିପୋର୍ଟ

ଓଡିଶାର 30 ଜିଲ୍ଲାରେ ନିଜର ଆଧିପତ୍ୟ ବିସ୍ତାର କରିଛି କୋରୋନା ମହାମାରୀ। କେଉଁଠି ଅଧିକ ତ ଆଉ କେଉଁଠି କମ୍। ଦେଶରେ କୋରୋନା ମହାମାରୀ ମାମଲା ଯେତେବେଳେ ବଢିବାକୁ ଲାଗିଲା, ସେତେବେଳେ ଓଡିଶାରେ ଏହାର ପ୍ରଭାବ ଖୁବ୍ କମ୍ ଥିଲା। କିନ୍ତୁ ଆଜି ଦିନରେ ଦେଖିବାକୁ ଗଲେ ଓଡିଶା ଏବେ ବହୁତ ରାଜ୍ୟକୁ ପଛରେ ପକାଇ ଦେଇଛି । ତେଣିକି ସେ ପଜିଟିଭ ମାମଲା ହେଉ କି ମୃତ୍ୟୁ ସଂଖ୍ୟା।

କେବଳ ଓଡିଶା ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ହିଁ ଅନ୍ୟ ରାଜ୍ୟ ଅପେକ୍ଷା କୋରୋନା ମୃତ୍ୟୁହାର ଓଡିଶାରେ କମ୍ ଅଛି । ଲକଡାଉନ ହେଉ କିମ୍ବା ସଟଡାଉନ ଲୋକେ ସରକାରଙ୍କ ନିୟମକୁ ସମ୍ମାନ ଦେଇ ନିଜକୁ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ରଖିପାରିଛନ୍ତି । ଯାହା ଫଳରେ ସଂକ୍ରମଣ ମାମଲା କମ୍ ଦେଖିବାକୁ ମିଳିଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ କୋରୋନା ମୃତ୍ୟୁ ରିପୋର୍ଟ

ସଦ୍ୟତମ ରିପୋର୍ଟ ଅନୁସାରେ ଓଡିଶାର 30 ଜିଲ୍ଲା ମଧ୍ୟରୁ 28 ଜିଲ୍ଲା ଏବେ ରେଡ୍ ଜୋନ୍‌ରେ। ନୂଆପଡା ଅରେଞ୍ଜ ଜୋନରେ ଥିବାବେଳେ ଦେବଗଡ ଗ୍ରୀନ ଜୋନରେ ଅଛି । କିଛି ଦିନ ତଳେ ନୂଆପଡା ମଧ୍ୟ ଗ୍ରୀନ ଜୋନରେ ଥିଲା। କିନ୍ତୁ ପଜିଟିଭ ସଂଖ୍ୟା 509 ହୋଇଯିବାରୁ ସେ ମଧ୍ୟ ଅରେଞ୍ଜ ଜୋନକୁ ଚାଲିଆସିଛି । ଦେବଗଡରେ ବର୍ତ୍ତମାନ ପଜେଟିଭ ସଂଖ୍ୟା 208। ସେଥିରୁ 40 ସକ୍ରିୟ ମାମଲା ଥିବାବେଳେ 168 ସୁସ୍ଥ ହୋଇସାରିଲେଣି। ମୃତ୍ୟୁସଂଖ୍ୟା ଶୂନ ରହିଛି । ସେହିପରି ଅରେଞ୍ଜ ଜୋନ ନୂଆପଡାରେ 509 ପଜିଟିଭ ମାମଲା ଥିବାବେଳେ 155 ସକ୍ରିୟ ମାମଲା ରହିଛି। ମୃତ୍ୟୁସଂଖ୍ୟା ଶୂନରେ ସ୍ଥିର ଥିବାବେଳେ 354 ସୁସ୍ଥ ହୋଇଛନ୍ତି ।

ଏକମାତ୍ର ଗ୍ରୀନ ଜୋନରେ କିପରି ରହିଛି ସ୍ଥିତି:

ଗ୍ରୀନ ଜୋନ ଦେବଗଡରେ ଲକଡାଉନକୁ କୋହଳ କରାଯାଇଛି । ସକାଳ 7ଟାରୁ ଦିନ 2ଟା ଯାଏଁ ଦୋକାନ-ବଜାର ଖୋଲା ରହୁଛି । ଧାର୍ମିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ଦିନ 2ଟା ପରେ ଜରୁରୀ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଛି । ପ୍ରଶାସନ ପକ୍ଷରୁ କୋରୋନା ସଚେତନତା ନେଇ ମାଇକ ଦ୍ବାରା ପ୍ରଚାର କରାଯାଉଛି । ପଜିଟିଭ ସଂଖ୍ୟା ନ ବଢିବା ପାଇଁ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟବାସିନ୍ଦା ମଧ୍ୟ ଖୁବ୍ ସଚେତନ ଓ ସଜାଗ । ଦେବଗଡ ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ପୋଲିସର କଡା ପହରା ରହିଛି । ଦେବଗଡରେ ଏକମାତ୍ର କୋଭିଡ ହସ୍ପିଟାଲ ରହିଛି । ଯେଉଁଥିରେ କୋରୋନା ରୋଗୀଙ୍କୁ ଚିକିତ୍ସା କରାଯାଉଛି । ସେଥିପାଇଁ ଆଉ ମାତ୍ର 40 ମାମଲା ସକ୍ରିୟ ଅଛି । ଯାହା ଖୁବ୍ କମ୍ ଦିନରେ ମଧ୍ୟ ଶୂନ ସ୍ଥାନକୁ ପଳାଇଆସିବ ବୋଲି ଆଶା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.