ETV Bharat / state

ଉତ୍କଳ ଗଠନର ଅନ୍ୟତମ କର୍ଣ୍ଣାଧାର ରାଜା ମର୍ଦ୍ଦରାଜ ଦେଓ - ରାଜା ରାମଚନ୍ଦ୍ର ମର୍ଦ୍ଦରାଜ

ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ । ଏହି ମହାନ ପୁରୁଷଙ୍କ ୧୨୩ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ହୋଇଛି । ଅଧିକ ପଢ଼ନ୍ତୁ

Ramachandra mardaraj birth anniversary
ରାଜା ରାମଚନ୍ଦ୍ର ମର୍ଦ୍ଦରାଙ୍କ ଜୟନ୍ତୀ
author img

By

Published : Jan 14, 2023, 8:51 AM IST

Updated : Jan 14, 2023, 9:49 AM IST

ଉତ୍କଳ ଗଠନର ଅନ୍ୟତମ କର୍ଣ୍ଣାଧାର ରାଜା ମର୍ଦ୍ଦରାଜ ଦେଓ

ଭୁବନେଶ୍ବର: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ । ଓଡ଼ିଶାର ବରପୁତ୍ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଆଧୁନିକ ଓଡ଼ିଶାର ନିର୍ମାତା ରାମଚନ୍ଦ୍ର ମର୍ଦ୍ଦରାଜ ଗଞ୍ଜାମ ଜିଲ୍ଲାରେ ଶିକ୍ଷା କୃଷି କ୍ଷେତ୍ରରେ ବୈପ୍ଲବୀକ ପରିବର୍ତ୍ତନ ଆଣିଥିଲେ । ସେ ଜଣେ ବ୍ୟକ୍ତି ନୁହେଁ ଅନୁଷ୍ଠାନ ଥିଲେ । ଗଞ୍ଜାମ ଜିଲ୍ଲାର ଉନ୍ନତି କ୍ଷେତ୍ରରେ ତାଙ୍କ ପରିବାରର ବହୁ ଅବଦାନ ରହିଛି । ଜିଲ୍ଲାର ଆବଶ୍ୟକତା ପାଇଁ ତାଙ୍କ ପରିବାର ଅତୁଳନୀୟ, ପ୍ରଜା ବତ୍ସଳ ଥଲା ରାଜାଙ୍କ ପରିବାର । ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ ଅବସରରେ ପୂର୍ବତନ ବିଧାୟିକା ସୁଜ୍ଞାନ ଦେଓ ବା ରାଜାଙ୍କ ଝିଅଙ୍କ ଗଞ୍ଜାମ ପ୍ରତି ଅବଦାନକୁ ବିଧାୟିକା ଲତିକା ପ୍ରଧାନ ମନେ ପକାଇଛନ୍ତି । ଏନେଇ ସେ କହିଛନ୍ତି, " ଆଜି ଗର୍ବ ଗୌରାବର ଦିନ ।

ଏହା ମଧ୍ୟ ପଢ଼ନ୍ତୁ: ବିଦେଶୀ ଦେଖନ୍ତୁ ଚକାଆଖି କହିଲେ ରାଜ୍ୟପାଳ, ଏକମତ ନୁହଁନ୍ତି ରାଜନେତା

ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଅବଦାନ ଅତୁଳନୀୟ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ତଥା ତୃତୀୟ ଗୋଲ ଟେବୁଲ ବୈଠକରେ ସେ ଓଡ଼ିଶାର ଦାବି ଉପସ୍ଥାପନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଶିକ୍ଷା, ଜଳସେଚନରେ ତାଙ୍କର ବହୁତ ଅବଦାନ ରହିଛି ।" ଅନ୍ୟପଟେ ଦଶଥର ବିଧାୟିକା ଭି. ସୁଜ୍ଞାନ ଦେଓଙ୍କ ଦିଗଦର୍ଶନ, ନେତୃତ୍ୱ ପାଇଁ ଜିଲ୍ଲାରେ ତାଙ୍କ ଅବଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଖଲ୍ଲିକୋଟ ବିଧାୟିକା ।

ଏହା ମଧ୍ୟ ପଢ଼ନ୍ତୁ: ଓଡିଶା ମିଲେଟକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ, ହକି ଖେଳାଳିଙ୍କୁ ପରସାଯିବ ମାଣ୍ଡିଆ ଖାଦ୍ୟ

ଓଡ଼ିଆ ଭାଷା, ଓଡ଼ିଆରେ ରାଜନୈତିକ, ସାଂସ୍କୃତିକ, ଶିକ୍ଷା ପାଇଁ ଖଲ୍ଲିକୋଟ ରାଜ ପରିବାରର ଅବଦାନ ଅତୁଳନୀୟ । ଜିଲ୍ଲାକୁ ଭାରତ ବର୍ଷରେ ପରିଚିତ କରାଇବାରେ ମୁଖ୍ୟ ଭୂମିକା ନେଇଥିଲେ ସେ, ଗଞ୍ଜାମ ଜିଲ୍ଲାକୁ ଆଗୁଆ ଜିଲ୍ଲା ରୂପେ ପରିଗଣିତ କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି । ଏହି ଅବସରରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ମହୋଦୟଙ୍କୁ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ସମ୍ମାନ ୨୦୨୩ରେ ସାମ୍ନାନିତ କରାଯାଇଥିଲା । ୨୦୦୨ ମସିହାରେ ଓଡ଼ିଆକୁ ସ୍ୱତନ୍ତ୍ର ରାଜ୍ୟ କରିବା ଡାକରାରେ ରମ୍ଭା ରାଜ ଭାଟିରେ ଉତ୍କଳ ସମ୍ମିଳନୀର ଭିତ୍ତି ପଡିଥିଲା । ୫୦ ବର୍ଷ ଧରି ଓଡିଶା ରାଜନୀତିରେ ସକ୍ରିୟ ଭୂମିକା ନେଇଥିଲେ । ଏହି ଅବସରରେ ଭୁବନେଶ୍ବରରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 14, 2023, 9:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.