ETV Bharat / state

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ

ତେଲକୋଇ ଥାନା ଅନ୍ତର୍ଗତ ପଡିଆପଶି ଗାଁ ପୋଢେଇ ଝୋଲ ସାହିରେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଆହତ ବୃଦ୍ଧଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

villagers attack old man
ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ
author img

By

Published : Feb 23, 2020, 9:51 AM IST

କେନ୍ଦୁଝର: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ । ଆହତ ବୃଦ୍ଧଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପଡିଆପଶି ଗାଁରେ । ଆହତ ବୃଦ୍ଧ ହେଲେ ଧନେଶ୍ବର ନାୟକ ।

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ

ସୂଚନା ଅନୁସାରେ, ସାହିରେ ଏକ ବୈଠକ ଡକାଯାଇଥିଲା । ସେ ଗୁଣି ଗାରେଡି କରୁଥିବା ନେଇ ଗାଁ ଲୋକେ ଅଭିଯୋଗ ଆଣିଥିଲେ । ହେଲେ ସେ ଦୋଷ ମାନି ନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗାଁ ଲୋକେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ବେକକୁ କାମୁଡି ରକ୍ତାକ୍ତ ମଧ୍ୟ କରିଦେଇଥିଲେ । ସେତିକିରେ ଲୋକଙ୍କ ମନ ଶାନ୍ତି ହୋଇନଥିଲା ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦିଆଯାଇଥିଲା । ଏନେଇ ଧନେଶ୍ବର ତେଲକୋଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.