କେନ୍ଦୁଝର: ବିଜେଡି ସାଂସଦ ପ୍ରାର୍ଥିନୀଙ୍କ ଭିଡିଓ ଭାଇରାଲ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ । ଅଭିଯୁକ୍ତ ମାନେ ହେଲେ ଢେଙ୍କିକୋଟ ଅଞ୍ଚଳର ଜୟଦେବ ଗିରି ଓ ଶୁଆକାଠି ଅଞ୍ଚଳର ବିଷ୍ଣୁଦତ୍ତ ବାରିକ। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ।
ଭିଡିଓ ଭାଇରାଲ ଘଟଣାର ତଦନ୍ତ ଚାଲିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଚଳିତ ଥର ନିର୍ବାଚନ ଲଢୁଥିବା ଜଣେ ସାଂସଦ ପ୍ରାର୍ଥିନୀଙ୍କ ଭିଡିଓ ଭାଇରାଲ ହୋଇଥିଲା ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ