ETV Bharat / state

କୋରୋନା ପ୍ରଭାବ, ଘରକୁ ଗଲେ କେନ୍ଦୁଝର ମୁଖ୍ୟ କାରାଗାରର 8 କଏଦୀ - କରୋନା ପ୍ରଭାବ

ଦିନକୁ ଦିନ କୋରୋନା ଭାଇରସ ତାର କାୟା ବିସ୍ତାର କରି ଚାଲିଛି । ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ମୁଖ୍ୟ କାରାଗାରରୁ ଆଜି ୮ ଜଣ କଏଦୀଙ୍କୁ ୨୧ ଦିନ ପାରୋଲରେ ଛଡା ଯାଇଛି । ଆହୁରି ପଢନ୍ତୁ...

Eight Prisoner were released from the main jail in Kendujhar
କରୋନା ପ୍ରଭାବ, କେନ୍ଦୁଝର ମୁଖ୍ୟ କାରାଗାରରୁ ଛଡ଼ା ଗଲେ ଆଠ କଏଦୀ
author img

By

Published : Apr 8, 2020, 5:38 PM IST

କେନ୍ଦୁଝର: ଦିନକୁ ଦିନ କୋରୋନା ଭାଇରସ ତାର କାୟା ବିସ୍ତାର କରି ଚାଲିଛି । ଏଥିପାଇଁ ସରକାର ସମସ୍ତ ସ୍ଥାନରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ଯେଉଁ ଜେଲ ଗୁଡିକରେ ନିର୍ଦ୍ଧାରିତ ସଂଖ୍ୟାରୁ ଅଧିକ ସଂଖ୍ୟକ କଏଦୀ ଅଛନ୍ତି ସେହିଠାରୁ କଏଦୀଙ୍କ ସଂଖ୍ୟା କମେଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Eight Prisoner were released from the main jail in Kendujhar
କରୋନା ପ୍ରଭାବ, କେନ୍ଦୁଝର ମୁଖ୍ୟ କାରାଗାରରୁ ଛଡ଼ା ଗଲେ ଆଠ କଏଦୀ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ମୁଖ୍ୟ କାରାଗାରରୁ ଆଜି ୮ ଜଣ କଏଦୀଙ୍କୁ ୨୧ ଦିନ ପାରୋଲରେ ଛଡା ଯାଇଛି । ଉକ୍ତ କଏଦୀଙ୍କ ପୂର୍ବ ରେକର୍ଡ ଭଲ ଥିବାରୁ ଏହାକୁ ବିଚାର କରି ତାଙ୍କୁ ଘରକୁ ପଠେଇ ଦିଆଯାଇଛି ।

କେନ୍ଦୁଝର ମୁଖ୍ୟ କାରାଗାରରୁ ୩୫ ଜଣ କଏଦୀଙ୍କୁ ଛଡା ଯିବା ପାଇଁ କାରାଗାର ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଏହି ଅନୁରୋଧ କ୍ରମେ ଆଜି ଆଠ ଜଣଙ୍କୁ ଛଡା ଯାଇଥିବା ବେଳେ ଅନ୍ୟମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଛଡା ଯିବ ବୋଲି ଜିଲ୍ଲା କାରାଗାର ସୁପରିଟେଣ୍ଡେଣ୍ଟ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.