କେନ୍ଦୁଝର: ରାଜପଥ କଡ଼ରେ କଲଭର୍ଟ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଚିଲଦା ଗ୍ରାମର ପ୍ରଦୀପ କୁମାର ମହାନ୍ତ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ନମ୍ବର ରାଜପଥ ଖିରେଇଟାଙ୍ଗିରି ନିକଟରେ କଲଭର୍ଟ ତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ସେ ଚେନ୍ନାଇ ରେ ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ । ସେ ଗତକାଲି ଘରକୁ ଫେରୁଥିଲେ । ଆଜି ସକାଳୁ ତାଙ୍କର କ୍ଷତ ବିକ୍ଷତ ମୃତ ଦେହ ରାସ୍ତାକଡ଼ ଏକ ଡାଇଭର୍ସନ ଉଦ୍ଧାର ହୋଇଛି । ତାଙ୍କୁ କେହି ହତ୍ୟା କରି ଏଠାରେ ପକାଇଛନ୍ତି କିମ୍ବା ଦୁର୍ଘଟଣା ଯୋଗୁଁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣାପଡି ନଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ