ETV Bharat / state

କେନ୍ଦ୍ରାପଡ଼ାରେ ‘ମୋ ସ୍କୁଲ’ ଅଧ୍ୟକ୍ଷା; ବିଦ୍ୟାଳୟ ବୁଲିଲେ, ମଧ୍ୟାନ ଭୋଜନ ଖାଇଲେ - କେନ୍ଦ୍ରାପଡ଼ାରେ ମୋ ସ୍କୁଲ ଅଧ୍ୟକ୍ଷା

ସ୍କୁଲର ଭିତ୍ତିଭୂମି, ମଧ୍ୟାହ୍ନ ଭୋଜନର ମାନ ଏବଂ ବିଦ୍ୟାଳୟର ବିକାଶ କାର୍ଯ୍ୟକୁ ତଦାରଖ କରିଛନ୍ତି ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗଚି। କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିବା ବେଳେ ଛାତ୍ରୀଙ୍କ ଅଭିଯୋଗ ପରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ 1ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି ଅଧ୍ୟକ୍ଷା ବାଗଚି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା
author img

By

Published : Nov 22, 2019, 10:14 AM IST

କେନ୍ଦ୍ରାପଡ଼ା: ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚିଙ୍କ କେନ୍ଦ୍ରାପଡା ଗସ୍ତ । ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହ ସ୍କୁଲର ଭିତ୍ତିଭୂମି, ମଧ୍ୟାହ୍ନ ଭୋଜନର ମାନ ଏବଂ ବିଦ୍ୟାଳୟର ବିକାଶ ନେଇ ତଦାରଖ କରିଥିଲେ l ଅଧ୍ୟକ୍ଷା ବଲୁରିଆ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ବସି ମଧ୍ୟାହ୍ନ ଭୋଜନ ମଧ୍ୟ ଖାଇଥିଲେ । ପରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଜିଲାର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଏନେଇ ଆଲୋଚନା କରିଥିଲେ।

ରାଜନଗର ବ୍ଲକ ପେଣ୍ଠ ପ୍ରକଳ୍ପ ପ୍ରାଇମେରୀ ସ୍କୁଲର ଛାତ୍ରୀ ଶୁଭସ୍ମିତା ତ୍ରିପାଠୀଙ୍କୁ ଅଧ୍ୟକ୍ଷା ବାଗଚି ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଶୁଭସ୍ମିତା ସ୍ଥାନୀୟ ଅଞ୍ଚଳରେ ଅଧାରୁ ସ୍କୁଲ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ଏବଂ ସେମାନଙ୍କର ଅଭିଭାବକଙ୍କୁ ବୁଝାଇସୁଝାଇ ସ୍କୁଲକୁ ପୁନର୍ବାର ଫେରାଇ ଆଣିବା ଦିଗରେ କାମ କରୁଛନ୍ତି। ଏପରି କାର୍ଯ୍ୟରେ ସଫଳ ହୋଇ ବିଶ୍ବସ୍ତରୀୟ କିଡ୍ସ ପିସ ଆୱାର୍ଡ ଦୌଡ଼ରେ ରହିଥିଲେ ଶୁଭସ୍ମିତା।

କେନ୍ଦ୍ରାପଡ଼ାରେ ମୋ ସ୍କୁଲ ଅଧ୍ୟକ୍ଷା

ଏହି ସମ୍ବର୍ଦ୍ଧନା ସମୟରେ ପେଣ୍ଠ ସ୍କୁଲରେ ପାନୀୟ ଜଳଯୋଗାଣ, ଡେସ୍କବେଞ୍ଚ, ଲାଇବ୍ରେରୀରେ ବିଦ୍ୟୁତ ଯୋଗାଣ ପାଇଁ ଶୁଭସ୍ମିତା ଅନୁରୋଧ କରିଥିଲେ। ଶୁଭସ୍ମିତାଙ୍କ ଅନୁରୋଧ ପରେ ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଅଧ୍ୟକ୍ଷା ତତକ୍ଷଣାତ 1ଲକ୍ଷ ଟଙ୍କାର ଚେକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରିଥିଲେ। ସେହିପରି ଅନ୍ୟାନ୍ୟ ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ‘ମୋ ସ୍କୁଲ’ ଅଧ୍ୟକ୍ଷା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:22.11.2019
Radhakanta Mohanty,Kendrapada
Slug-od_kpr_01_mo school_script_7204459
Anchor-ମୋ ସ୍କୁଲ୍ ଅଧ୍ଯକ୍ଷl ସୁସ୍ମିତା ବାଗଚି କେନ୍ଦ୍ରାପଡା ଗସ୍ତ କରି ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି lପରିଦର୍ଶନ ସମୟରେ ବିଦ୍ୟାଳୟର ଭିତ୍ତିଭୂମି, ମଧ୍ୟାହ୍ନ ଭୋଜନର ମାନ ଏବଂ ବିଦ୍ୟାଳୟର ବିକାଶ ନେଇ ତଦାରଖ କରିଥିଲେ l ତେବେ ଅଧ୍ୟକ୍ଷା ବଲୁରିଆ ସ୍କୁଲରେ ଛାତ୍ରଛାତ୍ରୀ ଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ lପରେ ପରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମୀକ୍ଷା ବୈଠକ ରେ ଜିଲାର ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ lରାଜନଗର ବ୍ଲକ୍ ପେଣ୍ଠ ପ୍ରକଳ୍ପ ପ୍ରାଇମେରୀ ସ୍କୁଲର ସୁନାମଧନ୍ୟ ଛାତ୍ରୀ ଶୁଭସ୍ମିତା ତ୍ରିପାଠୀଙ୍କୁ ଅଧ୍ୟକ୍ଷା ବାଗଚି ସମ୍ବର୍ଦ୍ଧିତ କରିଥିଲେ।ଏଠାରେ ସୂଚନାଯୋଗ୍ୟ ଶୁଭସ୍ମିତା ସ୍ଥାନୀୟ ଅଞ୍ଚଳରେ ଅଧାରୁ ସ୍କୁଲ ଛାଡୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏବଂ ସେମାନଙ୍କର ଅଭିଭାବକ ମାନଙ୍କୁ ବୁଝାଇ ସ୍କୁଲକୁ ପୁନର୍ବାର ଆଣିବା ପାଇଁ ସଫଳ ହୋଇ ବିଶ୍ୱସ୍ତରୀୟ କିଡ୍ସ ପିସ ଆୱାର୍ଡ ଦୌଡ଼ରେ ଥିଲେ।ଏହି ସମ୍ବର୍ଦ୍ଧନା କାଳରେ ପେଣ୍ଠ ସ୍କୁଲରେ ପାନୀୟ ଜଳଯୋଗାଣ,ଡେସ୍କବେଞ୍ଚ,ଲାଇବ୍ରେରୀରେ ବିଦ୍ୟୁତ ଯୋଗାଣପାଇଁ ଶୁଭସ୍ମିତା ଅନୁରୋଧ କରିଥିଲେ।ଶୁଭସ୍ମିତାଙ୍କ ଅନୁରୋଧ ସଙ୍ଗେସଙ୍ଗେ ନିଜ ତରଫରୁ ଅଧ୍ୟକ୍ଷା 1ଲକ୍ଷ ଟଙ୍କାର ଚେକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପାନୀୟ ଜଳର ସମସ୍ୟା ସମାଧାନ ପାଇଁ ଦାନ କରିଥିଲେ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Byt-ଶୁଭସ୍ମିତା ତ୍ରିପାଠୀ(ଛାତ୍ରୀ,ପେଣ୍ଠ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)
Byt-ସୁସ୍ମିତା ବାଗଚି(ଅଧ୍ୟକ୍ଷା,ମୋ ସ୍କୁଲ୍)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.