ETV Bharat / state

କେନ୍ଦ୍ରାପଡାରେ ବିଜେପିର ଷ୍ଟ୍ରଙ୍ଗ ରଣନୀତି, ମିନାକ୍ଷୀ କହିଲେ ଜିତିଲେ ହେବ ନୂଆ ସୂର୍ଯ୍ୟୋଦୟ

ସର୍ବ ପୁରାତନ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷ ପଦବୀ ପାଇଁ ହେବ ତ୍ରିମୁଖି ଲଢେଇ । ଶୁଣନ୍ତୁ କ'ଣ ରହିଛି ବିଜେପିର ରଣନୀତି

Municipal Polls: କେନ୍ଦ୍ରାପଡାରେ ବିଜେପିର ଷ୍ଟ୍ରଙ୍ଗ ରଣନୀତି, ମିନାକ୍ଷୀ କହିଲେ ଜିତିଲେ ହେବ ନୂଆ ସୂର୍ଯ୍ୟୋଦୟ

author img

By

Published : Mar 9, 2022, 11:10 AM IST

କେନ୍ଦ୍ରାପଡା: ଦିନ କେଇଟାରେ ପୌର ନିର୍ବାଚନ । ରାଜ୍ୟର ସର୍ବ ପୁରାତନ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷ ପଦବୀ ପାଇଁ ହେବ ତ୍ରିମୁଖି ଲଢେଇ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ପରେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ମିନାକ୍ଷୀ ଦାଶ ମଧ୍ୟ ବିରୋଧି ପ୍ରାର୍ଥୀଙ୍କୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ପୌର ନିର୍ବାଚନରେ ମୋଦିଙ୍କ ବିକାଶଧାରା ଏବଂ ଶାସକ ଦଳର ଦୁର୍ନୀତିକୁ ମୁଦ୍ଦା କରି ନିର୍ବାଚନୀ ନଦୀ ପାର୍ ହେବାକୁ ଆଶା ରଖିଛନ୍ତି ମିନାକ୍ଷୀ । ସେ ସିଧାସଳଖ ବିଜେଡି ଉପରେ ଆଙ୍ଗୁଳି ଉଠାଇବା ସହ ପୌରପାଳିକାରେ ଅବ୍ୟବସ୍ଥା ପାଇଁ ବିଜେଡି ହିଁ ମୁଖ୍ୟ ଦାୟୀ ବୋଲି କହିଛନ୍ତି ।

Municipal Polls: କେନ୍ଦ୍ରାପଡାରେ ବିଜେପିର ଷ୍ଟ୍ରଙ୍ଗ ରଣନୀତି, ମିନାକ୍ଷୀ କହିଲେ ଜିତିଲେ ହେବ ନୂଆ ସୂର୍ଯ୍ୟୋଦୟ

ସହରର ରାସ୍ତାଘାଟ, ଡ୍ରେନେଜ ସମସ୍ୟା, ବର୍ଷା ଜଳ ନିଷ୍କାସନ କ୍ଷେତ୍ରରେ ପୌରପାଳିକା ପ୍ରଶାସନ ସମ୍ପୂର୍ଣ୍ଣ ଫେଲ ବୋଲି୍ ଅଭିଯୋଗ ଆଣିଛନ୍ତି ମିନାକ୍ଷୀ । ସେ ବିଜୟୀ ହେଲେ ନୂତନ ସକାଳର ସୂର୍ଯ୍ୟୋଦୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ଚାରି ଚାରି ଥର ସ୍ୱାମୀ ଦୁର୍ଯ୍ୟୋଧନ ଜିଲ୍ଲା ବିଜେପିର ସଭାପତି ପଦବୀ ମଣ୍ଡନ କରିଥିବା କାରଣରୁ ସ୍ୱାମୀଙ୍କ ସଙ୍ଗଠନ ତାଙ୍କର ଏହି ନିର୍ବାଚନରେ ଯଥେଷ୍ଟ ସହାୟକ ହେବ ବୋଲି ମିନାକ୍ଷୀ କହିଛନ୍ତି । ମିନାକ୍ଷୀଙ୍କ ପ୍ରାର୍ଥୀତ୍ବ ଓ ବିଜୟୀ ହେବା ପାଇଁ କ'ଣ ରହିଛି ନିର୍ବାଚନୀ ରଣନୀତି ସେନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ରାଧାକାନ୍ତ ମହାନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.