ETV Bharat / state

ଚୋର ଜଗିଛନ୍ତି ସରପଞ୍ଚ

ଗତ ଏକସାମ ହେଲା ପ୍ରତିଦିନ ରାତି ହେବା ମାତ୍ରେ ସରପଞ୍ଚ  ଚିତ୍ତରଞ୍ଜନ ବେହେରା ଓ ହାତରେ ଠେଙ୍ଗା ଧରି ଚାଲି ଆସନ୍ତି ବଜାରକୁ । ଆଉ ସାଧାରଣ ଜନତା ଓ ବ୍ୟବସାୟୀ ରାତିରେ ଶୋଇଥିବାବେଳେ ସେମାନଙ୍କର ଧନ ଜୀବନକୁ ସୁରକ୍ଷା ଦେଇଥାନ୍ତି ସରପଞ୍ଚ ଓ ତାଙ୍କର ସହଯୋଗୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 14, 2019, 4:35 PM IST

କେନ୍ଦ୍ରାପଡା: କଥାରେ ଅଛି ସମାଜ ପାଇଁ କିଛି କରିବାର ଇଛାଶକ୍ତି ଥିଲେ ସ୍ଥାନ, କାଳ, ବ୍ୟକ୍ତି, ପଦବୀ କିଛି ବି ପ୍ରତିରୋଧ ସାମନାକୁ ଆସିନଥାଏ । ସେ ରାଜନେତା ହୁଅନ୍ତୁ କି ରାଜମିସ୍ତ୍ରୀ, କଳାକାର ହୁଅନ୍ତୁ କି ସାଧାରଣ ଜନତା ସମାଜ ପାଇଁ କିଛି କରିବାର ପ୍ରତିବଦ୍ଧତା ଥିଲେ ଦୁନିଆରେ ସବୁ କିଛି ସମ୍ଭବ । ଏମିତି ସମାଜ ପାଇଁ କିଛି କରିବାର ପଦକ୍ଷେପ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାରେ ଅଛନ୍ତି ଜଣେ ରାଜନେତା ବା ସରପଞ୍ଚ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି ସରପଞ୍ଚ ଜଣକ ହେଉଛନ୍ତି ଚିତ୍ତରଞ୍ଜନ ବେହେରା । ଚିତ୍ତରଞ୍ଜନ ବେହେରା ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଧିନ ଭାଗବତପୁର ପଞ୍ଚାୟତର ସରପଞ୍ଚ ଅଛନ୍ତି । ଏହି ଭଗତପୁର ଅଞ୍ଚଳର ମୁଖ୍ୟ ବଜାର ହେଉଛି ବାଲିଆ ବଜାର । କିନ୍ତୁ କିଛିଦିନ ଧରି ସ୍ଥାନୀୟ ବଜାରରେ ଚୋରି ଡକାୟତି ବୃଦ୍ଧି ପାଇବା ସହ ଲୋକଙ୍କ ଧନଜୀବନ ବିପନ୍ନ ହୋଇପଡିଥିଲା ।

ଅଞ୍ଚଳର ଏହି ସମସ୍ୟା ପାଇଁ ସରପଞ୍ଚ ଚିତ୍ତରଞ୍ଜନ ବେହେରା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ବଜାରରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ ଅନୁସାରେ 4 ଜଣ ସୁରକ୍ଷାକର୍ମୀ ବାଲିଆ ବଜାରରେ ରାତ୍ରି ପେଟ୍ରୋଲିଂ ପାଇଁ ମୁତୟନ ହୋଇଥିଲେ । କିନ୍ତୁ ନିର୍ବାଚନ ପାଇଁ ଆବଶ୍ୟକୀୟ କର୍ମଚାରୀ ଅଭାବରୁ ବର୍ତ୍ତମାନ ସୁରକ୍ଷାକର୍ମୀ ରାତ୍ରୀ ପେଟ୍ରେଲିଂ ପାଇଁ ଆସୁନାହାନ୍ତି ।

ଫଳରେ ଲୋକଙ୍କର ଧନ ଜୀବନ ସୁରକ୍ଷା ପାଇଁ ଭାଗବତପୁର ପଞ୍ଚାୟତର ସରପଞ୍ଚ ଏକ କମିଟି ଗଠନ କରି ରାତ୍ରି ପେଟ୍ରୋଲିଂ ପାଇଁ ନିଷ୍ପତି ନେଇଥିଲେ । ନିଷ୍ପତି ଅନୁଯାୟୀ ପ୍ରତିଦିନ ରାତି 12ଟାରୁ ସକାଳ 5ଟା ଯାଏଁ ସରପଞ୍ଚଙ୍କ ନେତୃତ୍ବରେ ଅଞ୍ଚଳର ସୁରକ୍ଷା କରିବେ । ସେଥିପାଇଁ ଗତ ଏକସାମ ହେଲା ପ୍ରତିଦିନ ରାତି ହେବା ମାତ୍ରେ ସରପଞ୍ଚ ଚିତ୍ତରଞ୍ଜନ ବେହେରା ଓ ହାତରେ ଠେଙ୍ଗା ଧରି ଚାଲି ଆସନ୍ତି ବଜାରକୁ । ଆଉ ସାଧାରଣ ଜନତା ଓ ବ୍ୟବସାୟୀ ରାତିରେ ଶୋଇଥିବାବେଳେ ସେମାନଙ୍କ ଧନ ଜୀବନକୁ ସୁରକ୍ଷା ଦେଇଥାନ୍ତି ସରପଞ୍ଚ ଓ ତାଙ୍କର ସହଯୋଗୀ ।

ତାଙ୍କ ଏହି ନିଷ୍ଠାପର ଚୌକିଦାରୀକୁ ସ୍ଥାନୀୟ ଅଞ୍ଚଳର ଲୋକେ ଢେର ପ୍ରଶଂସା କରିବା ସହ ସମର୍ଥନ ମଧ୍ୟ କରୁଛନ୍ତି । ଜଣେ ନିଷ୍ଠାବାନ ଦକ୍ଷ ସରପଞ୍ଚ ଭାବେ ପୂର୍ବରୁ ଅନେକ ପ୍ରଶଂସନୀୟ କାର୍ଯ୍ୟକରିଥିବା ଚିତ୍ତରଞ୍ଜନ ବେହେରାଙ୍କର ଏହି କାର୍ଯ୍ୟ ବେଶ ପ୍ରେରଣାଦାୟୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

gfgffg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.