କେନ୍ଦ୍ରାପଡ଼ା: କେନ୍ଦ୍ର ସରକାରଙ୍କ କୃଷିଭିତ୍ତିକ ଜନମଙ୍ଗଳକାରୀ ଯୋଜନା ଜଳଶକ୍ତି ଅଭିଯାନ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଡେରାବିଶ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେଇଯାଇଛି ଏହି କାର୍ଯ୍ୟକ୍ରମ । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଉଦଘାଟନ କରିଥିଲେ ।
ଜଳସଂରକ୍ଷଣ ଓ ତାର ଉପଯୋଗିତା କିପରି କରାଯାଇପାରିବ ସେନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତ୍ବତାବଧାନରେ ଏହି କାର୍ଯ୍ୟକ୍ରମ ରାଜ୍ୟର ସବୁ ବ୍ଲକ ମହକୁମାରେ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ଜଳ ସମ୍ପର୍କରେ ସଚେତନ କରାଯାଇଥିଲା । ଏହା ସହ ବୃକ୍ଷ ରୋପଣ ଏବଂ ଚାରା ବଣ୍ଟନ ମଧ୍ୟ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଓୟୁଏଟିର ବରିଷ୍ଠ ବୈଜ୍ଞାନିକ ବିଜୟ ମହାପାତ୍ର, ଗୋକୁଳ ବିହାରୀ ଦାଶ ପ୍ରମୁଖ ଚାଷୀଙ୍କୁ ଜଳଶକ୍ତି ସଂରକ୍ଷଣ ଉପରେ ଅବଗତ କରାଇଛନ୍ତି । ଜଳଶକ୍ତି ଅଭିଯାନରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ପାଟକୁରା ବିଧାୟକଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ ପରିଡା,ବ୍ଲକ ଅଧକ୍ଷ ସରୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ