ETV Bharat / state

କେନ୍ଦ୍ରାପଡା କୋପରେଟିଭ ବ୍ୟାଙ୍କ ସଭାପତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ନ୍ୟାୟ ଅପେକ୍ଷାରେ ପୀଡିତା

author img

By

Published : Oct 28, 2019, 7:19 PM IST

Updated : Oct 28, 2019, 7:51 PM IST

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କର ସଭାପତି ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ ସାହୁଙ୍କ ନାମରେ ସଙ୍ଗୀନ ଅଭିଯୋଗ । ବ୍ୟାଙ୍କରେ କାର୍ଯ୍ୟରତ ଯୁବତୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ । କୋର୍ଟଙ୍କ ହସ୍ତକ୍ଷେପରେ ଥାନାରେ ରୁଜୁ ହେଲା ମାମଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଆଇନ ଆଣିବା ସହ ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । କିନ୍ତୁ ଏହି ସବୁ ପଛକୁ ଠେଲି ରାଜ୍ୟରେ ଦିନକୁ ଦିନ ଉଭୟ ସରକାରୀ ଓ ଘରୋଇ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ନିର୍ଯ୍ୟାତନା ବଢିବାରେ ଲାଗିଛି । ଏମିତି ଏକ ଅଭିଯୋଗ ଆସିଛି କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କର ସଭାପତି ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ ସାହୁଙ୍କ ନାମରେ । ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ବାରମ୍ବାର ଅସଦାଚରଣ କରିବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଦର୍ଶାଇଛନ୍ତି ପୀଡିତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

2017 ଅଗଷ୍ଟରେ ଯୁବତୀ ଜଣକ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କରେ କ୍ଲର୍କ ଭାବେ ଯୋଗ ଦେଇଥିଲେ । ସେହିଦିନ ଠାରୁ କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କର ପ୍ରତିଷ୍ଠାତା ତଥା ସଭାପତି ପ୍ରମୋଦ ସାହୁ ଯୁବତୀଙ୍କୁ ବିଭିନ୍ନ ସମୟରେ ବାହାନା କରି ନିଜ ଚାମ୍ବରକୁ ଡାକୁଥିଲେ । ଏହାସହ ସିଧା ସଳଖ ତାଙ୍କ କଥା ମାନି କାମ କରିବାକୁ ଯୁବତୀଙ୍କୁ କହୁଥିଲେ ବୋଲି ଅଭିଯୋଗ ଆସିଛି । ମୋବାଇଲ ପରିଚାଳନା ଶିଖାଇ ଦେବା କହି ଯୁବତୀଙ୍କ ସମ୍ବେଦନଶୀଳ ଶରୀରକୁ ଛୁଇଁବାକୁ ଚେଷ୍ଟା କରୁଥିଲେ ।

ଏହାସହ ଯୁବତୀ ଅଫିସରୁ ଘରକୁ ଫେରିଲେ ମଧ୍ୟ ପ୍ରମୋଦ ତାଙ୍କୁ ଭିଡିଓ କଲ ସହ ବାରମ୍ବାର ଫୋନ କରୁଥିଲେ । ଯୁବତୀଙ୍କୁ ପ୍ରଥମେ ପ୍ରଲୋଭିତ, ପରେ ଟଙ୍କା, ଗାଡି ଦେବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଖୁସି କରିବାକୁ କୁଆଡେ ପ୍ରମୋଦ କହୁଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ପ୍ରମୋଦଙ୍କ ନିର୍ଯ୍ୟାତନାରେ ଅସହ୍ୟ ପୀଡିତା ଗତ ଏପ୍ରିଲ 30ରେ ଥାନାରେ ମାମଲା ଦାୟର କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଥିଲା । ଏହି ସମସ୍ତ ଘଟଣା ପରିବାର ଲୋକେ ଜାଣିବା ପରେ ଯୁବତୀଙ୍କ ମା ଓ ନିଜେ ଯୁବତୀ କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କର ସଭାପତି ପ୍ରମୋଦ ସାହୁଙ୍କୁ ସାକ୍ଷାତ କରି ଅଭିଯୋଗ କରିବା ପାଇଁ ଯାଇଥିଲେ । କିନ୍ତୁ ଉଭୟ ମା’ ଓ ଝିଅଙ୍କୁ ପ୍ରମୋଦ ଧମକ ଦେବାସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଫଳରେ ଯୁବତୀ 12 ଜୁନରେ ଚାକିରୀ ଛାଡି ଆଇନର ଦ୍ବାରସ୍ଥ ହେଲେ । କିନ୍ତୁ ଏହା ପରଠାରୁ ପ୍ରମୋଦ ଯୁବତୀଙ୍କୁ 3ଥର କାର୍ଯ୍ୟରେ ଯୋଗଦେବା ପାଇଁ ବ୍ୟାଙ୍କରୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ତେବେ ପ୍ରମୋଦ ସରକାରୀ ଦଳର ନେତା ହୋଇଥିବାରୁ ପୋଲିସ ପ୍ରଥମେ ମାମଲା ରୁଜୁ କରି ନଥିଲା । କିନ୍ତୁ କୋର୍ଟଙ୍କ ହସ୍ତକ୍ଷେପ ପରେ ପୋଲିସ ମାମଲା ରୁଜୁ କରିଛି । ସେପଟେ ପୀଡିତା ନ୍ୟାୟ ପାଇଁ ମହିଳା କମିଶନ, ଜିଲ୍ଲାପାଳ ସମସ୍ତଙ୍କୁ ସାକ୍ଷାତ କରିଛନ୍ତି । ହେଲେ ସବୁଠି ନିରାଶ ହୋଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Oct 28, 2019, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.