ETV Bharat / state

କେନ୍ଦ୍ରାପଡାରେ କୋରୋନା ସ୍ଥିତି

କେନ୍ଦ୍ରାପଡା ଜିଲ୍ଲାରେ 5ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ କୁ ବୃଦ୍ଧି ପାଇଛି । ଜିଲ୍ଲାର ନୂତନ ଆକ୍ରାନ୍ତ ସୁରତ ଫେରିନ୍ତା । କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସେହି ଅଞ୍ଚଳକୁ ଚିହ୍ନଟ କରାଯାଇ ସାନିଟାଇଜ କରାଯାଇଛି । ଅଧିକ ପଢନ୍ତୁ...

corona-update-in-kendrapada
କେନ୍ଦ୍ରାପଡାରେ କୋରୋନା ସ୍ଥିତି
author img

By

Published : May 8, 2020, 5:41 PM IST

କେନ୍ଦ୍ରାପଡ।: 5ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ କୁ ବୃଦ୍ଧି ପାଇଛି । ଜିଲ୍ଲାର ନୂତନ ଆକ୍ରାନ୍ତ ସୁରତ ଫେରିନ୍ତା । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରେ କୋରୋନା ସ୍ଥିତି

ଜିଲ୍ଲାରେ କୋରୋନା ସ୍ଥିତି ନେଇ ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲାରେ ପୂର୍ବରୁ ୨ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଗତ ବୁଧବାର ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କର କେନ୍ଦ୍ରାପଡ଼ା ସହିତ ଗତ ଦୁଇମାସ ହେବ କୌଣସି ସମ୍ପର୍କ ନାହିଁ । ତେବେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ନୂଆ ୫ ଆକ୍ରାନ୍ତଙ୍କ ତଥ୍ୟ ଗତକାଲି ରାତିରେ ଦିଆଯାଇଥିଲା । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେମାନଙ୍କୁ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି ।

ସମସ୍ତ ୫ ଆକ୍ରାନ୍ତ ଗତ ୩ତାରିଖରେ ସୁରତରୁ ଫେରିଥିବା ପୁରୁଷ ଅଟନ୍ତି ଓ ସମସ୍ତେ କ୍ବାରେଣ୍ଟାଇନରେ ରହୁଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସେହି ଅଞ୍ଚଳକୁ ଚିହ୍ନଟ କରାଯାଇ ସାନିଟାଇଜ କରାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.