ETV Bharat / state

ନିର୍ବାଚନ ପ୍ରଚାର ଆଳରେ ନାବାଳିକାଙ୍କୁ ଅସଦାଚରଣ ! ଅଭିଯୁକ୍ତ ଅଟକ

author img

By

Published : Feb 22, 2022, 9:55 PM IST

ନିର୍ବାଚନ ପ୍ରଚାର କରିବାକୁ ଯାଇ ନାବାଳିକା ସହ ଅସଦାଚରଣ ଅଭିଯୋଗ । ମହାକାଳପଡା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଅଧିକ ପଢ଼ନ୍ତୁ

ନିର୍ବାଚନ ପ୍ରଚାର ଆଳରେ ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତ ଅଟକ

କେନ୍ଦ୍ରାପଡ଼ା: ନିର୍ବାଚନ ପ୍ରଚାର କରିବାକୁ ଯାଇ ନାବାଳିକା ସହ ଅସଦାଚରଣ ଅଭିଯୋଗ । ମହାକାଳପଡା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କର୍ମୀ ପଞ୍ଚାୟତ ନିର୍ବାଚନ ଭୋଟ ପ୍ରଚାର କରିବାକୁ ଯାଇଥିବା ବେଳେ ଘରେ ନାବାଳିକାଙ୍କୁ ଏକାକୀ ଦେଖି ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ନାବାଳିକା ଜଣକ ଚିତ୍କାର କରିବା ପରେ ପଡୋଶୀ ସମ୍ପୃକ୍ତ ରାଜନୈତିକ ଦଳର କର୍ମୀଙ୍କୁ କାବୁ କରିଥିଲେ । ଅଭିଯୁକ୍ତ ଜଣକ ହେଉଛନ୍ତି ଅକ୍ଷୟ ମଣ୍ଡଳ । ପଡ଼ୋଶୀଙ୍କ ସହାୟତାରେ ଗ୍ରାମବାସୀ ଅକ୍ଷୟଙ୍କୁ ଅଟକାଇ ରଖିଥିଲେ । ସେପଟେ ପୀଡ଼ିତ ପରିବାର ପକ୍ଷରୁ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି ।

ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗ୍ରାମବାସୀଙ୍କ ନିକଟରୁ ଉଦ୍ଧାର କରିଥିଲା । ବର୍ତ୍ତମାନ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ଏହାଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ଅଭିଯୁକ୍ତଙ୍କ ପରିବାରବର୍ଗ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.