ଫୁଲବାଣୀ: ସହରରେ ଲାଗି ରହିଛି ବିଦ୍ୟୁତ ବିଭ୍ରାଟ । ଆଜି ଦିନତମାମ ବିଦ୍ୟୁତ ଯୋଗାଣ ବନ୍ଦ ରହିଥିବା ବେଳେ ଏବେ ମଧ୍ୟ ସହର ଅନ୍ଧକାରରେ ରହିଛି। ରାତି ସାରା ଏପରି ସ୍ଥିତି ଲାଗି ରହିବ ବୋଲି ସାଉଥକୋ ସୂଚନା ଦେଇଛି। ଗ୍ରୀଡ଼ ସହିତ ମୁଖ୍ୟ ଷ୍ଟେସନର ସପ୍ଲାଇରେ ଗଛ ତ୍ରୁଟି ଯୋଗୁଁ ଏପରି ବିଭ୍ରାଟ ଲାଗିରହିଛି।
ବିଦ୍ୟୁତ ବିଭ୍ରାଟ ଯୋଗୁଁ ସହରରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଦୀର୍ଘ ସମୟ ବିଜୁଳି କାଟ ଯୋଗୁଁ ମେଡିକାଲରେ ମଧ୍ୟ ସମସ୍ୟା ଦେଖାଦେଇଛି । ଏହା ସହ ବ୍ଲଡ଼ବ୍ୟାଙ୍କ ସହିତ ଅନ୍ୟାନ୍ୟ ଜରୁରୀ ସେବା ପ୍ରଭାବିତ ହୋଇଛି। ପୂର୍ବରୁ ଘୋଷଣା ନ କରି ତଥା ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କରି ସାଉଥକୋ ଏପରି କାର୍ଯ୍ୟ କରୁଥିବା ଉପଭୋକ୍ତା କହିଛନ୍ତି। ବିଜୁଳି ବିଭ୍ରାଟରେ ସହର ଅନ୍ଧାରରେ ଥିବାବେଳେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ