ETV Bharat / state

ମିସ୍‌ ଟିନ ଡିଭା ମେଲିସା ଓ ପର୍ବତ ଆରୋହୀ ସିଦ୍ଧାର୍ଥୀ ସମ୍ବର୍ଦ୍ଧିତ - Mountaineer Siddharthi fesilated

ମିସ୍‌ ଟିନ ଡିଭା ମେଲିସା ଓ ପର୍ବତ ଆରୋହୀ ସିଦ୍ଧାର୍ଥୀ ସମ୍ବର୍ଦ୍ଧିତ। ଦୁହିଁଙ୍କୁ ଫୁଲତୋଡ଼ା ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି ରାଇକିଆ ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ମିସ୍‌ ଟିନ ଡିଭା ମେଲିସା ଓ ପର୍ବତ ଆରୋହୀ ସିଦ୍ଧାର୍ଥୀଙ୍କୁ ସମ୍ବର୍ଦ୍ଧିତ

author img

By

Published : Feb 3, 2021, 2:26 PM IST

ଫୁଲବାଣୀ: ମିସ୍‌ ଟିନ ଡିଭା ମେଲିସା ଓ ପର୍ବତ ଆରୋହୀ ସିଦ୍ଧାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମେଲିସା ମିସ ଟିନ ଡିଭା 2020 ପ୍ରତିଯୋଗିତାରେ ମିସ ଫଟୋଜେନିକ ଟାଇଟଲ ହାସଲ କରିଛନ୍ତି । ସେହିପରି ହିମାଳୟର ୧୨.୫୦୦ ଫୁଟ ଉଚ୍ଚରେ ଥିବା ବୁଗୀୟଲ ଶୀର୍ଷରେ ତ୍ରିରଙ୍ଗା ଉଡାଇଥିଲେ ସିଦ୍ଧାର୍ଥ । ଯେଉଁଥି ପାଇଁ ରାଇକିଆ ଅଞ୍ଚଳ ଗତ ମଙ୍ଗଳବାର ଉଭୟଙ୍କୁ ସ୍ବାଗତ କରିବା ସହ ସେମାନଙ୍କୁ ସହର ପରିକ୍ରମା କରାଇଥିଲେ ।

ମିସ୍‌ ଟିନ ଡିଭା ମେଲିସା ଓ ପର୍ବତ ଆରୋହୀ ସିଦ୍ଧାର୍ଥୀଙ୍କୁ ସମ୍ବର୍ଦ୍ଧିତ

ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ, ସମିତି ଅଧ୍ୟକ୍ଷା ମାନିନୀ ପ୍ରଧାନ ସରପଞ୍ଚ ବିସିକେଶନ ପ୍ରଧାନ, ଏବଂ ଜୟା ନନ୍ଦ ନାୟକ ସମସ୍ତ ବିଷୟକୁ ପରିଚାଳନା ଓ ଯୋଗଦେଇ ଦୁହିଁଙ୍କୁ ଫୁଲତୋଡ଼ା ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି। ଦୁହିଁଙ୍କୁ ଏହି କାର୍ଯ୍ୟ ପାଇଁ ସଫଳତା ହାସଲ କରିଥିବା ହେତୁ ସାଧୁବାଦ ଜଣାଯାଇଥିଲା । ସେମାନଙ୍କ ଉତ୍ତରୋତ୍ତର କାମନା କରାଯାଇଛି।

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ବେରେଡାକିଆ ଗାଁର ସିଦ୍ଧାର୍ଥ କେଶରୀ ପ୍ରଧାନ ଜଣେ ଇଞ୍ଜିନିୟର ଛାତ୍ର । ହେଲେ କିଛି ନୂଆ କରି ଦେଖାଇବାକୁ ତାଙ୍କର ପୁରୁଣା ନିଶା ରହିଛି। ସେ କଣ୍ଟାବାଞ୍ଜି ଅଞ୍ଚଳର ଡେୟାର ଡେଭିଲ ପର୍ବତାରୋହୀ ପାଇଁ ଦଳରେ ଯୋଗ ଦେଇ ହିମାଳୟ ଶିଖରରେ ତ୍ରିରଙ୍ଗା ପତାକା ଉଡାଇ କନ୍ଧମାଳ ପାଇଁ ଗୌରବ ଆଣିଛନ୍ତି।

ସେହିପରି ରାଇକିଆ ବ୍ଲକ୍ ଗୁନ୍ଧାଣି ଗାଁର ମେଲିସା ନାୟକ ବ୍ରହ୍ମପୁର ବିଶ୍ବବିଦ୍ୟାଳରେ ଶେଷ ବର୍ଷ ଛାତ୍ରୀ । ସେ ଜାତୀୟ ସୁନ୍ଦରୀ ପ୍ରତିଯୋଗତରେ ମିସ୍ ଟିନ୍ ଡିଭା 2020 ରେ ମିସ୍ ଫୋଟୋ ଜେନିକ୍ ଏବଂ ମିସ୍ ବଡି ବିଉଟି ଟାଇଟଲ ହାସଲ କରି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ଅଞ୍ଚଳବାସୀ ଖୁସି ଅନୁଭବ କରିଛନ୍ତି। ଦୁହେଁ ଯୁବଗୋଷ୍ଠୀଙ୍କୁ ତାଙ୍କ ଲକ୍ଷ୍ୟରେ ପହଞ୍ଚି କାର୍ଯ୍ୟ କରିବା ପାଇଁ ସନ୍ଦେଶ ଦେଇଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.