ETV Bharat / state

କନ୍ଧମାଳରେ ମାଓ ପୋଷ୍ଟର: ଶହୀଦ ଦିବସ ପାଳନ କରିବାକୁ ଆହ୍ବାନ

ଜିଲ୍ଲାର ତୁମୁଡିବନ୍ଧ ଥାନା କୁର୍ତ୍ତମଗଡ ବଜାରରେ ମାଓ ପୋଷ୍ଟର ଓ ବ୍ୟାନର ଜବତ । ଏହାକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

କନ୍ଧମାଳରେ ପୁଣି ମାଓ ପୋଷ୍ଟର ଓ ବ୍ୟାନର ଜବତ
କନ୍ଧମାଳରେ ପୁଣି ମାଓ ପୋଷ୍ଟର ଓ ବ୍ୟାନର ଜବତ
author img

By

Published : Sep 13, 2020, 2:00 PM IST

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା କୁର୍ତ୍ତମଗଡ ବଜାରରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । କୁର୍ତ୍ତମଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିରୀଶ ମଳିକଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଇଛି ମାଓ ସଂଗଠନ । ସେପ୍ଟେମ୍ବର ୧୩ ତାରିଖକୁ ଶହୀଦ ଦିବସ ଭାବେ ପାଳନ କରିବାକୁ ଆହ୍ବାନ ଦେଇଛି ।

କନ୍ଧମାଳରେ ପୁଣି ମାଓ ପୋଷ୍ଟର ଓ ବ୍ୟାନର ଜବତ

ଯେଉଁଥିରେ ଉଲ୍ଲେଖ ରହିଛି ବଜରଙ୍ଗ ଦଳର ସଭାପତି ପ୍ରକାଶ ମାଝୀଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିଲା । ଯାହାକୁ ପୂର୍ବତନ ସରପଞ୍ଚ ଷଡଯନ୍ତ୍ର କରିଥିବା ନେଇ ହତ୍ୟା ଧମକ ଦେଇଛି ମାଓ ସଂଗଠନ। ଏଥିସହ ଅନ୍ୟାୟ ଅତ୍ୟାଚାର ବିରୋଧରେ ସଂଗ୍ରାମ କରି ମୃତ୍ୟୁବରଣ କରିଥିବା ସହିଦ ମାଓବାଦୀଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କୁହାଯାଇଛି ।

ଏଣୁ ଆଜି (ରବିବାର)13 ତାରିଖକୁ ଶହୀଦ ଦିବସ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛି ମାଓବାଦୀ ସଂଗଠନ। ତେବେ ଏମ ଟୁ ମାଓବାଦୀ ପକ୍ଷରୁ ଏହି ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଛଡାଯାଇଥିବା ଜଣାପଡିଛି । ପୋଲିସ ଏହି ବ୍ୟାନର ଓ ପୋଷ୍ଟରକୁ ଜବତ କରି ତଦନ୍ତ କରୁଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.