କଳାହାଣ୍ଡି: ମଜୁରୀ ବୃଦ୍ଧି ନେଇ ଉପଜିଲ୍ଲପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଶ୍ରମିକ । ଚଳିତ ଖରିଫ୍ ଋତୁରେ ବସ୍ତା ବୋହୁଥିବା ଶ୍ରମିକ 5 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ଜଣାଇଛନ୍ତି ଶ୍ରମିକ ।
ଦାବି ପୂରଣ ନହେଲେ ଆଗାମୀ ରବି ଋତୁରେ ମଣ୍ଡିରେ ଧାନ ନ ଉଠାଇବାକୁ ଚେତାବାନୀ ଦେଇଛନ୍ତି । ପୂର୍ବରୁ ଶ୍ରମିକ ବସ୍ତା ପିଛା 10 ଟଙ୍କା ପାଉଥିଲେ ମାତ୍ର ବର୍ତ୍ତମାନ ତାହା ମିଳୁନାହିଁ ତେଣୁ ଦୈନିକ ମଜୁରୀ 300ଟଙ୍କା କରିବାକୁ ଦାବି କରିଛନ୍ତି ଶ୍ରମିକ ।
କଳାହାଣ୍ଡିରୁ ଅଜିତ୍ ସିଂହଙ୍କ ରିପୋର୍ଟ, ଇଟିଭି ଭାରତ