କଳାହାଣ୍ଡି: ଆଦିବାସୀ ସମନ୍ବିତ ସଂସ୍ଥାପ୍ରକଳ୍ପ ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ଦରବାନଙ୍କ ନେତୃତ୍ବରେ ଟି.ଡି.ସି.ସିର ଶାଖା ପରିଚାଳକ ନବଘନ ପ୍ରଧାନଙ୍କ ସମେତ ଏକ ସ୍ବତନ୍ତ୍ର ବନଜାତ ସଂଗ୍ରହ ଦଳ ବନଜାତ ଦ୍ରବ୍ୟ କ୍ରୟ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିଲେ ।

ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକର ବାଲିସରା ଗାଁକୁ ଗସ୍ତ କରିଥିଲେ ଏହି ଦଳ । ବନବାସୀମାନେ ଯେମିତି ବନଜାତ ଦ୍ରବ୍ୟର ସଠିକ ମୂଲ୍ୟ ପାଇବେ ଓ ସଠିକ ସମୟରେ ବିକ୍ରୟ କରି ନିଜର ଆର୍ଥିକ ବିକାଶ କରିବେ ସେଥିପ୍ରତି ଗୁରୁତ୍ବ ଦେଇଥିଲେ ଜିଲ୍ଲାପାଳ ଡ଼ ଗାଭାଳି ପରାଗ ହର୍ଷଦ । ଲୋକେ ଯେମିତି ସରକାରୀ ମୂଲ୍ୟ ପାଇବାରୁ ବଞ୍ଚିତ ନହୁଅନ୍ତୁ ସେଥିପ୍ରତି ସଚେତନ ହେବାକୁ ମହିଳାମାନଙ୍କୁ ବୁଝାଇଥିଲେ ।
ଟି.ଡି.ସି.ସିର ଭବାନୀପାଟଣା ଶାଖା ତରଫରୁ ମାଁ ସନ୍ତୋଷୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବନବାସୀଙ୍କଠାରୁ ସଂଗ୍ରହ କରିଥିବା ୨୭ କ୍ବିଣ୍ଟାଲ ତେନ୍ତୁଳି ଖରିଦ କରିଥିଲେ । ଜିଲ୍ଲାପାଳ ଶ୍ରୀ ହର୍ଷଦଙ୍କ ସହ ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରଭାତ କୁମାର ମାହାପାତ୍ର ଉପସ୍ଥିତ ଥିଲେ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ