ETV Bharat / state

Municipal Polls: କଳାହାଣ୍ଡିରେ ନିର୍ବାଚନୀ ତାତି, କମ୍ପିବ ପ୍ରଚାର ମଇଦାନ

ପୌର ନିର୍ବାଚନକୁ ନେଇ କଳାହାଣ୍ଡିରେ ବଢୁଛି ରାଜନୈତିକ ଉଷ୍ଣତା । ମାନଙ୍କନ ପତ୍ର ଯାଞ୍ଚ ପରେ ପରେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଭିୱେଟ୍ । ଅଧିକ ପଢନ୍ତୁ

Municipal Polls: କଳାହାଣ୍ଡିରେ ନିର୍ବାଚନୀ ତାତି, କମ୍ପିବ ପ୍ରଚାର ମୈଦାନ

author img

By

Published : Mar 11, 2022, 8:47 AM IST

ଭବାନୀପାଟଣା: ଗାଁ ରାଜନୀତି ପରେ ଏବେ ସରଗରମ୍ ହୋଇଛି ସହର ରାଜନୀତି । ପୌର ନିର୍ବାଚନକୁ ନେଇ କଳାହାଣ୍ଡିରେ ବଢୁଛି ରାଜନୈତିକ ଉଷ୍ଣତା । ନାମାଙ୍କନ ପତ୍ର ଯାଞ୍ଚ ପରେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ବିଭିନ୍ନ ଦଳର ହେବିୱେଟ୍ । ପୌରଗଡ଼ ଦଖଲ ପାଇଁ ଏବେ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ । କଳାହାଣ୍ଡି ଜିଲ୍ଲାର ୩ଟି ଏନଏସି ଓ ଗୋଟିଏ ପୌର ପରିଷଦରେ ନିର୍ବାଚନ ହେବ । ନିଜ ପ୍ରତିନିଧି ବାଛିବେ ମତଦାତା । ଚଳିତ ଥର ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷରେ ଅଧ୍ୟକ୍ଷ ଅଧ୍ୟକ୍ଷା ନିର୍ବାଚନ ହେଉଥିବା ବେଳେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ।

Municipal Polls: କଳାହାଣ୍ଡିରେ ନିର୍ବାଚନୀ ତାତି, କମ୍ପିବ ପ୍ରଚାର ମୈଦାନ

ଜିଲ୍ଲାର ଭାବନୀପାଟଣା ପୌର ପରିଷଦରେ ଚଳିତ ଥର ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି । ଶାସକ ବିଜେଡି ଏଥର ଜିଲ୍ଲା ମିଶନ ଶକ୍ତି ସଭାପତି ସଂଯୁକ୍ତା ବେହରାଙ୍କୁ ଅଧ୍ୟକ୍ଷା ପଦବୀ ପାଇଁ ଟିକେଟ ଦେଇ ଖେଳିଛି ମିଶନ ଶକ୍ତି ଟ୍ରମ୍ପକାର୍ଡ । ପଞ୍ଚାୟତ ନିର୍ବାଚନରେ ବିଜେଡିର କ୍ଲିନ ସୁଇପ ପରେ ପୌରଗଡ଼ ଦଖଲ କରିବା ପାଇଁ ଆଶା ରଖିଛି ବିଜେଡି । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ରୋଜଗାରକ୍ଷମ ଭଳି ଯୋଜନାକୁ ନେଇ ଭୋଟରଙ୍କ ନିକଟକୁ ଯିବ ବିଜେଡି ।

ସେପଟେ ବିଜେପି ମଧ୍ୟ ନିଜର ମାଷ୍ଟ୍ରରଷ୍ଟ୍ରୋକ ଖେଳିଛି । ଅଧ୍ୟକ୍ଷା ପଦବୀ ପାଇଁ ସମାଜସେବୀ ତଥା ଆଇନଜୀବୀ ବିନିତା ଦାଶଙ୍କୁ ପ୍ରାର୍ଥୀ କରି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ସହରାଞ୍ଚଳରେ ଆବାସ ଯୋଜନା, ରାସ୍ତା ଓ ଡ୍ରେନେଜ ଭଳି ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଲୋକଙ୍କ ନିକଟକୁ ଯିବୁ ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି । କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥୀ ଦେଇଛି । ଦଳ ସମାଜସେବୀ ମନ୍ଦାକିନି ବଣୁଆଙ୍କୁ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀ ଚୟନ କରିଥିବା ବେଳେ ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ଓ ସହରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ନିକଟରେ ଭୋଟ ଭିକ୍ଷା କରିବ କଂଗ୍ରେସ ବୋଲି କହିଛନ୍ତି ଦଳୀୟ ନେତା ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.