ETV Bharat / state

ଭୁଶୁଡିଲା ଇନ୍ଦ୍ରାବତୀ ବାମ କେନାଲ, ଶହଶହ ହେକ୍ଟର ଫସଲ ନଷ୍ଟ - ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡିବା ଘଟଣା

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଷ୍ଟିବୁଟାରୀ ଗୁନଗୁନିଆଗାଁ ନିକଟରେ ଶୁକ୍ରବାର କେନାଲ ହୁଡା ଭୁଶୁଡି ପଡିବାରୁ ଗୁଣଗୁନିଆ, ବାଣ୍ଡିଗା, ରେଙ୍ଗାଳପାଲି ଆଦି ଗାଁର ପ୍ରାୟ ୩ ଶହ ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମିରେ ପାଣି ମାଡ଼ି ବ୍ୟାପକ ମାତ୍ରାରେ ଧାନ ଚାଷ ନଷ୍ଟ ହୋଇଥିବା ଦେଖାଦେଇଛି । ଅଧିକ ପଢନ୍ତୁ...

ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡି ଚାଷରେ ମାଡ଼ିଲା ପାଣି

author img

By

Published : Mar 19, 2021, 5:47 PM IST

Updated : Mar 19, 2021, 8:41 PM IST

ଭବାନୀପାଟଣା: ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡି ଚାଷରେ ମାଡ଼ିଲା ପାଣି । ଶହ ଶହ ହେକ୍ଟର ଚାଷ ନଷ୍ଟ। କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଷ୍ଟିବୁଟାରୀ ଗୁନଗୁନିଆଗାଁ ନିକଟରେ ଶୁକ୍ରବାର କେନାଲ ହୁଡା ଭୁଶୁଡି ପଡିବାରୁ ଗୁଣଗୁନିଆ, ବାଣ୍ଡିଗା, ରେଙ୍ଗାଳପାଲି ଆଦି ଗାଁର ପ୍ରାୟ ୩ ଶହ ହେକ୍ଟର ଏଉ ଉର୍ଦ୍ଧ୍ବ ଚାଷ ଜମିରେ ପାଣି ମାଡ଼ି ବ୍ୟାପକ ମାତ୍ରାରେ ଧାନ ଚାଷ ନଷ୍ଟ ହୋଇଥିବା ଦେଖାଦେଇଛି ।

ଭୁଶୁଡିଲା ଇନ୍ଦ୍ରାବତୀ ବାମ କେନାଲ, ଶହଶହ ହେକ୍ଟର ଫସଲ ନଷ୍ଟ

ଏବେ ରବି ଧାନ ଚାଷ ରୁଆ ସରିଥିବା ବେଳେ ଧାନ ଗଛ ବଢିବା ସମୟ କେନାଲ ପାଣି ମାଡିବାରୁ ଚାଷ କ୍ଷତି ହେବାର ଆଶଙ୍କା ଦେଖାଦେଇଛି । ଗୁନଗୁଣିଆ ଡିଷ୍ଟିବୁଟାରୀର ଲମ୍ବ 12600 ମିଟର । କିନ୍ତୁ ତାହା କେନାଲ ମରାମତି ଅଭାବରୁ ଅନେକ ସ୍ଥାନରେ ଶୋଚନୀୟ ହୋଇପଡିଛି ।

କେନାଲ ମରାମତି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ବିଭାଗୀୟ ଅନୁଦାନରୁ ଖର୍ଚ୍ଚ ହେଉଛି ହେଲେ ଠିକାଦାରଙ୍କ ପୋଷା ନୀତିରେ ନିମ୍ନମାନର କାମ ଯୋଗୁ ତାହା ବର୍ଷେ ନ ପୁରୁଣୁ କେନାଲର ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇ ଭୁଶୁଡୁଛି । କେନାଲ ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ । କେନାଲ ଭୁଶୁଡିବା ପରେ କନିଷ୍ଠ ଯନ୍ତ୍ରୀ କଳାକାର ନାୟକ ଓ ଗୁନଗୁଣିଆ ରାଜସ୍ୱ ନିରୀକ୍ଷକ ଆଶିଷ ନାୟକ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : Mar 19, 2021, 8:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.