ଭବାନୀପାଟଣା: ସନ୍ଦେହଜନକ ଅବସ୍ଥାରେ ଭଡାଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବଡ଼କର୍ଲାକୋଟ ଠାରେ ସନ୍ଦେହଜନକ ଭାବେ ଜଣେ ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ କୋଠରୀରୁ ଜୟପାଟଣା ପୋଲିସ ଜବତ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହରେ ରହିଛି ।
ସୂଚନା ଅନୁଯାୟୀ ବଡ଼କର୍ଲାକୋଟର ସୁମନ୍ତ ପୂଝାରି ଘରେ ଉଜ୍ଜଳ ବିଶ୍ବାସ ଓ ତାଙ୍କ ପରିବାର ଭଡାରେ ରହୁଥିଲେ। ଉଜ୍ଜଳ ବିଶ୍ବାସ ବଙ୍ଗୀୟ ସମ୍ପ୍ରଦାୟର ହୋଇଥିବା ବେଳେ ସେ ୫ବର୍ଷ ତଳେ କପୁରମାଲର ଜଣେ ସାଧାରଣ ବର୍ଗର ଝିଅକୁ ପ୍ରେମ ବିବାହ କରିଥିଲେ। କିନ୍ତୁ ମୃତ ଯୁବକ ଜଣକ ଉଜ୍ଜଳ ବିଶ୍ବାସ ନିଜ କାକାର ପୁଅ ହୋଇଥିବା ବେଳେ ସେ ତାଙ୍କ ସହ ଗତ ଦୁଇ ବର୍ଷ ହେଲା ରହିଆସୁଥିଲା। ଶନିବାର ହଠାତ ଦିନ ଚାରିଟାରେ ରାହୁଲ ବିଶ୍ବାସ (୧୯) ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ଏହି ଘଟଣା କୁ ନେଇ ଲୋକେ ଆତ୍ମହତ୍ୟା ବୋଲି ସହଜରେ ଗ୍ରହଣ କରିପାରୁନାହାନ୍ତି। ପୋଲିସର ତଦନ୍ତ ପରେ ସବୁ ରହସ୍ୟ ଉନ୍ମୋଚନ ହୋଇପାରେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ