ETV Bharat / state

ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ - ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପରେ ନିଆଁ

କଳାହାଣ୍ଡି ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପରେ ନିଆଁ । ଅଫିସ ପଛ ଅଳିଆ ଗଦାରୁ ନିଆଁ ବ୍ୟାପୀ ଅଫିସରେ ଲାଗିଥିବା ସୂଚନା । ଅଧିକ ପଢନ୍ତୁ...

ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ

author img

By

Published : Mar 6, 2021, 10:07 PM IST

ଭବାନୀପାଟଣା: ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପରେ ନିଆଁ । କଳାହାଣ୍ଡି ଜିଲ୍ଲା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଜିଏମ କାର୍ଯ୍ୟାଳୟରେ ନିଆଁ ଲାଗି ଅନେକ କାଗଜପତ୍ର ଜଳି ଯାଇଥିବା ଦେଖିବାକୁ ମିଳିଛି ।

ନିଆଁ ଲାଗିବା ପରେ ଦାୟିତ୍ଵରେ ଥିବା ସୁରକ୍ଷାକର୍ମୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ବିଫଳ ହେବା ପରେ ଜୟପାଟଣା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରକଳ୍ପର ସଫେଇ କର୍ମଚାରୀ ପୂର୍ବଦିନ ଅଫିସ ପଛପଟେ ନିଆଁ ଲଗାଇ ସଫାସୁତୁରା କରିଥିଲେ ।

ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ
ଆଜି(ଶନିବାର) ଛୁଟି ଥିବା କାରଣରୁ ସଫେଇ କର୍ମଚାରୀ ଆସିନଥିଲେ । ଯାହାଫଳରେ ନିଆଁଲାଗି ପ୍ରଥମେ ଅଫିସ ଘର ଝରକା ପୋଡିବା ପରେ ସମ୍ପୂର୍ଣ୍ଣ ଘରେ ନିଆଁ ଲାଗିଯାଇଥିଲା । ତେବେ କଠୋରୀର ସମସ୍ତ କାଗଜପତ୍ର ସହ ଆସବାବପତ୍ର ପୋଡି ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି । ତେବେ କାର୍ଯ୍ୟାଳୟରେ ଅଗ୍ନି ନିରାପତ୍ତା ନଥିଲା, ଯାହା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପରେ ଏକ ବଡ ପ୍ରଶ୍ନ ସୃଷ୍ଟି କରୁଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.