ETV Bharat / state

ଚାକିରୀ ଦେବା ନାଁରେ ଟଙ୍କା ଠକେଇ, ଥାନାରେ ମାମଲା ରୁଜୁ

author img

By

Published : Feb 9, 2021, 4:35 PM IST

ସିକ୍ୟୁରିଟି ସଂସ୍ଥାରେ ଚାକିରୀ କରାଇଦେବା କହି ମା ତାରିଣୀ ସିକ୍ୟୁରିଟି ସଂସ୍ଥାର କର୍ମଚାରୀ ଠକେଇ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ କିଛି ଯୁବକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଧିକ ପଢନ୍ତୁ...

ଚାକିରୀ ଦେବା ନାଁ ରେ ଟଙ୍କା ନେଇ ଠକେଇ, ଥାନାରେ ମାମଲା ରୁଜୁ

ଭବାନୀପାଟଣା: ଚାକିରୀ ଦେବା ନାଁରେ ଟଙ୍କା ଠକେଇ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। କିଛି ବେକାରୀ ଯୁବକଙ୍କୁ ସିକ୍ୟୁରିଟି ସଂସ୍ଥାରେ ଚାକିରୀ କରାଇଦେବା କହି ମା ତାରିଣୀ ସିକ୍ୟୁରିଟି ସଂସ୍ଥାର କର୍ମଚାରୀ ଠକେଇ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ କିଛି ଯୁବକ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସୂଚନା ଅନୁଯାୟୀ, ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରେ ମା ତାରିଣୀ ସିକ୍ୟୁରିଟି ପ୍ରାଇଭେଟ ଲିମିଟେଡ଼ ଝାରସୁଗୁଡା ସୁରକ୍ଷା ଦାୟିତ୍ବରେ ରହିଛି। ଏନେଇ ସଂସ୍ଥାର କର୍ମଚାରୀ ସଂଜୟ ସିଂ କିଛି ବେକାରୀ ଯୁବକଙ୍କୁ ଉକ୍ତ ସିକ୍ୟୁରିଟି କମ୍ପାନୀରେ ଚାକିରୀ କରିଦେବା ନାଁରେ ଜଣକ ପିଛା ୧୦ ହଜାର ଟଙ୍କା ଲେଖାଏଁ ନେଇଥିଲେ। ହେଲେ ଟଙ୍କା ନେବା ପରେ ଧରାଛୁଆଁ ନଦେବା ସହ ଉକ୍ତ ଟଙ୍କାକୁ ହରିଲୁଟ୍ କରିଥିବା ଠକେଇ ଶିକାର ହୋଇଥିବା ଯୁବକମାନେ ଅଭିଯୋଗ କରିଛନ୍ତି।

ଦୀର୍ଘ ଦିନ ଧରି ଚାକିରୀ ନହେବାରୁ ଟଙ୍କା ଦେଇଥିବା ଯୁବକ ମାନେ ଚାକିରୀ କଥା ପଚାରିବା ସହ ଦେଇଥିବା ଟଙ୍କା ସଞ୍ଜୟଙ୍କୁ ମାଗିଥିଲେ । ଟଙ୍କା ମାଗିବାରୁ ସମ୍ପୃକ୍ତ ସିକ୍ୟୁରିଟି ସଂସ୍ଥା କର୍ମଚାରୀ ସଞ୍ଜୟ ସିଂ ଯୁବକଙ୍କ ବିରୁଦ୍ଧରେ ପାଲଟା କେସ କରିଥିବା ସୂଚନା ମିଳିଛି। ଉଭୟଙ୍କ ଅଭିଯୋଗ ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.