ETV Bharat / state

ରସିକିଆ ଡାକ୍ତର ବାବୁ, ଆଶାକର୍ମୀଙ୍କୁ ଅନୈତିକ କାମ ପାଇଁ କରୁଥିଲେ ବାଧ୍ୟ

ପଦାରେ ପଡିଲା ଡାକ୍ତରଙ୍କ ରସିକିଆପଣ । ଆଶାକର୍ମୀଙ୍କୁ ଅନୈତିକ କାମ ପାଇଁ କରୁଥିଲେ ବାଧ୍ୟ । ଆଉ ଶେଷରେ ପୋଲିସ ହାତରେ ଧରାପଡିଲେ ଡାକ୍ତରବାବୁ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି
author img

By

Published : Jul 27, 2019, 2:56 AM IST

କଳାହାଣ୍ଡି : ଚର୍ଚ୍ଚାରେ ଡାକ୍ତର ବାବୁଙ୍କ ରସିକିଆପଣ । ଆଶାକର୍ମୀଙ୍କୁ ଅନୈତିକ କାମ କରିବା ପାଇଁ ବାଧ୍ୟ କରୁଥିଲେ କଳାହାଣ୍ଡିର ଡାକ୍ତର ଅମ୍ଳାନ କେଶରୀ ନାୟକ । ଘଟଣା ପଦାକୁ ଆସିବା ପରେ ଏବେ ପୋଲିସ ତାଙ୍କୁ ଅଟକ ରଖିଛି ।

କେବେଳ ସେତିକି ନୁହେଁ ବିଭିନ୍ନ ଆଳରେ ସେମାନଙ୍କୁ ହଇରାଣ ହରକତ ମଧ୍ୟ କରୁଥିଲେ । ଏମିତିକି ଆଶାକର୍ମୀଙ୍କୁ ଟଣାଓଟରା ସହ ଫୋନ କରି ଅଶ୍ଳୀଳ ବ୍ୟବହାର ମଧ୍ୟ କରୁଥିଲେ । ଡାକ୍ତର ବାବୁଙ୍କ ଉଦ୍ଧତ ପଣିଆ ଚରମ ସୀମାରେ ପହଞ୍ଚିବା ପରେ ପ୍ରମାଣ ସହ ଏବେ ଅଭିଯୋଗ ଆସି ପହଞ୍ଚିଛି ଥାନାରେ । ଆଉ ବାବୁ ଜଣକ ପଡିଯାଇଛନ୍ତି ପୋଲିସ ପଞ୍ଝାରେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

ସେପଟେ ଏତଲାକୁ ଫେରାଇନେବା ପାଇଁ ଆଶାକର୍ମୀଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ଜଣାପଡିଛି । ଯାହା ଏବେ ଅଭିଯୋଗକାରୀଙ୍କ ସୁରକ୍ଷା ଓ ନିରପେକ୍ଷ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

Intro:ସ୍ଲଗ-ରସିକିଆ ଡାକ୍ତର ବାବୁ ।
ରିପୋର୍ଟର-ଅଜିତ ସିଂ
ସ୍ଥାନ-କଳାହାଠି
ତାରିଖ୨୬-୦୭-୧୯
ଫର୍ମାଟ-ଏଭିବି
ଏଙ୍କର
କଳାହାଠି ଜିଲ୍ଲା ରେ ଏବେ ଚର୍ଚା ରେ ଡାକ୍ତର ବାବୁ ଙ୍କୁ ରସିକିଆ ପଣ । ଅଭିଯୋଗ ଭିତ୍ତି ରେ ଏବେ ବୋର୍ଡା ଡାକ୍ତରଖାନା ର ଡାକ୍ତର ଅମ୍ଳାନ କେଶରୀ ନାୟକ ଥାନା ରେ ଅଟକ । କାରଣ ଆଶା କର୍ମି ମାନଙ୍କ ସହ ସେ ଅନୈତିକ କାମ ପାଇଁ ବାଧ୍ୟ କରୁଥିଲେ । Body:ନହେଲେ ବିଭିନ୍ନ ଆଳ ରେ ହଇରାଣ ହରକତ କରୁଥିଲେ । ଏମିତିକି ଆଶାକର୍ମି ଙ୍କୁ ଟଣା ଓଟରା ସହ ଫେ ।ନ କରି ଅଶ୍ଳୀଳ ବ୍ୟବହାର ମଧ୍ୟ କରୁଥିଲେ । ବାବୁ ଙ୍କ ଉଦ୍ଧତ ପଣିଆ ଚରମ ସୀମା ରେ ପହଞ୍ଚିବା ପରେ ପ୍ରମାଣ ସହ ଏବେ ଅଭିଯୋଗ ଆସି ପହଞ୍ଚିଛି ଥାନାରେ ଆଉ ବାବୁ ଜଣକ ପୋଲିସ ସ୍କାନରେ । Conclusion:ସେପଟେ ଏତଲା କୁ ଫେରାଇନେବା ପାଇଁ ଆଶାକର୍ମି ଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ସେ ପ୍ରକାଶ କରିଛନ୍ତି । ଯାହା ଏବେ ଅଭିଯୋଗକାରୀ ଙ୍କ ସୁରକ୍ଷା ଓ ନିରପେକ୍ଷ ତଦନ୍ତ ଉପରେ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି ।
ବାଇଟ-ଅଭିଯୋଗକାରିଣୀ / ଗୋପୀନାଥମଣି ପାତ୍ର (ଆଡିସନାଲ ଏସପି-କଳାହାଠି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.