ETV Bharat / state

ଅଙ୍ଗନବାଡି ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଲୋହରାକୁନି ଗ୍ରାମରେ ଅଙ୍ଗନବାଡି ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଅଙ୍ଗନବାଡି ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ
ଅଙ୍ଗନବାଡି ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ
author img

By

Published : Jun 10, 2021, 12:26 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଲୋହରାକୁନି ଗାଁରେ ଅଙ୍ଗନବାଡି ସହାୟିକା ନିଯୁକ୍ତିରେ ସିଡିପିଓଙ୍କ ମନମୁଖୀ କରୁଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଛନ୍ତି ।

ଅଙ୍ଗନବାଡି ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଲୋହରାକୁନି ଗାଁରେ ଅଙ୍ଗନବାଡି ସହାୟିକା ନିଯୁକ୍ତି ପାଇଁ ସୁପର ଭାଇଜର ଗାଁରେ ଦୁଇଥର ସଭା ଆୟୋଜନ କରିଥିଲେ। କିନ୍ତୁ ଗ୍ରାମବାସୀ ପୂର୍ବରୁ ଥିବା ଅଙ୍ଗନବାଡି ସହାୟିକାଙ୍କ ପରିବାରରୁ ଅନ୍ୟ ଜଣକୁ ନିଯୁକ୍ତିର ବିରୋଧ କରି ଜଣେ ଗରିବ ମହିଳାଙ୍କୁ ନିଯୁକ୍ତ ଦେବା ପାଇଁ ଦାବି କରିଥିଲେ । ତେବେ ସିଡିପିଓ ଗ୍ରାମବାସୀଙ୍କ ମତକୁ ଉପେକ୍ଷା କରି ଅନ୍ୟ ଜଣେ ମହିଳା ନିଯୁକ୍ତି କରିଥିବା ଯୋଗୁଁ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି।

ଏନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କଠାରେ ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରକୁ ଆଜକୁ ୭ ଦିନ ହେବ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ଗ୍ରାମବାସୀ ଓ ସିଡିପିଓଙ୍କ ବିବାଦ ଭିତରେ ଏ ଅଞ୍ଚଳରେ ବ୍ୟତିକ୍ରମ ହୋଇଛି ଶିଶୁ /ମାତୃତ୍ବର ସୁରକ୍ଷା।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.